ବିଲେଇ ରାସ୍ତା କାଟି ଚାଲିଗଲେ… ଶୁଭ ନା ଅଶୁଭ ! ବିଲେଇ ରାସ୍ତା କାଟିବା ପଛରେ କଣ ରହିଥାଏ କାରଣ ?

ବିଲେଇ ରାସ୍ତା କାଟିବା ଶୁଭ ନା ଅଶୁଭ ! ବନ୍ଧୁଗଣ ଆମ ସମସ୍ତଙ୍କ ମଧ୍ୟରେ ଏକ ଧାରଣା ରହିଥାଏ । ଯେ ଯେତେବେଳେ ବିଲେଇ କୌଣସି ବ୍ୟକ୍ତିର ରାସ୍ତା କାଟିଥାଏ । ସେତେବେଳେ ସେହି ବ୍ୟକ୍ତିର ଅଶୁଭ ହୋଇଥାଏ । ଯେଉଁ କାରଣରୁରୁ ବିଲେଇ ରାସ୍ତା କାଟିବା ପରେ କିଛି ଲୋକ କିଛି ସମୟ ପାଇଁ ସେହି ସ୍ଥାନରେ ଅଟକି ଯାଇଥାନ୍ତି । ଯେତେବେଳେ ଅନ୍ୟ କୌଣସି ବ୍ୟକ୍ତି ଆସି ରାସ୍ତା ପାର ହୋଇଥାଏ । ସେତେବେଳେ ଯାଇ ଅଶୁଭତ୍ଵ କମ ହୋଇଯାଇଥାଏ ।

ତେବେ ବିଲେଇ ରାସ୍ତା କାଟିବା ଦ୍ଵାରା ପ୍ରକୃତରେ ଶୁଭ ନା ଅଶୁଭ ଚାଲନ୍ତୁ ଜାଣିବା । 1- ଯେତେବେଳେ କୌଣସି ବ୍ୟକ୍ତି ଯାଉଥିବାବେଳେ ତା’ ର ସାମ୍ନାରେ ବିଲେଇ ବାମ ରାସ୍ତାରୁ ଡାହାଣ ରାସ୍ତାକୁ ଚାଲିଯାଇଥାଏ । ସେତେବେଳେ ତାହା ସେହି ବ୍ୟକ୍ତି ପାଇଁ ଅଶୁଭ ହୋଇଥାଏ । ହେଲେ ଅନ୍ୟ ସ୍ଥିତିରେ ବିଲେଇ ରାସ୍ତା କାଟିବାକୁ ଅଶୁଭ କୁହାଯାଇନଥାଏ । କୁକୁର ପରି ବିଲେଇର ମଧ୍ୟ 5 ଟି ଇନ୍ଦ୍ରିୟ ବହୁତ ବିକଶିତ ଅଟେ ।

ତେଣୁ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣାକୁ ବିଲେଇ ମାନେ ଆଗୁଆ ଜାଣିଦେଇଥାନ୍ତି । ତେଣୁ କୌଣସି ବିଲେଇ ଯଦି ରାସ୍ତା କାଟିଥାଏ । ତେବେ ସେ ଆପଣଙ୍କୁ ବିପଦ ଅଛି ବୋଲି ସୁଚାଇ ଦେଇଥାଏ । 2- ତନ୍ତ୍ରବିଜ୍ଞାନରେ ବିଲେଇକୁ ମହତ୍ଵପୂର୍ଣ୍ଣ ଜୀବ ବୋଲି ମନାଯାଇଥାଏ । ଯଦି ବିଲେଇ ଆସି ଘରେ ରହିବାକୁ ଲାଗେ । ତେବେ କୌଣସି ଅଘଟଣ ଘଟିପାରେ । ବିଲେଇ ମାନେ ଯଦି ପରସ୍ପର ମଧ୍ୟରେ ଝଗଡା କରୁଥାନ୍ତି । ତେବେ ବ୍ୟକ୍ତିର ଧନହାନୀ ବା କିଛି ଖରାପ ଖବର ଘଟିବାର ସମ୍ଭାବନା ରହିଥାଏ ।

3- ଦୀପାବଳି ରାତିରେ ଘରକୁ ବିଲେଇ ଆସିବାକୁ ଶୁଭ ବୋଲି ମନାଯାଇଥାଏ । ଏଥିଦ୍ଵାରା ମା’ ଲକ୍ଷ୍ମୀ ଘରକୁ ଆସିଥାନ୍ତି । ଯାହା ଦ୍ଵାରା ବର୍ଷ ସାରା ସେହି ଘରକୁ ଧନର ଆଗମନ ହୋଇଥାଏ । 4- ବିଲେଇ ଯଦି କୌଣସି ଘରେ ଛୁଆକୁ ଜନ୍ମ ଦେଇଥାଏ । ତେବେ ଏହାକୁ ମଧ୍ୟ ଶୁଭ ବୋଲି ମନାଯାଇଥାଏ ।

5- ବିଲେଇ ଯଦି ଘରକୁ ଆସି ଚୁପଚାପ କ୍ଷୀର ପିଇଯାଏ । ତେବେ ଘରକୁ ଧନ ଆଗମନର ଶୁଭ ଦେଇଥାଏ । 6- ଯଦି ବାରମ୍ବାର ଘରକୁ ବିଲେଇ ଆସୁଥାଏ । ତେବେ ଏହା ଅଶୁଭ ହୋଇଥାଏ । ତେଣୁ ଘରେ ସତ୍ୟନାରାୟଣ ପାଠ କରାଇବା ଉଚିତ ।

6- ବିଲେଇକୁ ରାହୁଙ୍କର ରୂପ ବୋଲି କୁହାଯାଇଥାଏ । ଯେଉଁ ବ୍ୟକ୍ତିର ଜାତକରେ ରାହୁ ଶୁଭ ନଥାଏ । ସେହି ବ୍ୟକ୍ତି ବିଲେଇକୁ କ୍ଷୀର ପିଆଇବାକୁ ଦେଲେ । ସେହି ବ୍ୟକ୍ତି ରାହୁଙ୍କର ଅଶୁଭ ପ୍ରଭାବରୁ ବଞ୍ଚିପାରିଥାଏ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କାମେଣ୍ଟୋ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *