“ବିଧାୟକ କ’ଣ ତୁମେ ଭଗବାନ, ତୁମେ ଯାହା କହିବ….” ଦେଖନ୍ତୁ କାହିଁକି ଓ କାହାକୁ ଏମିତି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବିଧାୟକ ସୁର ରାଉତରାୟ କିଛି ଏଭଳି କହିଛନ୍ତି ଯାହା ଆପଣ ମାନେ ଜାଣିଲେ ତାହା ଠିକ କି ଭୁଲ ଜାଣିପାରିବେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସୁର ରାଉତରାୟ ଙ୍କର ଦମଦାର କଥା ଯୋଗୁଁ ଲୋକେ ତାଙ୍କୁ ଅଧିକ ମାନ୍ୟତା ଦେବା ସହିତ ଅଧିକ ପସନ୍ଦ ମଧ୍ୟ କରି ଆସିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେଉଁ ବାର୍ତ୍ତା ପଠାଇଛନ୍ତି ?

ସୁର ରାଉତରାୟ କହିଛନ୍ତି ଯେ ନବୀନ ବାବୁ ଆପଣ ତ ବିବାହ କରି ନାହାଁନ୍ତି, ତେଣୁ ଏ ସବୁର ଅଭିଜ୍ଞତା ନାହିଁ । ମାତ୍ର ଏହି ବିଧାୟକ ମାନେ କାହିଁ ଏଭଳି ହେଉଛନ୍ତି ? ନିଜ ବିବେକ କୁ ସେମାନେ କିଛି ପଚାରି ପାରୁନାହାଁନ୍ତି ? ମାତ୍ର 2 ଲକ୍ଷ ଲୋକଙ୍କର ପ୍ରତିନିଧି ଲୋକଙ୍କ ସେବା କରିବାକୁ ଆସିଛନ୍ତି ମାତ୍ର ଏତେ ପ୍ରକାରର କଣ ଚରିତ୍ର ହୀନତା ବାହାର କରୁଛ ? ଏହା ସଂପୂର୍ଣ୍ଣ କଣ୍ଟ୍ରୋଲ ବାହାରେ ।

ଏଣୁ ହେ’ ନବୀନ ବାବୁ ଗୋଟିଏ ଇଙ୍କ୍ବାରୀ ବାହାର କର କେଉଁ ଦଳର କେଉଁ ପଲିଟିକାଲ ଲୋକ ଏଥିରେ ଅଛନ୍ତି, କେଉଁ ପୋଲିସ ଇନ୍ଭଲ୍ବ, କେଉଁ କର୍ମଚାରୀ ତଥା IAS ଇନ୍ଭଲ୍ବ, କେଉଁ ଇଞ୍ଜିନିୟର ଇନଭଲ୍ବ, ସେ ସବୁର ଗୋଟିଏ ଅନୁସନ୍ଧାନ କରି ତାଙ୍କ ବିରୁଦ୍ଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । କାରଣ ଏମାନେ ସବୁ ସମାଜ କୁ କଳଙ୍କିତ କରିଦେଉଛନ୍ତି ଏହି ପଲିଟିକାଲ ଲୋକ । ପାର ପାଇଗଲା ପରେ ଏମାନେ ଜ୍ଞାନ ଶୂନ୍ୟ ହୋଇଯାଉଛନ୍ତି ।

ମାତ୍ର ସେମାନେ ଜାଣି ପାରୁ ନାହାଁନ୍ତି ଯେ ସେମାନେ କଣ ଥିଲେ ମୂଳରୁ ? MLA ହେବା ପରେ କଣ ହୋଇଗଲ ? ମାତ୍ର କଣ ଭଗବାନ ହୋଇଗଲ ତୁମେ ? ମାତ୍ର ଏଭଳି ଚରିତ୍ର କଣ ପାଇଁ କାହିଁକି ତୁମେ ସୋସାଇଟି କଳଙ୍କିତ କରୁଛ ? ସେ ଯେଉଁଥିରେ ଥାଆନ୍ତୁ, ଅନୁସନ୍ଧାନ କରାଯାଉ କେଉଁ କର୍ମଚାରୀ ଏଥିରେ ଇନଭଲ୍ବ ଅଛନ୍ତି ? ଯେଉଁ ମାନଙ୍କ ନାମ ଆସୁଛି ଅନୁସନ୍ଧାନରେ ସେମାନଙ୍କ ବିରୁଦ୍ଧରେ ନିଶ୍ଚିତ ଭାବରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ।

ଯେମିତି ଭବିଷ୍ୟତରେ ଏ ସମାଜ କୁ କଳଙ୍କିତ ସେମାନେ ନ କରିବେ । ଯେଉଁ ପୋଲିସ ମାନେ ତାଙ୍କୁ ସହଯୋଗ କରିଛନ୍ତି ତାଙ୍କୁ କଠୋର ଦଣ୍ଡ ଦିଆଯାଉ । ଜୀବନରେ ଯେମିତି ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁ ଙ୍କ ପାଇଁ ଏଭଳି କଳଙ୍କିତ କାର୍ଯ୍ୟ ସେମାନେ କରିବେ ନାହିଁ । ମାତ୍ର ଭଲ ପୋଲିସ ଅଫିସର ମଧ୍ୟ ଅଛନ୍ତି ସେମାନେ ଅନୁସନ୍ଧାନ କରି ବାହାର କରନ୍ତୁ ସବୁ ଏବଂ ଏ ସବୁରେ ଯିଏ ଅଛନ୍ତି ସମସ୍ତଙ୍କୁ କଠୋର ଶାସ୍ତି ଦିଆଯାଉ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *