ସାଙ୍ଗମାନେ ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଟପିକ ଆଣି ଆସିଛୁ ଯେଉଁଥିରେ ଆଜି ଆମେ ଜାଣିବା କି କେମିତି ଆମେ ନିଜ କେଶର ଯତ୍ନ ନେବା ଯେମିତି କି ଆପଣଙ୍କ କେଶ ବହୁତ ଶୀଘ୍ର ବଢିବାକୁ ଲାଗିବ ଓ ଯଦି ଆପଣଙ୍କ କେଶ ଛିଣ୍ଡି ଯାଉଛି ବା ଝଡି ଯାଉଛି ଓ ଯଦି ଆପଣଙ୍କର କେଶ ଅଗ ଫାଟିବା ସମସ୍ୟା ଅଛି ତେବେ ତାହା ବି ବନ୍ଦ ହେଇଯିବ । ଏଥିପାଇଁ କେବଳ ଆପଣଙ୍କୁ ଏକ ସାମ୍ପୋ ନେବାର ଅଛି ଯାହାକୁ ଆପଣ ନିଜ କେଶକୁ ବଢାଇବା ପାଇଁ ପ୍ରୟୋଗ କରିଥାନ୍ତି । ତେବେ ଚାଲନ୍ତୁ ଦେଖିବା କି କେମିତି ଆପଣ ଏହି ଉପାୟକୁ ତିଆରି କରିବେ ।
ଏହାକୁ ବନାଇବା ପାଇଁ ଆମକୁ ଏକ ସାମ୍ପୋ ଦରକାର ଯାହାକୁ ଆମେ ବ୍ୟବହାର କରିଥାଉ । ଏକ ପ୍ଳେଟ ରେ ସେହି ସାମ୍ପୋର ପ୍ଯାକେଟ ଖୋଲି ସାମ୍ପୋ କୁ ଢାଳନ୍ତୁ । ଏହା ପରେ ଆମେ ନେବା ଆଲୋବେରା । ଯଦି ଆପଣଙ୍କ ପାଖରେ ଆଲୋବେରା ଗଛ ଅଛି ତେବେ ତାହାର ଏକ ପତ୍ର ନିଅନ୍ତୁ ଓ ଯଦି ନାହିଁ ତେବେ ଆପଣ ଆଲୋବେରା ଜେଲ ର ପ୍ରୟୋଗ କରି ପାରିବେ । ଏହା ପରେ ଆପଣ ସେହି ଆଲୋବେରା ପତ୍ରକୁ କାଟି ସେଥିରୁ ଜେଲ ବାହାର କରନ୍ତୁ ।
ଆପଣ ଏଥିରୁ ୧ ଚାମଚ ଜେଲ ବାହାର କରି ତାହାକୁ ସାମ୍ପୋରେ ମିଶାଇବେ । ଏହା ପରେ ଆପଣ ନେବେ ଚିନି ପାଉଡର । ଏହାକୁ ବନାଇବା ପାଇଁ ଆପଣ ଚିନି ନିଅନ୍ତୁ ଓ ଏହାକୁ ଭଲ ଭାବେ ପେଶୀ ଦିଅନ୍ତୁ ଓ ତାହାକୁ ଚଲାଇ ଚିନି ପାଉଡର ବାହାର କରନ୍ତୁ । ହାରାହାରି ଅଧା ଚାମଚ ଚିନି ପାଉଡର ଆମେ ଏଥିରେ ମିଶାଇ ଦେବା ।
ଏହାକୁ ପକାଇବା ପରେ ଆମେ ଏହାକୁ ଭଲ ଭାବେ ମିକ୍ସ କରିନେବା । ଏହି ଚିନି ପାଉଡର ଆମ କେଶ ପାଇଁ ବହୁତ ଭଲ ଅଟେ । ଏହା ଡେଡ ସ୍କିନ ସେଲ୍ଲ୍ସ କୁ ହଟାଇଥାଏ ଓ ଆମ ବାଳର ମୂଳକୁ ଅଏଲୀ ହେବାରୁ ବଞ୍ଚାଇଥାଏ । ଯାହା ଦ୍ଵାରା ଆମ କେଶକୁ ବଢିବାରେ ସାହାର୍ଯ୍ୟ ମିଳିଥାଏ । ଯଦି ଆପଣଙ୍କ କେଶ ବଢୁ ନାହିଁ, ତେବେ ଆପଣ ନିଜ ସାମ୍ପୋରେ ଚିନି ନିଶ୍ଚୟ ପ୍ରୟୋଗ କରନ୍ତୁ ।
କିପରି ପ୍ରୟୋଗ କରିବେ
ଏହାକୁ ଆପଣ ସାଧାରଣ ସାମ୍ପୋ ପରି ନିଜ ବାଳରେ ପ୍ରୟୋଗ କରିବେ । ଯେମିତି ଆପଣ ସାଧାରଣ ସାମ୍ପୋ ନେଇ ନିଜ କେଶରେ ଲଗାଇଥାନ୍ତି ଏହାକୁ ମଧ୍ୟ ସେମିତି କରିବେ । ଆପଣ ନିଜ ଆଙ୍ଗୁଠି ସାହାର୍ଯ୍ୟରେ ଏହାକୁ ନିଜ କେଶରେ ମସାଜ କରନ୍ତୁ ଓ ସେ ପର୍ଯ୍ୟନ୍ତ ମସାଜ କରନ୍ତୁ ଯେ ପର୍ଯ୍ୟନ୍ତ ଏହା କେଶର ମୂଳ ପର୍ଯ୍ୟନ୍ତ ନ ପହଞ୍ଚିଛି । ସାଧାରଣତଃ ଆମେ ସାମ୍ପୋ ଲଗାଇବା ପରେ ବାଳକୁ ଧୋଇ ଦେଇଥାଉ କିନ୍ତୁ ଏହାକୁ ଆପଣ ବାଳରେ ଲଗାଇବା ପରେ କମ ସେ କମ ୫ ମିନିଟ ପର୍ଯ୍ୟନ୍ତ ରଖିବେ । ମାନେ ୫ ମିନିଟ ପର୍ଯ୍ୟନ୍ତ ଲଗାଇ ରଖିବା ଦ୍ଵାରା ଏହା ଆପଣଙ୍କ ମୂଳ ପର୍ଯ୍ୟନ୍ତ ପହଞ୍ଚି ଯିବ ଓ ନିଜର କାମ କରିବା ଆରମ୍ଭ କରିଦେବ ।
ଏହା ପରେ ଆପଣ ବାଳକୁ ଧୋଇ ନେବେ, ଏହା ପରେ ଦେଖିବେ କି ଆପଣଙ୍କ ବାଳରେ ଏକ ଅଲଗା ପ୍ରକାରର ଚମକ ଆସି ଯାଇଛି । ଏହା ସହିତ ଏହା ଆପଣଙ୍କ ବାଳକୁ ଶାଇନି ଓ ସିଲକି କରାଇବ । ତେବେ ଆପଣଙ୍କୁ ଆମର ଏହି ପୋସ୍ଟ ଟି କେମିତି ଲାଗିଲା ଆମକୁ ଜଣାନ୍ତୁ ଓ ଏମିତି ହିଁ କିଛି ନୂଆ ନୂଆ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।