ବିବାହିତା ମହିଳାମାନେ ଏହି ସବୁ କଥା ପ୍ରତି ଧ୍ୟାନ ରଖିବା ଉଚିତ, ନଚେତ କମିଥାଏ ସ୍ଵାମୀଙ୍କ ଆୟୁଷ

ବିବାହ ପରେ ମହିଳାମାନଙ୍କୁ କେତେକ ଜିନିଷ ବଦଳାଇବାକୁ ପଡିଥାଏ । ଆସନ୍ତୁ ଜାଣିବା ମହିଳା ମାନଙ୍କ ପାଇଁ କେତେକ ଆବଶ୍ୟକୀୟ ଜରୁରୀ କଥା ବିଷୟରେ । ଯେଉଁ ମହିଳାମାନେ ବିବାହ କରିଛନ୍ତି ସେମାନେ କୌଣସି କଥାକୁ ମଧ୍ୟ କୌଣସି ଠାରେ ପ୍ରକାଶ କରିବା ଉଚିତ୍ ନୁହେଁ । ମହିଳାମାନଙ୍କର ଏମିତି କିଛି ଜିନିଷ ଅଛି ଯାହାକୁ ଅନ୍ୟକୁ ଦେବା ଉଚିତ ନୁହେଁ, ଏହା ଦୁର୍ଭାଗ୍ୟକୁ ଡାକି ଆଣିଥାଏ । ଆଜି ଆମେ ଜାଣିବା ସେହି ସବୁ ଜିନିଷ ବିଷୟରେ ଯାହାକୁ ଜଣେ ବିବାହିତା ମହିଳା ଅନ୍ୟକୁ ଦେବା ଉଚିତ ନୁହେଁ । ଏହିପରି କଲେ ସ୍ଵାମୀଙ୍କ ଆୟୁଷରେ ହାନି ଘଟେ । ଏହି କଥା ପ୍ରତି ଧ୍ୟାନ ରଖିବା ଉଚିତ ।

୧- ସିନ୍ଦୂର

ବିବାହିତା ମହିଳାମାନେ ନିଜ ସିନ୍ଦୂରକୁ ଅନ୍ୟ ଜଣେ ବିବାହିତା ମହିଳାଙ୍କୁ ଦେବା ଉଚିତ୍ ନୁହେଁ । ଯେତେବେଳେ ସିନ୍ଦୂର ଲଗାଇବେ ମୁଣ୍ଡରେ ଓଢଣୀ ପକାଇ ବା ମୁଣ୍ଡକୁ ଘୋଡେଇ ସିନ୍ଦୂର ଲଗାଇବା ଉଚିତ୍ ।

୨- କଜଳ ବା ଆଖିର କଳା

ବିବାହିତ ମହିଳାମାନେ ନିଜେ ଲଗାଉଥିବା କଳାକୁ ଅନ୍ୟ ଜଣେ ବିବାହିତା ମହିଳାଙ୍କୁ ଦେବା ଉଚିତ୍ ନୁହେଁ । କାରଣ ସ୍ବାମୀଙ୍କର ଭଲ ପାଇବା କମିଯାଏ ।

୩- ମେହେନ୍ଦି

ବିବାହିତା ମହିଳାମାନେ ନିଜେ ଲଗାଉଥିବା ମେହେନ୍ଦିକୁ ମଧ୍ୟ ଅନ୍ୟ ଜଣେ ବିବାହିତା ମହିଳାଙ୍କୁ ଦେବା ଉଚିତ୍ ନୁହେଁ । କାରଣ ସ୍ବାମୀଙ୍କର ଭଲ ପାଇବା କମିଯାଏ ଓ ତାଙ୍କ ପ୍ରତି ଆକର୍ଷଣ କମିଯାଏ ।

୪- ମଥାରୁ କାଢିଥିବା ବିନ୍ଦି ବା ଟିକିଲି

ବିବାହିତା ମହିଳାମାନେ ନିଜ ମଥାରୁ କାଢିଥିବା ବିନ୍ଦିକୁ ଅନ୍ୟ ଜଣେ ବିବାହିତା ମହିଳାଙ୍କୁ ଦେବା ଉଚିତ୍ ନୁହେଁ । କାରଣ ଏହିପରି କଲେ ଅଶୁଭ ଜୀବନ ଆରମ୍ଭ ହୋଇଯାଏ ।

୫- ଚୁଡି ଓ ପାଉଁଜି

ବିବାହିତା ମହିଳାମାନେ ନିଜେ ବ୍ୟବହାର କରୁଥିବା ଚୁଡି ଓ ପାଉଁଜିକୁ ଅନ୍ୟ ଜଣେ ବିବାହିତା ମହିଳାଙ୍କୁ ଦେବା ଉଚିତ୍ ନୁହେଁ । କାରଣ ଏହା ସଧବା ସ୍ତ୍ରୀଙ୍କର ଶୃଙ୍ଗାର ଅଟେ । ଏହିପରି କଲେ ଜୀବନରେ ବହୁତ କିଛି ପରିବର୍ତ୍ତନ ହୋଇଯାଏ । କଷ୍ଟ ଭୋଗ କରିବାକୁ ପଡିଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *