ବିବାହିତ ସ୍ତ୍ରୀମାନେ କାହିଁକି ପିନ୍ଧନ୍ତି ଗୋଡ ମୁଦି, ଏହା ପଛରେ ରହିଛି ଏହି ବଡ କାରଣ

ସମସ୍ତେ ଜାଣିଛନ୍ତି କି ଗୋଡ ମୁଦି କଣ ହୋଇଥାଏ କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଗୋଡ ମୁଦି କାହିଁକି ପିନ୍ଧାଯାଏ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ କି ଗୋଡ ମୁଦି କାହିଁକି ପିନ୍ଧାଯାଏ । ଯେତେବେଳେ ଗୋଟିଏ ଝିଅର ବିବାହ ହୋଇଥାଏ ତେବେ ସେହି ଝିଅମାନଙ୍କୁ ଗୋଡ ମୁଦି ପିନ୍ଧିବାର ଅଧିକାର ଥାଏ । ଗୋଡ ମୁଦି ଏକ ଅଲଗା ସାମାଜିକ ମହତ୍ଵ ରଖିଥାଏ ।

ଗୋଡ ମୁଦି ସବୁବେଳେ ଚାନ୍ଦିର ହିଁ ହୋଇଥାଏ । ଏହାକୁ ସୁନାରେ ଏଥିପାଇଁ ତିଆରି କରାଯାଏ ନାହିଁ କାରଣ ସୁନା ଅଣ୍ଟା ତଳକୁ ପିନ୍ଧାଯାଏ ନାହିଁ । ସୁନା ମାତା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ଅଟେ । ସେଥିପାଇଁ ସୁନା ଦ୍ଵାରା ପ୍ରସ୍ତୁତ କୌଣସି ବି ଜିନିଷ ଗୋଡରେ ପିନ୍ଧିବା ଉଚିତ ନୁହେଁ ।

Image Courtesy: Google

ଗୋଡ ମୁଦି କାହିଁକି ପିନ୍ଧା ଯାଇଥାଏ

·    ଗୋଡର ଆଙ୍ଗୁଠିରେ ଏଥିପାଇଁ ମୁଦି ପିନ୍ଧାଯାଏ କାରଣ ଏହା ଗୋଡର କିଛି ତନ୍ତ୍ରିକା ଉପରେ ପ୍ରଭାବ ପକାଇଥାଏ । ଯାହା ସ୍ୱାସ୍ଥ୍ୟ ସହ ଜଡିତ ହୋଇଥାଏ ।

·    ଏହାର ପ୍ରୟୋଗ ତ ବହୁତ ପୁରୁଣା ସମୟରୁ ହୋଇ ଆସୁଅଛି । ଆପଣଙ୍କୁ କହିଦେଉଛୁ କି ଯେତେବେଳେ ରାବଣ ମାତା ସୀତାଙ୍କୁ ଅପହରଣ କରି ନେଇଥିଲେ ସେତେବେଳେ ମାତା ସୀତା ରାସ୍ତା ଦର୍ଶାଇବା ପାଇଁ ନିଜର ଗୋଡ ମୁଦିକୁ ଫୋପାଡି ଦେଇଥିଲେ ଯାହା ଦ୍ଵାରା ଶ୍ରୀରାମଙ୍କୁ ତାଙ୍କର ଠିକଣା ଜଣା ପଡିବ ।

·    ଏହା ମହିଳାମାନଙ୍କୁ ଗର୍ଭ ଧାରଣ କରିବା ପାଇଁ ଭଲ ଅବସର ଦେଇଥାଏ କାରଣ ଏହା ମହିଳାଙ୍କ ମାସିକ ଧର୍ମର ଚକ୍ରକୁ ଠିକ ରଖିଥାଏ ।

Image Courtesy: Google

·    ଯେଉଁ ଆଙ୍ଗୁଠିରେ ଗୋଡ ମୁଦି ପିନ୍ଧାଯାଏ ସେହି ଆଙ୍ଗୁଠିର ସମ୍ବନ୍ଧ ଗର୍ଭ ସହ ହୋଇଥାଏ ଓ ହୃଦୟ ପର୍ଯ୍ୟନ୍ତ ଯାଇଥାଏ ।

·    ଆପଣ ସମସ୍ତେ ଏହା ଜାଣିଛନ୍ତି କି ସୁନା କିମ୍ବା ଚାନ୍ଦି ପିନ୍ଧିବା ଦ୍ଵାରା ଶରୀରରେ ବହୁତ ଊର୍ଜା ପ୍ରବେଶ କରିଥାଏ । ଯାହା ଶରୀରକୁ ତାଜା ଓ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।

·    ଚାନ୍ଦି ବି ଏକ ଭଲ କଂଡକ୍ଟର ଅଟେ ଓ ଧୁର୍ବୀୟ ଊର୍ଜାକୁ ଗ୍ରହଣ କରିଥାଏ ଓ ଶରୀରକୁ ଦେଇଥାଏ । ଯାହା ଦ୍ଵାରା ଶରୀରକୁ ସୁସ୍ଥ ଓ କେତେକ ରୋଗରୁ ଦୂରେଇ ରଖିଥାଏ । ଲେଖାଟି ଭଲ ଲାଗିଲେ ସେଆର କରିବେ । ଆମ ପେଜକୁ ଲାଇକ କରିଦିଅନ୍ତୁ ଯାହା ଫଳରେ ଆଗକୁ ଆମେ ଏମିତି ଅନେକ ଲେଖା ଆଣି ପାରିବୁ ।

Leave a Reply

Your email address will not be published. Required fields are marked *