‘ଧୋ ରେ ବାୟା ଧୋ, ଯେଉଁ କିଆରୀରେ…’ ପୁଅ Guan ପାଇଁ ଗୀତ ଗାଇଲେ ଅଭିନେତା Babushan Mohanty, ଦେଖାନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସେମାନେ ନିଜର ଜବରଦସ୍ତ ପ୍ରଦର୍ଶନ କରି ଓଡିଶା ତଥା ଓଡିଶା ବାହାରେ ମଧ୍ୟ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ ଓଡିଆ କଳାକାର ମାନଙ୍କୁ ବାହାର ଦେଶର ଲୋକେ ମଧ୍ୟ ପସନ୍ଦ କରିବାର ନଜର ଆସୁଛନ୍ତି । ତେବେ ଯେଉଁ କଳାକାର ମାନେ ବିବାହିତ ସେମାନେ ନିଜର ପରିବାର ତଥା ସନ୍ତାନ ମାନଙ୍କୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥାନ୍ତି ।

ଯାହା ଦର୍ଶକେ ଜାଣିବାକୁ ଇଚ୍ଛା କରିଥାନ୍ତି । ତେବେ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ତଥା ଚକଲେଟ ହିରୋ ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର କମେଡି ତଥା ଆକ୍ସନ ଦ୍ଵାରା ଲୋକ ମାନଙ୍କ ହୃଦୟ ଜିଣିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିବା ସହ ଅନେକ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ ଗତ ଗୋଟେ ବର୍ଷ ପୂର୍ବେ ତାଙ୍କର ପୁତ୍ର ସନ୍ତାନ ହୋଇଥିଲା ଯାହା ବିଷୟରେ ବାବୁସାନ ନିଜେ ସୋସିଆଲ ମିଡିଆରେ ଜଣାଇ ଥିଲେ । ବାବୁସାନ ଙ୍କ ପୁଅର ପ୍ରଥମ ଜନ୍ମ ବାର୍ଷିକ ଯାହାକୁ ଖୁବ ଧୂମଧାମ ରେ ସେଲିବ୍ରେସନ କରିଥିଲେ ଅଭିନେତା ବାବୁସାନ ଓ ତାଙ୍କ ପୁରା ପରିବାର ବର୍ଗ । ତେବେ ତାଙ୍କ ପୁରା ଜନ୍ମଦିନରେ ବାପା ହିସାବରେ ବାବୁସାନ ଗୋଟେ ଗୀତ ଗାଇଛନ୍ତି ଯାହାକୁ ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ତେବେ ସେ ନିଜ କଣ୍ଠ ରେ ଏହି ଗୀତ କୁ ଗାଇଛନ୍ତି ଯାହାର ଭିଡିଓ ଆପଣ ମାନେ ଦେଖି ପାରିବେ । ନିଜ ପୁଅକୁ ସଂପୂର୍ଣ୍ଣ ରୂପେ ଏହି ଗୀତକୁ ଡେଡିକେଟ କରିଛନ୍ତି ବାପା ବାବୁସାନ ।  ବାବୁସାନ ଖୁବ ସୁନ୍ଦର କଣ୍ଠ ରେ ନିଜ ପୁଅ ପାଇଁ ଗୀତ ଗାଉଛନ୍ତି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବବେ ।

ସେ ଗାଉଛନ୍ତି କି “ଧୋ ରେ ବାୟା ଧୋ” ଯାହା ଶୁଣିବାକୁ ଖୁବ ସୁନ୍ଦର ଲାଗୁଛି । ତେବେ ବାବୁସାନ ପୂର୍ବ ରୁ ମଧ୍ୟ ଅନେକ ଫିଲ୍ମରେ କଣ୍ଠଦାନ କରି ସାରିଛନ୍ତି । ତେବେ ଆପଣ ମାନେ ଜାଣିଥିବେ କି ବାବୁଶାନ ଅନେକ ଓଡ଼ିଆ ସିନେମା ରେ ସେ କାମ କରିଛନ୍ତି ତାଙ୍କର ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ଅଭିନୟ ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତା । ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି । ତେବେ କିଏ ବା ତାଙ୍କୁ ଭଲ ନପାଏ । ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଚକୋଲେଟ୍ ହିରୋ ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *