‘ବିଦା କରନ୍ତୁ ମୋର ଭାସିଗଲା ହୋ…’ ଦେଖନ୍ତୁ ଏମିତି କାହିଁକି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ନିଶ୍ଚୟ ଜାଣିଥିବେ । ସୁର ଭାଇ ହେଉଛନ୍ତି ଆମ ଓଡିଶାର ଜଣେ ଲୋକପ୍ରିୟ ନେତା । ସୁର ଭାଇ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ପିସିିସି ସଭାପତି ଚୟନ ପ୍ରସଙ୍ଗରେ ଜଟଣୀ ବିଧାୟକ ସୁର ରାଉତରାୟ କିଛି ଦିନ ତଳେ ଗଣମାଧ୍ୟମକୁ ରୋଚକ ବୟାନ ଦେଇଥିଲେ ।

ତେବେ ସେ କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଲେ, ଏହାର ଶୀଘ୍ର ଉତ୍ତର ଦେବାକୁ ସୁରଙ୍କୁ ଚିଠି କରିଛନ୍ତି ପିସିସି ସଭାପତି । ଏବେ କାରଣ ଦର୍ଶାଅ ନୋଟିସ ର ଜବାବ ରଖିଲେ ସୁରେଶ ରାଉତରାୟ । କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତ୍ତର ଦାଖଲ କଲେ । ପୁଣିଥରେ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ସେହି କଥାକୁ କହିଲେ ।

ସୁର ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ପିସିସି ସଭାପତି କହିଥିଲେ ଯେଉଁ ଦିନ ତଡା ହେଲେ ସଭାରୁ ମୋତେ ନବୀନ ପଟ୍ଟନାୟକ ରେସିଡେନ୍ସରୁ ତଣ୍ଟିଆ ଗଲା । ଜୟଦେବ ଜେନା କହିଥିଲେ ତଡି ଦିଆଗଲା । ଶରତ ରାଉତ କହିଥିଲେ ଅପହାର୍ଗ କିଏ ନ କହିଛନ୍ତି । ସାଲୁଜା କହିଛି ରିଯାଇନ କରୁ ନର୍ସିଙ୍ଗ ମିଶ୍ର । ଏ କାହା ପାଇଁ ଡିସିପ୍ଲୀନ ନାହିଁ ଶଳା ଆମ ପାଇଁ 18 ଘଣ୍ଟା ଖଟୁଛୁ ଆମେ ।

ଆମର ଖାତିର ଅଛି ନହଲେ ବି କଣ ହେଇଯାଉଛି ରାଜନୀତି । 50 ବର୍ଷ ହେଲା କଂଗ୍ରେସ କାମ କରୁଛି ଭୁବନେଶ୍ବର ସହରରେ । କେଉଁଠି କେତେବେଳେ କଣ ସ୍ଲିପ କରିଗଲା ସେ ପେପର ଆଗରେ ବାହାରିଛି ମୋ ବୋପା ଲୋ । ସମ୍ବାଦର ଆଗରେ ଶଳା କଂଗ୍ରେସ ପଇସାରେ ସମ୍ବାଦ ଏଡେ ବଡ ବାହାରିଛି କଂଗ୍ରେସର ଲେଟର ଲଜ୍ୟା । ସେ ଶଳା ଗୋଡ ଟଣା ଟଣି ହେଉଛନ୍ତି ଆମେ ଟିକେ କହିଦେଲୁ ବୋଲି ଭାସିଗଲା ।

ନୋଟିସ କରନ୍ତୁ ନହଲେ ବିଦାୟ କରିଦିଅନ୍ତୁ ଖାତିର ନାହିଁ ଆମେ ସତ । 18 ଘଣ୍ଟା 20 ଘଣ୍ଟା କଂଗ୍ରେସ ପାଇଁ କାମ କରୁଛୁ ଡେ ଆଣ୍ଡ ନାଇଟ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁର ଭାଇ ନିଜର ବୟାନ ଦେଇଛନ୍ତି । ଆଉ ସୁର ଭାଇଙ୍କର ଏହି ବୟାନଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *