ବୁଧବାରର ରାଶିଫଳ 22 ଜୁଲାଇ 2020, କ୍ରୋଧ କାରଣରୁ ବିଗିଡି ପାରେ ଏହି ୩ଟି ରାଶିଙ୍କ କାମ, ବାକି ରାଶିଙ୍କର ମନବଳ ବଢିବ

ଆଜି 22 ଜୁଲାଇ 2020 ବୁଧବାର । ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କୁ ବୈଦୁକ ଆଲୋଚନା ଏବଂ ଚୁକ୍ତିରେ ସଫଳତା ମିଳିବ । ଏହି ଦିନଟି ଆପଣଙ୍କର ସମଗ୍ର ବିବାହିତ ଜୀବନର ସବୁଠାରୁ ସ୍ନେହପୂର୍ଣ ଦିନ ହୋଇ ପାରେ । ଆପଣ ଘରେ ସୁସଙ୍ଗତ ବାତାବରଣ ସୃଷ୍ଟି କରି ପାରିବେ । ମହିଳା ମାନେ ଅତ୍ୟଧିକ ଭାବୁକ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ନହେଲେ ଅଯୋଥା ଅସୁବିଧାରେ ପଡି ପାରନ୍ତି । ନିଜ କାର୍ଯ୍ୟ କ୍ଷେତ୍ରରେ ନିଜକୁ ପ୍ରମାଣ କରିବାର ଦିନ ଅଟେ କାରଣ ଆପଣଙ୍କ ମାଲିକ ଆପଣଙ୍କ ଗୁରୁତ୍ଵକୁ ଅନୁଭବ କରିବେ ।

ବୃଷ

ପ୍ରେମ ବିଷୟରେ ଆପଣ ଆଜି ଭୁଲ ବୁଝି ପାରିବେ । ବୟସ୍କ ଲୋକଙ୍କର ସହାୟତା ମିଳିବ । ବିରୋଧୀ ମାନେ ଆପଣଙ୍କୁ ଅସ୍ଥିର କରିବା ପାଇଁ ଚେଷ୍ଟା କରିବେ କିନ୍ତୁ ସେମାନଙ୍କୁ ଶେଷରେ ନିରାଶ ହେବାକୁ ପଡିବ । ଆପଣ ବିପରୀତ ପରିସ୍ଥିତିକୁ ନିୟତ୍ରଣ କରିବା ପାଇଁ କଠିନ ସଂଘର୍ଷ କରିବେ । ପ୍ରତିଷ୍ଠା ବଢିବ । ବନ୍ଧୁ ଏବଂ ସମ୍ପର୍କୀୟ ମାନଙ୍କ ଠାରୁ ଲାଭ ହେବ । ସେମାନଙ୍କ ଠାରୁ ଉପହାର ମିଳିବା ଦ୍ଵାରା ଆପଣ ଖୁସି ହେବେ । ସମ୍ପତ୍ତି ସବନ୍ଧିତ କ୍ଷେତ୍ରରେ ଆପଣଙ୍କୁ ଲାଭ ହୋଇ ପାରେ ।

ମିଥୁନ

ଆଜିର ଦିନ ଏହି ରାଶିର ଲୋକଙ୍କ ପାଇଁ ଲାଭକାରୀ ରହିବ । ଆର୍ଥିକ, ସାମାଜିକ ଏବଂ ପାରିବାରିକ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି । କୌଣସି ବିଶ୍ଵସ୍ତ ସାଥିଙ୍କ ଠାରୁ ନିରାଶ ମିଳିପାରେ । ଝଗଡାରେ ପଡନ୍ତୁ ନାହିଁ । ଚେଷ୍ଟା କରୁଥିବା ବ୍ୟକ୍ତି ଆଶା ଅନୁସାରେ କାମ କରି ପାରିବେ ନାହିଁ । ଗାଡି ଚଲାଇବା ସମୟରେ ସାବଧାନ ରୁହନ୍ତୁ । ଆପଣଙ୍କ ଏବଂ ଆପଣଙ୍କ ଜୀବନସାଥିଙ୍କ ମଧ୍ୟରେ ମତଭେଦ ହୋଇ ପାରେ ।

କର୍କଟ

ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସମସ୍ତଙ୍କ ଠାରୁ ସେହ୍ନ ଏବଂ ସହଯୋଗ ମିଳିବ । କୌଣସି କାରଣ ପାଇଁ ପରିବାର ମଧ୍ୟରେ ଅସୁବିଧାର ପରିସ୍ଥିତି ସୃଷ୍ଟି ହୋଇ ପାରେ । କୌଣସି ପ୍ରିୟ ଲୋକଙ୍କ ସହିତ ଭେଟ ହେବ । ଆଜି ଆପଣଙ୍କର ଶାରୀରିକ ଶକ୍ତି ଏବଂ ମାନସିକ ଖୁସି ବଜାୟ ରଖିବା ପାଇଁ ଆପଣ କଷ୍ଟ ଅନୁଭବ କରିବେ । ଆପଣଙ୍କୁ ଆପଣଙ୍କ କଥା ଉପରେ ନିୟତ୍ରଣ ରଖିବା ଆବଶ୍ୟକ ଅଟେ, ନହେଲେ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ପାରେ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ହୋଇ ପାରେ ।

ସିଂହ

ଆଜି କରାଯାଇ ଥିବା ସମ୍ପତ୍ତିର ସୌଦା ବଡ ଲାଭ ଦେଇ ପାରେ । ଉର୍ଣ୍ଣତିର ମାର୍ଗ ପ୍ରଶସ୍ତ ହେବ । ଆପଣଙ୍କ ଘରେ କୌଣସି ବଡ ଘଟଣା କିମ୍ବା ପରିବର୍ତ୍ତନ ହେବ କିମ୍ବା ଆପଣଙ୍କ ପରିବାରକୁ ପ୍ରଭାବ ପକାଇବ । ସାହାସ ଏବଂ ପରାକ୍ରମ ସହିତ କରାଯାଇ ଥିବା ପ୍ରତ୍ୟକ କାର୍ଯ୍ୟରେ ଆପଣଙ୍କୁ ଆଶା ଅନୁସାରେ ସଫଳତା ମିଳିବ । ପ୍ରତିଦୋନ୍ଦି ସକ୍ରିୟ ହେବେ । କାର୍ଯ୍ୟ କ୍ଷେତ୍ରରେ ଆଜିର ଦିନ ବହୁତ ଭଲ ରହିବ । ନୂଆ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ଗମ୍ଭୀର ଭାବେ ବିଚାର କରନ୍ତୁ ।

କନ୍ୟା

ଆଜି ଆପଣଙ୍କ ଦିନ ଭଲ ରହିବ । ଆଜି ଆପଣ ସୃଜନଶୀଳ ଶକ୍ତିରେ ଭରା ଅନୁଭବ କରିବେ । ଜ୍ଞାନ ପାଇଁ ଆପଣଙ୍କ ତୃଷା ଗତି କରିବ ଏବଂ ଆପଣ ଆପଣଙ୍କ ହାତରେ ଯାହା ବି ରଖିରେ ତାହା ଉପରେ ଧ୍ୟାନ ଦିଅନ୍ତୁ । ବାହାରର ଖାଦ୍ୟ ଖାଆନ୍ତୁ ନାହିଁ । ଆବଶ୍ୟକ ସମୟରେ ଫଳର ପ୍ରୟୋଗ କରନ୍ତୁ । ବିବାଦୀୟ ମାମଲା ଗୁଡିକରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିବ । ଆର୍ଥିକ ଦୃଷ୍ଟିରୁ କିଛି ଅସ୍ଥିର ପରିସ୍ଥିତି ଦେଖାଯିବ ।

ତୁଳା

ଆଜି ଆପଣ ସାବଧାନ ହୋଇ ଚଳନ୍ତୁ । ଆଖପାଖର ଲୋକ ଏବଂ ସେମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦେବେ । କୋର୍ଟ କଚେରୀ ଇତ୍ୟାଦିରେ ସ୍ଥିତି ଅନୁକୂଳ ରହିବ । କୌଣସି ବାଦ ବିବାଦରେ ଜିତ ହାସଲ ହୋଇ ପାରେ । କାରୋବାରରେ ନୂଆ କାମ ମିଳିପାରେ । ଆଜି କୌଣସି କାମରେ ଅସୁବିଧା ଆସିଲେ ଅନୁଭବି ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଆଜି ସ୍ତ୍ରୀ ପକ୍ଷରୁ ଲାଭଦାଯକ ସ୍ଥିତି ରହିବ । ଆଗାମୀ ସମୟରେ ଆପଣଙ୍କର ଆର୍ଥିକ ସମୃଦ୍ଧି ହୋଇ ପାରେ ।

ବିଛା

ଆଜି ଆପଣ ନୂଆ କାମରେ ଜୀବନସାଥିଙ୍କ ପରାମର୍ଶରେ ଆଗକୁ ବଢନ୍ତୁ । ନୂଆ କାମ କରିବା ପାଇଁ ମନ ହେବ । ନିବେଶ ଶୁଭ ରହିବ । ରୋଜଗାରରେ ବୃଦ୍ଧି ହେବାର ସମ୍ଭାବନା ଅଛି । ଚାକିରିରେ କ୍ଷମତା ବଢିବ । ଘରେ ପାରିବାରିକ ସୁଖ ଶାନ୍ତି ରହିବ । ବନ୍ଧୁ ମିଳିବେ । ବ୍ୟସ୍ତ ହୁଅନ୍ତୁ ନାହିଁ । କୌଣସି ଗୁରୁତ୍ଵପୂର୍ଣ ବ୍ୟକ୍ତି ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ବାଧା ହେଉଥିଲେ ସେ ବର୍ତ୍ତମାନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିବେ । ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ ।

ଧନୁ

ଏହି ରାଶିର ଲୋକ ସ୍ୱାସ୍ଥ୍ୟଙ୍କୁ ନେଇ ଚିନ୍ତିତ ହୋଇ ପାରନ୍ତି । ଡକ୍ଟରଙ୍କ ପରାମର୍ଶ ନିହାତି ନିଅନ୍ତୁ । କାର୍ଯ୍ୟ ସିଦ୍ଧି ହେବ । ଆପଣ ଏହି ଲୋକଙ୍କ ପାଇଁ ବହୁତ ଉତ୍ସୁକ ଏବଂ ଭାବନାତ୍ମକ ଅନୁଭବ କରିବେ । ଆଜି ଆୟ କମ ଏବଂ ଖର୍ଚ ଅଧିକ ହେବ । ଦାୟିତ୍ଵହୀନ ହୁଅନ୍ତୁ ନାହିଁ । କିଛି ଦୁଖଃ ଖବର ମିଳିବାର ସମ୍ଭାବନା ଅଛି । ଚିନ୍ତା ଏବଂ ଚାପ ରହିବ । ବେପାର ବ୍ୟବସାୟ ଠିକ ଚାଲିବ । ଦୈନିକ ବେପାର ଭଲ ରହିବ । ଆଜି ପରିବାରରେ ଶୁଭ କାର୍ଯ୍ୟ ହୋଇ ପାରେ ।

ମକର

ଆଜି କୌଣସି ବଡ ପ୍ରୋଜେକ୍ଟ ତିଆରି ହେବ । ଦୋକାନ ଏବଂ ଘର ବିବାଦ ଉଭୟ ବୁଝାବଣା ଦ୍ଵାରା ସମାଧାନ ହେବ । ଧନ ଅର୍ଜନ କରିବେ । ଜୀବନସାଥୀଙ୍କୁ ଭେଟିବା ଏବଂ ଉପହାର ଦେବାର ସୁଯୋଗ ମିଳିବ । ଖୁସି ରହିବେ । ଆପଣ କିଛି ନୂଆ କରିବା ପାଇଁ ଧ୍ୟାନ ଦେବେ । କାହା ସହିତ ଝଗଡା ସମସ୍ୟା ସୃଷ୍ଟି କରିପାରେ । ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଦୁଷ୍ଟ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଏକ ସଫଳ ଦିନ ଅଟେ । ବ୍ୟବସାୟୀକ ଯାତ୍ରା ସଫଳ ରହିବ ।

କୁମ୍ଭ

ଏହି ରାଶିର ଲୋକଗାଡି ଏବଂ ମସିନାରୀ ଆଦି ପ୍ରଯୋଗରେ ସାବଧାନ ରୁହନ୍ତୁ । ପାଖ ଜାଗାକୁ ଯାତ୍ରା କରି ପାରନ୍ତି । ରୋଜଗାରରେ ବୃଦ୍ଧି ହେବାର ସମ୍ଭାବନା ଅଛି । ଭାଗ୍ୟର ସାଥ ମିଳିବ । ପ୍ରତିଦୋନ୍ଦି ସକ୍ରିୟ ରହିବେ । ଧନ ଖର୍ଚ ହେବ । ଆପଣଙ୍କର ବହୁତ ଦିନ ଧରି ଅଟକି ଥିବା କାମ ପୁରା ହେବ । ହଠାତ ଖର୍ଚରେ ବୃଦ୍ଧି ହେବ । ଦୀର୍ଘ ସମୟ ମଧ୍ୟରେ କାମ ପାଇଁ କରାଯାଇ ଥିବା ଯାତ୍ରା ଲାଭଦାୟକ ପ୍ରମାଣ ହେବ ।

ମୀନ

ଆଜି ଆପଣଙ୍କୁ ପରିବାର ଏବଂ ଜମିବାଡି ମାମଲା ଉପରେ ଧ୍ୟାନ ଦେବା ଜରୁରୀ ଅଟେ । ମନରେ ନକରାତ୍ମକ ବିଚାର ସୃଷ୍ଟି ହୋଇ ପାରେ । କଥାରେ ସଂଯମ ରଖନ୍ତୁ । କୌଣସି ବ୍ୟକ୍ତିଙ୍କ କଥା ଶୁଣନ୍ତୁ ନାହିଁ । ଦୂର ଜାଗାରୁ ଶୁଭ ଖବର ମିଳିବ । ଆୟ ଅନୁସାରେ ଖର୍ଚ କରନ୍ତୁ । ନିଜ ରାଗ ଉପରେ ନିୟତ୍ରଣ ରଖନ୍ତୁ । ଆଜି ଆପଣ କୌଣସି ଅଲଗା ସଂସ୍କୃତି ପ୍ରତି ଆକର୍ଷିତ ହେବେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *