ରାଶିଫଳ 6 ମେ 2020, ଆଜି ଗଣେଶଙ୍କ କୃପା ରହିବ ଏହି ୩ଟି ରାଶି ଉପରେ, ପଢନ୍ତୁ ବୁଧବାରର ରାଶିଫଳ

ଆଜି ୬ ମେ, ୨୦୨୦, ବୁଧବାର । ଆଜି ଭଗବାନ ଗଣେଶ ନିଜର ପ୍ରିୟ ରାଶିଙ୍କ ଉପରେ କୃପା କରିବାକୁ ଯାଉଛନ୍ତି ଓ ଏହି ରାଶିର ଲୋକଙ୍କର କଲ୍ୟାଣ କରିବେ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କ ପାଇଁ କିପରି ରହିବ ? ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ ? ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ-

ଆଜି ପରିବାର ଲୋକଙ୍କ ସହ ସମୟ ଆନନ୍ଦ ପୂର୍ବକ ବିତିବ । ଆପଣ ଆଜି ଘର ଠାରୁ ନେଇ ଅଫିସ ପର୍ଯ୍ୟନ୍ତ ନିଜ ସହିତ ଏକ ସକରାତ୍ମକ ଊର୍ଜା ଅନୁଭବ କରିବେ । ଆସନ୍ତା ସମୟରେ ମେଷ ରାଶିର ଲୋକ ଆର୍ଥିକ ସମୃଦ୍ଧ ହୋଇ ପାରନ୍ତି । କୌଣସି ପୈତୃକ ସମ୍ପତ୍ତିରୁ ଧନ ପ୍ରାପ୍ତିର ଯୋଗ ବନୁଛି । ମାତା ପିତାଙ୍କ ଆଶୀର୍ବାଦରୁ ଆପଣଙ୍କ ସବୁ କାମ ସହଜରେ ହେଇଯିବ । ଆଜି ସନ୍ଧ୍ୟାରେ ନିଜ ପରିବାରକୁ ଅଧିକରୁ ଅଧିକ ସମୟ ଦେବା ପାଇଁ ଚେଷ୍ଟା କରିବେ ।

ବୃଷ-

ଆଜି ପାରିବାରିକ ସମସ୍ଯା ଦୂର ହେଇଯିବ । ଅନ୍ଯମାନଙ୍କର ସହାୟତା କରିବା ଦ୍ଵାରା ଆପଣଙ୍କୁ ମାନସିକ ସୁଖ ପ୍ରାପ୍ତି ହେବ । ଆପଣଙ୍କ ମନୋକାମନା ଆଶୀର୍ବାଦ ଦ୍ଵାରା ପୂର୍ଣ୍ଣ ହେବ ଓ ସୌଭାଗ୍ୟ ଆପଣଙ୍କ ପାଖକୁ ଆସିବ । ଆପଣ ସବୁ ସମସ୍ୟାକୁ ହରାଇବା ସହିତ ଓ ଲକ୍ଷ ପାଇବାରେ ସଫଳ ହେବେ । କୌଣସି ଆଧ୍ୟାତ୍ମିକ ବ୍ୟକ୍ତି ଆପଣଙ୍କ ସୁରକ୍ଷା କରିବେ । ସେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

ମିଥୁନ-

ଆଜି ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ ଓ ଟଙ୍କା କମାଇବାର ନୂଆ ଅବସର ପ୍ରାପ୍ତି ହେବ । ଯାହା ଦ୍ଵାରା ଆପଣ ଆର୍ଥିକ ରୂପରେ ମଝବୁତ ହେବେ । ବ୍ୟୟ ଅଧିକ ରହିବ । ଆୟର ସ୍ରୋତ ବିକଶିତ ହେବ । ସନ୍ତାନ ଦ୍ବାୟିତ୍ଵ ପୂରଣ ହେବ । ଘରେ ସଦସ୍ୟଙ୍କ ସହିତ ବାଦ ବିବାଦ ହେବା ଦ୍ଵାରା ମନ ଦୁଃଖୀ ରହିବ ।

କର୍କଟ-

ଆଜି ଟଙ୍କା କମାଇବା ପାଇଁ ଆପଣଙ୍କୁ ଭଲ ମଉକା ମିଳିବ । କିନ୍ତୁ ଆଶାନୁସାରେ ଆପଣଙ୍କୁ ଫାଇଦା ମିଳିବ ନାହିଁ । କ୍ରୋଧ ଉପରେ ଆପଣଙ୍କୁ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ଅଛି । କ୍ରୋଧରେ ଆସି କୌଣସି ପ୍ରକାରର ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ । ସନ୍ତାନ ପକ୍ଷରୁ ଶୁଭ ସମାଚାର ମିଳିବ । ବ୍ଯବସାୟିକ ଲାଭରେ ଉନ୍ନତି ହେବ । ଆଜି ଅଫିସରେ କିଛି ଅଧୁରା ଥିବା ପ୍ରୋଜେକ୍ଟ ପୁରା କରି ପାରନ୍ତି ।

ସିଂହ-

ଆପଣଙ୍କ ଜୀବନରେ ଆସୁଥିବା ସବୁ ବିନାଶକାରୀ ଶକ୍ତିର ନାଶ ହେବ । ଆପଣଙ୍କ ମନ ପ୍ରସନ୍ନ ରହିବ । ଚାକିରିରେ ପଦୋନ୍ନତି ଓ ଦରମା ବୃଦ୍ଧି ହେଇପାରେ । ଏହା ସହିତ ଆଜି ନିଆଯାଇଥିବା ନିର୍ଣ୍ଣୟ ଭବିଷ୍ୟତରେ ଲାଭପ୍ରଦ ପ୍ରମାଣିତ ହେବ । କୌଣସି ପ୍ରିୟ ଲୋକଙ୍କ ସହ ମତଭେଦ ହେଇପାରେ । ଆପଣଙ୍କ ଆତ୍ମବିଶ୍ଵାସରେ ଉନ୍ନତି ଦେଖିବାକୁ ମିଳିପାରେ ।

କନ୍ୟା-

ନିଜ କାର୍ଯ୍ୟ କ୍ଷେତ୍ରରେ ଆପଣ ବହୁତ ପରିଶ୍ରମ କରିବେ । ଦିନର ଆରମ୍ଭରେ ଆପଣଙ୍କୁ ଅଧିକ ସତର୍କ ଓ ସାବଧାନ ରହିବାର ଆବଶ୍ୟକତା ଅଛି । ଅଟକିଥିବା ଧନ ମିଳିବ । ପାରିବାରିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ । ସମ୍ପର୍କ ବଢାଇବାକୁ ଚେଷ୍ଟା କରିବେ । ଅତିରିକ୍ତ ଦ୍ଵାୟିତ୍ଵ ପାଳନ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ମନ ଦୁଃଖୀ ହେଇପାରେ ।

ତୁଳା-

ଆପଣଙ୍କର ସବୁ ଅଧୁରା ଇଛା ପୂର୍ଣ୍ଣ ହେବ । ଆପଣଙ୍କ ସାଥି ଆପଣଙ୍କୁ ବହୁତ ଭଲ ପାଇବେ ଯାହା ଦ୍ଵାରା ଆପଣଙ୍କ ସମ୍ବନ୍ଧରେ ସୁଧାର ଆସିପାରେ । ଆଜି ଧୈର୍ଯ୍ୟଶୀଳତାରେ ବୃଦ୍ଧି ହେବ । ଆଜି ଦୁର୍ଘଟଣାରୁ ବଞ୍ଚି କି ରୁହନ୍ତୁ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ପରିବାରରେ ସୁଖ ଶାନ୍ତି ରହିବ । ବ୍ୟାପାର କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ଅଟେ । ଆପଣଙ୍କୁ ସମାଜରେ ମାନ ସମ୍ମାନ ପ୍ରାପ୍ତି ହେବ । ଗଣେଶଙ୍କ କୃପାରୁ ଆପଣ ସଫଳତା ଲାଭ କରିବେ ।

ବିଛା-

ଆଜି ସଂଚାର ସାଧନରୁ ଲାଭ ହେଇପାରେ । ବାହନ ଉପରେ ଖର୍ଚ୍ଚ ବଢିବ । ଅଚାନକ ଧନ ଲାଭ ହେବାର ସମ୍ଭାବନା ଅଛି । ସବୁ ପ୍ରକାରର ଚ୍ୟାଲେଞ୍ଜକୁ ପୂର୍ଣ୍ଣ କରି ଆପଣ ସଫଳତାର ନୂଆ କୀର୍ତ୍ତିମାନ ସ୍ଥାପନ କରିବେ । ଆପଣଙ୍କ ଭାଗ୍ୟ ହୀରା ମୋତି ଠାରୁ ବି ଅଧିକ ଚମକିବ । ଆଇନ ମାମଲାରେ ସବୁ ନିଷ୍ପତ୍ତି ଆପଣଙ୍କ ପକ୍ଷରେ ଆସିବ । ସାରା ଦିନର ସବୁ ସମସ୍ଯା ଆଜି ସନ୍ଧ୍ୟାରେ ଶେଷ ହେଇଯିବ । କରିଥିବା ଭଲ କାମର ପ୍ରଶଂସା ହୋଇପାରେ ।

ଧନୁ-

ଧନୁ ରାଶିର ଲୋକଙ୍କୁ ଆଜି ବିଶ୍ଵାସଘାତ ମିଳିପାରେ । ନିଜର ଟାର୍ଗେଟ ଲଗାତାର ଧ୍ୟାନରେ ରଖନ୍ତୁ । ଦିନଚର୍ଜ୍ୟା ରେ କିଛି ପରିବର୍ତ୍ତନ ହେବା ଦ୍ଵାରା ଆପଣଙ୍କ ଜୀବନ ସହଜ ହୋଇପାରେ । ଆପଣଙ୍କୁ କ୍ଯାରିୟରରେ ଉନ୍ନତିର ନୂଆ ଅବସର ମିଳିବ । ଆର୍ଥିକ ମାମଲାକୁ ନେଇ ଆଜି ଆପଣ ଚିନ୍ତିତ ରହିବେ । ଆଜି ଆପଣ ନିଜ ପ୍ରେମୀ ସହିତ କରିଥିବା ପ୍ରତିଜ୍ଞା ପାଳନ କରିବାରେ ଅସଫଳ ପ୍ରମାଣିତ ହେବେ ।

ମକର-

ମକର ରାଶି ଲୋକ ଆଜି ନୂତନ ବିଚାର ଓ ପ୍ରୟୋଗ କୁ ମହତ୍ତ୍ଵ ଦେବେ । ସୃଜନାତ୍ମକ, ସମ୍ବେଦନଶୀଳତା ଓ ପ୍ରଭାବରେ ବୃଦ୍ଧି ହେବ । ସାଙ୍ଗମାନଙ୍କ ସହିତ ଅଧିକ ସମୟ ବିତିବ । ଆଜି ଆପଣଙ୍କ ଜୀବନ ଖୁସିମୟ ରହିବ । କିଛି ବଡ କାମର ଯୋଜନା ମନରେ ନାହିଁ ଯଦି ତେବେ ଦିନର କିଛି ସମୟ ସାଙ୍ଗମାନଙ୍କ ସହିତ ମନୋରଞ୍ଜନରେ ବିତିପାରେ । ଯେଉଁ ଲୋକ ବେରୋଜଗାରିଆ ଅଛନ୍ତି ଆଜି ତାଙ୍କୁ ରୋଜଗାର ମିଳିବାର ସମ୍ଭାବନା ଅଛି ।

କୁମ୍ଭ-

ଆଜି କୌଣସି ପ୍ରଭାବଶାଳୀ ବ୍ୟକ୍ତି ଆପଣଙ୍କୁ ଆର୍ଥିକ ଲାଭ ପହଞ୍ଚାଇପାରେ । ସ୍ୱାସ୍ଥ୍ୟ କୁ ଜାଗୃତ କରିବା କାରଣରୁ ଆପଣ ବ୍ୟାୟାମ କରିବାକୁ ଇଛୁକ ହୋଇ ପାରନ୍ତି । ସଂଗୀତ ପ୍ରତି ରୁଚି ବଢିବ । କାଗଜପତ୍ର କାମରେ ଚ୍ୟାଲେଞ୍ଜ ମିଳିପାରେ । ବିଦ୍ୟାର୍ଥୀଙ୍କର ପଢାରେ ମନ ଲାଗିବ ନାହିଁ । ଜୀବନସାଥୀ ଆପଣଙ୍କ ଭାବନାର ସମ୍ମାନ କରିବେ ନାହିଁ । ମହିଳାମାନଙ୍କୁ ଆର୍ଥିକ ନିବେଶ କରିବାରୁ ବଞ୍ଚିବାକୁ ହେବ ।

ମୀନ-

ସ୍ୱାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲରେ ବିତିବ । ପରସ୍ପର ମଧ୍ୟରେ ସମ୍ପର୍କ ମଝବୁତ ହେବ ଓ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଶୁଭ ଯୋଗ ନିର୍ମିତ ହେବ । ଆମୋଦ ପ୍ରମୋଦ ମନୋରଞ୍ଜନରେ ଆପଣ ରୁଚି ନେବେ ଓ ମାନସିକ ଶାନ୍ତି ମିଳିବ । ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହେବା ଦ୍ଵାରା ମନ ପ୍ରସନ୍ନ ରହିବ । ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିପାରେ । ନିଜର ପର୍ଶନାଲ କାମରେ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ଅଛି । ଧ୍ୟାନ ହଟିପାରେ, ସଂଯମ ରକ୍ଷା କରନ୍ତୁ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *