ରିୟାଙ୍କ ITR ଡିଟେଲ୍ସ ର ହେଲା ବହୁତ ବଡ ଖୁଲାସା , ଖୋଲିଗଲା ରିୟାଙ୍କର ଅନେକ ରାଜ

ସୁଶାନ୍ତ ସିଂ ରାଜପୁତ ମାମଲାରେ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଆରୋପି ଭାବେ ବିବେଚନା କରାଯାଉଛି । ମୁମ୍ବାଇ ପୋଲିସ ରିୟାଙ୍କୁ ପଚରା ଉଚରା କରିସାରିଛି। ବର୍ତ୍ତମାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ED) ମଧ୍ୟ ଏଥିରେ ଯୋଗ ଦେଇଛନ୍ତି । ରିୟା, ତାଙ୍କ ଭାଇ, ବାପା ଏବଂ ମ୍ୟାନେଜରଙ୍କୁ ପ୍ରଥମେ ଶୁକ୍ରବାର ଦିନ ED ଦ୍ୱାରା ପଚରା ଉଚରା କରାଯାଇଥିଲା । ଏହା ପରେ ସୋମବାର ଦିନ ପୁଣି ସମସ୍ତଙ୍କୁ ପଚରା ଉଚରା ପାଇଁ ଡକା ଯାଇଥିଲା । ବର୍ତ୍ତମାନ, ରିୟାଙ୍କର ସମସ୍ତ କାରୋବାର ଉପରେ ED ନଜର ରଖିଛି | ଏହି ସମୟରେ, ଏକ ଅଗ୍ରଣୀ ମିଡିଆ ପୋର୍ଟାଲ୍ ରିୟା ଚକ୍ରବର୍ତ୍ତୀଙ୍କ ଆୟକର ରିଟର୍ଣ୍ଣର ବିବରଣୀ ପ୍ରକାଶ କରିଛି, ଯାହା ନିମ୍ନ ପ୍ରକାରର ଅଟେ |

ରୋଜଗାର ବଢିଲା, ସୋର୍ସ ର କୌଣସି ଖବର ନାହିଁ

2017-18, 2018-19 ଆର୍ଥିକ ବର୍ଷର ITR ରେ ହଠାତ୍ ରିୟା ଚକ୍ରବର୍ତ୍ତୀଙ୍କ ଆୟରେ ବୃଦ୍ଧି ଘଟିବାର ଦେଖା ଗଲା, କିନ୍ତୁ ଏହି ରୋଜଗାରର କୌଣସି ସୋର୍ସ ଜଣା ପଡିଲା ନାହିଁ |

ରୋଜଗାରରୁ ଅଧିକ ଇଂଭେଷ୍ଟମେଣ୍ଟ

ରିୟା ଗତ କିଛି ବର୍ଷ ମଧ୍ୟରେ ଅନେକ ପୁଞ୍ଜି ବିନିଯୋଗ କରିଛନ୍ତି, ଯାହା ତାଙ୍କ ରୋଜଗାର ଠାରୁ ବହୁତ ଅଧିକ ଅଟେ | ଏଭଳି ପରିସ୍ଥିତିରେ ED ବର୍ତ୍ତମାନ ରିୟାଙ୍କ ଆୟର ଉତ୍ସ ଖୋଜିବାକୁ ଚେଷ୍ଟା କରୁଛି ।

ବାର୍ଷିକ ଇନକମ

ଆର୍ଥିକ ବର୍ଷ 2017-1, 2018-19 ରେ, ରିୟା ITR ରେ ନିଜର ବାର୍ଷିକ ଆୟ 18 ଲକ୍ଷ ଟଙ୍କା ବୋଲି କହିଥିଲେ | କହି ଦେଉଛୁ କି ଏହି ଆମାଉଣ୍ଟ ଟ୍ୟାକ୍ସ ବାହାରେ ଅଟେ ।

ଗଚ୍ଛିତ ସମ୍ପତି ବଢିଲା

ରିୟାଙ୍କ ଗଚ୍ଛିତ ସମ୍ପତି ବିଷୟରେ କହିବାକୁ ଗଲେ ଏହା 2018 ରୁ 2019 ମଧ୍ୟରେ 96 ହଜାରରୁ 9 ଲକ୍ଷକୁ ବୃଦ୍ଧି ପାଇଥିଲା |

ଲକ୍ଷ ଲକ୍ଷ ସେୟାର କିଣିଲେ

ରିୟା ମଧ୍ୟ କିଛି କମ୍ପାନୀର ଶେୟାର ହୋଲ୍ଡର ଅଟନ୍ତି | ସେ 2017-18 ରେ 34 ଲକ୍ଷ ଟଙ୍କା ମୂଲ୍ୟର ସେୟାର କିଣିଥିଲେ। ଏହି ପରିମାଣ 2018-19 ରେ 42 ଲକ୍ଷରେ ପହଞ୍ଚିଛି | ବର୍ତ୍ତମାନ ED ଜାଣିବାକୁ ଚେଷ୍ଟା କରୁଛି ଯେ ଯେତେବେଳେ ରିୟାଙ୍କ ଆୟ ମାତ୍ର 18 ଲକ୍ଷ ଥିଲା, ସେ କିପରି ଏତେ ପରିମାଣର ଶେୟାର କିଣିଲେ?

ବ୍ୟାଙ୍କ FD ଉପରେ ବି ନଜର

HDF ଓ ICICI ବ୍ୟାଙ୍କରେ ଥିବା ରିୟାଙ୍କ FD ର ମଧ୍ୟ ଇଡି ଯାଞ୍ଚ କରୁଛି । ସେଇଠି 2017-2019 ମଧ୍ୟରେ ITR ରେ ତାଙ୍କ ଦ୍ଵାରା କୌଣସି ବଡ ଟ୍ରାଞ୍ଜାକ୍ସନ ର ସୂଚନା ନାହିଁ ।

ଆପଣଙ୍କୁ କହି ଦେଉଛୁ କି ସୁଶାନ୍ତଙ୍କ ପିତା କେ.କେ ସିଂ ପାଟନାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ରିୟା ଏବଂ ତାଙ୍କ ପରିବାର ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ 15 କୋଟି ଟଙ୍କା ହଡପ କରିଛନ୍ତି । ଏହି FIR ପରେ ବିହାର ପୋଲିସ ତଦନ୍ତ ପାଇଁ ମୁମ୍ବାଇ ଯାଇଥିଲା ଓ ସେ ସେଠାରେ ମୁମ୍ବାଇ ପୋଲିସର ସମର୍ଥନ ପାଇ ନଥିଲେ।

ଏହି ସମୟରେ ଏହି ମାମଲା ଉପରେ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଥିଲା । ନିକଟରେ ସୁପ୍ରିମକୋର୍ଟ ସୁଶାନ୍ତଙ୍କ ମାମଲାର ତଦନ୍ତ ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି । ତେବେ ମୁମ୍ବାଇ ପୋଲିସ କହିଛି ଯେ ବର୍ତ୍ତମାନ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇ ନାହିଁ । ଏହାର ଗୋଟିଏ କାରଣ ହେଉଛି ରିୟା ସୁପ୍ରିମକୋର୍ଟରେ ଦାଖଲ କରିଥିବା ଆବେଦନ। ସେ ତାଙ୍କ ବିରୋଧରେ ଦିଆଯାଇଥିବା କେସ କୁ ବିହାରରୁ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଥିଲେ । ଏହାର କାର୍ଯ୍ୟ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ।

ଅନ୍ୟ ପଟରେ ED ରିୟା ଓ ତାଙ୍କ ପରିବାର ସଦସ୍ୟ ମାନଙ୍କୁ ପଚରାଉଚରା କରୁଛି । ଶୁକ୍ରବାର ଦିନ ରିୟାଙ୍କୁ 8 ଘଣ୍ଟା ଜେରା ହୋଇଥିଲା ଓ ତାଙ୍କ ଭାଇଙ୍କୁ 12 ଘଣ୍ଟା ଜେରା କରାଯାଇଥିଲା । ଏହି ସମୟରେ ରିୟା ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ କୌଣସି ବଡ ଆମାଉଣ୍ଟ ବାହାର କରିବା କଥା ଅସ୍ଵୀକାର କରିଥିଲେ ।

ଏ ବିଷୟରେ ଆପଣଙ୍କ ମତାମତ ଆମକୁ ଜଣାଇବେ ଓ ଏ ବିଷୟରେ ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *