ବିବାହିତା ମହିଳାଙ୍କ ଏହି ଗୋଟିଏ ଭୁଲ ପାଇଁ ସ୍ଵାମୀ ବିପଦରେ ପଡିଥାନ୍ତି… ସବୁବେଳେ ଋଣ, କରଜରେ ବୁଡି ରହିଥାନ୍ତି !

ଭାରତର ପରମ୍ପରା ଓ ସଂସ୍କୃତି ଅନୁଯାଇ ନାରୀ ମାନେ ବିବାହ ପରେ ନିଜ ଗୋଡରେ ଗୋଡମୁଦି ପିନ୍ଧିଥାନ୍ତି । ଗୋଡମୁଦି ପିନ୍ଧିବା ଦ୍ଵାରା ମହିଳା ମାନେ ଶାରୀରିକ ଓ ମାନସିକ ରୂପେ ସୁସ୍ଥ ରହିଥାନ୍ତି । ଏଥିସହ ମହିଳା ମାନେ ନିଜ ଗୋଡରେ ଗୋଡ ମୁଦି ପିନ୍ଧିବା ଦ୍ଵାରା ତାଙ୍କ ସ୍ଵାମୀର ଆୟୁଷ ଲମ୍ବା ମଧ୍ୟ ହୋଇଥାଏ । ତେଣୁ କରି ବିବାହ ପରେ ମହିଳା ମାନେ ନିଜ ଗୋଡରେ ଗୋଡମୁଦି ପିନ୍ଧିଥାନ୍ତି । ହେଲେ କିଛି ମହିଳା ଗୋଡମୁଦିକୁ ଭୁଲ ରୂପେ ପିନ୍ଧିବା ଦ୍ଵାରା ସେମାନଙ୍କର ଜୀବନରେ ସୌଭାଗ୍ୟ ବଦଳରେ ଦୁର୍ଭାଗ୍ୟ ଚାଲି ଆସିଥାଏ ।

ଗୋଡମୁଦିକୁ ପିନ୍ଧିବା ଦ୍ଵାରା ସେହି ମହିଳାର ଗର୍ଭାଶୟ ନିୟନ୍ତ୍ରିତ ହୋଇ ରହିଥାଏ । ଏଥିସହ ସେହି ମହିଳାର ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ରହିଥାଏ । ହେଲେ ମହିଳା ମାନେ ଗୋଡମୁଦି ପିନ୍ଧିବା ସମୟରେ କେଉଁ ପ୍ରକାର ଭୁଲ କରିବା ଉଚିତ ନୁହେଁ ଚାଲନ୍ତୁ ଏଠାରେ ଜାଣିବା ।

1- ମହିଳା ମାନେ ଗୋଡମୁଦିକୁ ଢିଲା ଭାବେ ପିନ୍ଧିବା ଅନୁଚିତ । ଅଙ୍ଗୁଳିରୁ ବାରମ୍ବାର ବାହାରି ପଡୁଥିବା ଗୋଡମୁଦିକୁ ପିନ୍ଧିବା ଜମାରୁ ମଧ୍ୟ ଉଚିତ ହୋଇନଥାଏ । କାରଣ ବାରମ୍ବାର ଗୋଡ ଆଙ୍ଗୁଠିରୁ ଗୋଡମୁଦି ବାହାରି ପଡିବା ଦ୍ଵାରା ଅଶୁଭ ହୋଇଥାଏ । ଏଥିସହ ମହିଳା ମାନଙ୍କର ଏହି ଭୁଲ ଯୋଗୁ ତାଙ୍କ ସ୍ଵାମୀ ସବୁବେଳେ ଧାର କରଜରେ ବୁଡି ରହିଥାନ୍ତି ।

2- ମହିଳା ମାନେ ନିଜ ଗୋଡରେ ପିନ୍ଧିଥିବା ଗୋଡମୁଦିକୁ ଅନ୍ୟକୁ ପିନ୍ଧିବାକୁ ଦେବା ଉଚିତ ହୋଇନଥାଏ । ନଚେତ ଏହା ମହିଳା ମାନଙ୍କର ସବୁଠାରୁ ବଡ ଭୁଲ ହୋଇଯାଇଥାଏ । ତେଣୁ ମହିଳା ମାନେ ନିଜ ଗୋଡମୁଦି ସହ ଏଭଳି କରନ୍ତୁ ନାହିଁ । ଏହା ଛଡା ଏହି ଭୁଲ କରିବା ଦ୍ଵାରା ରୋଗବେମାରୀ ମଧ୍ୟ ମାଡି ବସିଥାଏ । ଘରର ଜଣଙ୍କ ପରେ ଅନ୍ୟ ଜଣେ ସଦସ୍ୟଙ୍କର ସ୍ଵାସ୍ଥବସ୍ତା ବିଗିଡିବାରେ ଲାଗିଥାଏ ।

3- ତମ୍ବାରୁ ପ୍ରସ୍ତୁତ ଗୋଡମୁଦି କେବେବି ପିନ୍ଧିବା ଉଚିତ ହୋଇନଥାଏ । କାରଣ ତମ୍ବାର ଗୋଡମୁଦି ପିନ୍ଧିବା ଦ୍ଵାରା ପିଲା ହେବ ସମୟରେ ଅସୁବିଧାର ସମ୍ମୁଖୁନ ହେବାକୁ ପଡିଥାଏ ।

4- ଫାଟି ଯାଇଥିବା ଗୋଡମୁଦିକୁ କେବେବି ପିନ୍ଧନ୍ତୁ ନାହିଁ । ଏହା ମଧ୍ୟ ସେହି ମହିଳା ଓ ତା’ ର ସ୍ଵାମୀ ପାଇଁ ଅଶୁଭ ହୋଇଥାଏ । ତେଣୁ ମହିଳା ମାନେ ନିଜ ପାଦର ଆଙ୍ଗୁଠିରେ ଗୋଡମୁଦି ପିନ୍ଧିବା ସମୟରେ ଏହି କିଛି କଥା ଉପରେ ଧ୍ୟାନ ରଖି ଗୋଡ ମୁଦି ପିନ୍ଧିବା ଉଚିତ ହୋଇଥାଏ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *