ପୁରୀ ପ୍ରଶାସନ ବନାମ ସାଂସଦ, Aparajita କରିବେ କି ଖେଳ ? ଦେଖନ୍ତୁ Video

ସଂସଦରେ ଯେତେବେଳେ ଶ୍ରୀମନ୍ଦିର ବେଆଇନ ନିର୍ମାଣ କଥା ଉଠିଥିଲା ସେତେବେଳେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଘେରିଥିଲା ବିଜେଡି । ମିଛ କହି ଗୃହକୁ ବିଭ୍ରାନ୍ତ କରିଥିଲେ ଖୋଦ ପୁରୀ ସାଂସଦ ପିନାକୀ ମିଶ୍ର। ବାସ ଏହା ପରଠୁ ମିଶନ ପୁରୀ ଆରମ୍ଭ କରିଥିଲେ ଅପରାଜିତା । ଏଏସଆଇ ଡିଜିଙ୍କୁ ଭେଟି ସବୁ ବୁଝିବା ପରେ ଏବେ ପ୍ରକଳ୍ପ ପଛର ସତ ସାମ୍ନାକୁ ଆଣିବାକୁ ଅଣ୍ଟା ଭିଡିଛନ୍ତି ।

ଏଏସଆଇ ଡିଜିଙ୍କୁ ଭେଟି ସବୁ ବୁଝିବା ପରେ ଏବେ ପ୍ରକଳ୍ପ ପଛର ସତ ସାମ୍ନାକୁ ଆଣିବା ପାଇଁ ଅଣ୍ଟା ଭିଡି ଛନ୍ତି । ପ୍ରଥମେ ପଦ ଯାତ୍ରା କରି ବାସ୍ତବ ସତ ଲୋକ ମାନଙ୍କ ନିକଟରେ ପହଞ୍ଚାଇବାକୁ ଯୋଜନା କରିଥିଲେ ବି ଜିଲ୍ଲା ପ୍ରଶାସନ ଭୟରେ ଅନୁମତି ଦେଲା ନାହିଁ । କାଳେ ଗୁମର ଖୋଲିଯିବ ସେଥିପାଇଁ ବେସ ସତର୍କତାର ସହ ଏହାକୁ ନେଇଛନ୍ତି ଜିଲ୍ଲାପାଳ ।

ଏପଟେ ତୃତୀୟ ମାହାଲା ବି ପୁରା ଟ୍ରାକ ରଖିଛି । ଏଠାରୁ ଯାହା ନିର୍ଦ୍ଦେଶ ଯାଉଛି ତାକୁ ପାଳନ କରୁଛି ପୁରୀ ପ୍ରଶାସନ । ପଦ ଯାତ୍ରା ଉପରେ ରୋକ ଲଗାଇବା ପରେ ନିଜ ଜିଦରେ ଅଟଳ ଥିବା ସାଂସଦ ପୁରୀ ଗ୍ରସ୍ତରେ ବାହାରି ଛନ୍ତି । ହେଲେ ଦେଖନ୍ତୁ କିପରି ରହିଛି ସୁରକ୍ଷା ବଳୟ । ଯାହାକି ସ୍ପର୍ଷ୍ଟ କରିଛି କେତେ ଭୟବିତ ରହିଛି ଜିଲ୍ଲା ପ୍ରଶାସନ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସରକାରଙ୍କ ଆଖି ବୁଝା ନିଷ୍ପତ୍ତି କାହିଁକି । ଦେଢ ବର୍ଷ ତଳୁ ଏହି ପ୍ରକଳ୍ପ ନିର୍ମାଣ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଏପ୍ରିଲ 6ରେ ଏଏସଆଇଙ୍କୁ ପ୍ରକଳ୍ପ ସଙ୍କ୍ରାନ୍ତୀୟ ପ୍ରସ୍ତାବ ପ୍ରଦାନ କରିଛି । ଆଉ ଆଗରୁ କାହିଁକି ଦେଲା ନାହିଁ । ଆରଟିଆଇ ତଥ୍ୟରେ ଏଏସଆଇ କହିଛି କି ପ୍ରକଳ୍ପ ପାଇଁ କୌଣସି ଅନୁମତି ଦିଆଯାଇ ନାହିଁ ।

ଏହା ସହ କୌଣସି ପରାମର୍ଶ ଦିଆଯାଇ ନାହିଁ ତେବେ ସମାନ କଥା କାହିଁକି ହାଇକୋର୍ଟଙ୍କ ନିକଟରେ କହିଲା ନାହିଁ ଏଏସଆଇ । ଏଠାରେ ଏଏସଆଇର ଦୋମୁହାଁ କଥା ପଦାରେ ପଡିଛି । ଏଏସଆଇ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସଂସ୍ଥା ହେଲେ କେନ୍ଦ୍ର ବି ଏହାକୁ ନେଇ କାହିଁକି ନୀରବ ରହିଛି ତାହା ପଛରେ କଣ ରହିଛି କାରଣ ତାହା ବୁଝା ପଡୁ ନାହିଁ ।

ପୁରୀ ଜିଲ୍ଲାର ବିଧାୟକ ବିଜେପିରେ ରହିଥିବା ବେଳେ ସେ ଏହାକୁ କାହିଁକି ବଡ ପ୍ରସଙ୍ଗ କରୁ ନାହାନ୍ତି । ଗଜପତି ଓ ସଙ୍କରାଚାର୍ଜ୍ୟଙ୍କ କଥା ବି ଏଠାରେ ଉଠିପାରେ । ଯେତେବେଳେ ସମସ୍ତଙ୍କ ପାଟିରେ ତୁଣ୍ଡି ବାନ୍ଧିବାରେ ସଫଳ ହେଇଛନ୍ତି ସରକାର ଆଉ ଏହି ଆଧାରରେ ପ୍ରକଳ୍ପ କାର୍ଯ୍ୟ ତରବାରିଆରେ କରେଇବାକୁ ଚାହୁଁ ଛନ୍ତି ସରକାର । ଠିକ ଏତିକି ବେଳେ ସାମ୍ନାକୁ ଆସିଛନ୍ତି ଅପରାଜିତା ।

ସାଂସଦ ଅପରାଜିତା ଏହି ପ୍ରସଙ୍ଗକୁ ଯେଉଁ ଭଳି ଢଙ୍ଗରେ ନେଇଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି । ଆଉ ଅପରାଜିତାଙ୍କ ପାଇଁ ସମସ୍ତଙ୍କ ନିଦ ହଜିଯାଇଛି । ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ଛନ୍ତି ଅପରାଜିତା । ଯେଉଁଥି ପାଇଁ ଏଭଳିଆ ବିରୋଧ ଆଉ କଟକଣା ରଖିବାକୁ ପଛଉ ନାହାନ୍ତି ।

Leave a Reply

Your email address will not be published. Required fields are marked *