ଭାରତର ଏହି ସ୍ଥାନରେ 1 ଟଙ୍କାରେ ମିଳୁଛି 1 ଲିଟର ପେଟ୍ରୋଲ ! ବିଶ୍ଵାସ ନ ହେଲେ ବି ସତ, ଦେଖନ୍ତୁ କେଉଁଠି ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ମହଙ୍ଗା ଦୁନିଆରେ ସବୁଠାରୁ ମହଙ୍ଗା ହେଉଛି ପେଟ୍ରୋଲ । ତେବେ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୪୦ ପଇସା ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ୧୦୩.୮୧ ଟଙ୍କା ଓ ଡିଜେଲ ଦର ୯୫.୦୭ ଟଙ୍କା । ମୁମ୍ବାଇରେ ପେଟ୍ରୋଲ ୧୧୮.୮୩ ଟଙ୍କା ଓ ଡିଜେଲ ଦର ୧୦୩.୦୭ ଟଙ୍କା । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୪୩ ପଇସା ଓ ଡିଜେଲ ଲିଟର ପିଛା ୪୨ ପଇସା ବୃଦ୍ଧି ପାଇଛି ।

ପେଟ୍ରୋଲ ଦର ୧୧୦.୭୯ ଟଙ୍କା ଓ ଡିଜେଲ ଦର ୧୦୦.୫୪ ଟଙ୍କାରେ ପହଞ୍ଚିଲାଣି । ଗତମାସ ୨୨ ତାରିଖରୁ ପେଟ୍ରୋଲ, ଡିଜେଲ ଦର ଦର ବଢ଼ିବାରେ ଲାଗିଛି । ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୪ ତାରିଖ ମଧ୍ୟରେ ଦୁଇଦିନକୁ ଛାଡ଼ିଦେଲେ ଅନ୍ୟ ସବୁଦିନ ଦର ବଢ଼ିଛି । ଗତ ୧୪ ଦିନ ମଧ୍ୟରେ ଭୁବନେଶ୍ବରରେ ପେଟ୍ରୋଲ ଦର ୯ ଟଙ୍କା ଏବଂ ଡିଜେଲ ଦର ୮ ଟଙ୍କା ୯୨ ପଇସା ବଢ଼ିଛି ।

ଭୁବନେଶ୍ବରରେ ସୋମବାର ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ୭୯ ଏବଂ ଡିଜେଲ ୧୦୦ ଟଙ୍କା ୫୪ ପଇସାରେ ପହଞ୍ଚି ଯାଇଛି । ତେଲ ଦର ହୁ ହୁ ହୋଇ ବଢ଼ୁଥିବାରୁ ଏହା ଗ୍ରାହକଙ୍କୁ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗାଡି ଚାଳକଙ୍କ ପକେଟକୁ ଝଟକା ଦେଉଛି ପେଟ୍ରୋଲର ମହଙ୍ଗା ମାଡ । ପ୍ରତିଦିନ ବଢୁଥିବା ପେଟ୍ରୋଲ ରେଟ ଏବେ ଲିଟର ପିଛା ୧୧୫ ଛୁଇଁଲାଣି । ଯାହା ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାଣ ପାଲଟିଛି ।

ତେବେ ଏବେ ସାଧାରଣ ଜନତାଙ୍କ ଉପରେ ମହାଙ୍ଗା ମାଡ଼ ହେଉଥିବା ବେଳେ ପେଟ୍ରୋଲ ଦର ବର୍ତ୍ତମାନ ଆକାଶ ଛୁଆଁ ହୋଇଛି । ଏହା ମଧ୍ୟରେ ପେଟ୍ରୋଲକୁ ନେଇ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସିଛି ।   ୧ଟଙ୍କାରେ ମିଳୁଛି ଗୋଟିଏ ଲିଟର ପେଟ୍ରୋଲ । ଏହା ଆପଣଙ୍କୁ ବିଶ୍ୱାସ ହୋଇ ନପାରେ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ସତ । ପେଟ୍ରୋଲ ନେବା ପାଇଁ ଲୋକଙ୍କର ଲାଗିଛି ଲମ୍ୱା ଧାଡ଼ି ।

ମୁମ୍ୱାଇର ଥାଣେ ସହରରେ ଥିବା ଏକ ପେଟ୍ରୋଲ ପମ୍ପରେ ୧ ଟଙ୍କାରେ ମିଳୁଛି ଗୋଟିଏ ଲିଟର ପେଟ୍ରୋଲ । ଥାଣେରେ ଥିବା କୈଳାଶ ପେଟ୍ରୋଲ ପମ୍ପରେ ସେଠାକାର ସ୍ଥାନୀୟ ବିଧାୟକ ପ୍ରତାପ ସର ନାୟକଙ୍କ ଜନ୍ମଦିନ ଅବସରରେ ଏପରି ରିହାତି ମୂଲ୍ୟରେ ଲୋକମାନଙ୍କୁ ପେଟ୍ରୋଲ ନେବାର ସୁଯୋଗ ମିଳିଛି । ତେବେ ଏପରି ଶସ୍ତା ମୂଲ୍ୟରେ ପେଟ୍ରୋଲ ଦେବା ଉଦ୍ୟମ ଥାଣେ ନଗର ନିଗମର ପୂର୍ବତନ କାଉନସିଲର ଆଶା ଡାଙ୍ଗରେ ସମାଜସେବୀ ସନ୍ଦୀପ ଡାଙ୍ଗରେ ଓ ଅବ୍ଦୁଲ ସଲାମଙ୍କ ସହିତ ମିଶି ଆରମ୍ଭ କରିଛନ୍ତି ।

ଏହାଦ୍ୱାରା ପାଖାପାଖି ଏକ ହଜାର ଗାଡ଼ି ଚାଳକଙ୍କୁ ଏକ ଟଙ୍କାରେ ଗୋଟିଏ ଲିଟର ପେଟ୍ରୋଲ ଦିଆଯାଇଛି । ପେଟ୍ରୋଲ ନେବା ପାଇଁ ସେଠାରେ ଦୁଇ ଚକିଆ ଗାଡ଼ିମାନଙ୍କର ଅଧିକ ଭିଡ଼ ଲାଗିଥିଲା । ଏହା ପୂର୍ବରୁ ସୋମବାର ସକାଳେ ଦେଶର ବଡ଼ ବଡ଼ ତୈଳ କମ୍ପାନୀମାନେ ଲଗାତାର ୨୦ ଦିନରେ ପେଟ୍ରୋଲ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି ।

ମୁମ୍ୱାଇରେ ପୋଟ୍ରୋଲ ଲିଟର ପିଛା ମୂଲ୍ୟ ୧୨୦ଟଙ୍କା ୫୧ ପାଇସା ଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୪ ଟଙ୍କା ୭୭ ପଇସା ରହିଛି । ଏପରି ସ୍ଥିତିରେ ଏକ ହଜାର ଗାଡ଼ି ଚାଳକଙ୍କୁ ଏକ ଟଙ୍କାରେ ପେଟ୍ରୋଲ ଦେବା ବହୁତ ଲାଭ ଦାୟକ ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *