ପାକିସ୍ତାନର ଏହି ଗ୍ରାମ ରାତାରାତି ହୋଇଗଲା ହିନ୍ଦୁସ୍ତାନର, ବଡ ହୃଦୟସ୍ପର୍ଶୀ ଅଟେ ଏହି କାହାଣୀ

ଯେଉଁ ସମୟରେ ଭାରତ ଓ ପାକିସ୍ତାନ ବିଭାଜିତ ହେଉଥିଲା ସେହି ସମୟରେ ସୀମା ପାଖରେ କିଛି ଏମିତି ଗ୍ରାମ ବି ଥିଲା ଯାହାକୁ ଦୁଇ ଦେଶ ନିଜର ବୋଲି କହୁଥିଲେ । ଏମାନଙ୍କ ମଧ୍ୟରେ ଗୋଟିଏ ଥିଲା ଜାମ୍ମୁ କାଶ୍ମୀରର ବାଲିସ୍ତାନ ଅଞ୍ଚଳର ତୁରତୁକ ଗ୍ରାମ । ଯେଉଁ ସମୟରେ ଭାରତ ପାକିସ୍ତାନ ବିଭାଜିତ ହେଉଥିଲା ସେହି ସମୟରେ ଏହା ପାକିସ୍ତାନରେ ଥିଲା କାରଣ ଏହା ସୀମା ଉପରେ ଥିଲା ଓ ଏହି ସ୍ଥାନକୁ ବାହର ଲୋକମାନଙ୍କ ପ୍ରବେଶ ନିଷେଧ ଥିଲା ।

ଏହା ସହିତ ଏହି ଗ୍ରାମ ବାହାର ଦୁନିଆରୁ ପୁରାପୁରି ନୀରବିଛିନ୍ନ ହୋଇଥିଲା । ୧୯୭୧ର ଯୁଧ୍ୟ ସମୟରେ ଭାରତ ଓ ପାକିସ୍ତାନ ଯୁଧ୍ୟରେ ପାକିସ୍ତାନର ପରାଜୟ ହେଲା ଓ ଏହା ପରେ ଏହି ଗ୍ରାମଟି ରାତାରାତି ଭାରତରେ ସାମିଲ ହୋଇଗଲା । ଆପଣଙ୍କ ଜାଣିବା ନିମନ୍ତେ କହିଦେଉଛୁ କି ୧୯୭୧ର ଯୁଧ୍ୟ ସମୟରେ ତୁରତୁକ ଅଞ୍ଚଳର ଲୋକମାନେ ବହୁତ ଡରି ଯାଇଥିଲେ ଓ ସେମାନେ ଭାରତୀୟ ଆର୍ମୀଙ୍କୁ ଭୟ କରୁଥିଲେ ।

Image Courtesy: Google

ତାଙ୍କୁ ଲାଗୁଥିଲା କି ସେମାନେ ତାଙ୍କର ଝିଅ ଓ ବୋହୁଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି । ଏହି କାରଣରୁ ସେମାନେ ନିଜ ଘରର ଝିଅ ଓ ବୋହୁମାନଙ୍କୁ ଲୁଚାଇ ଦେଇଥିଲେ । ତାଙ୍କ ମଧ୍ୟରୁ କିଛି ବୁଢା ଓ କିଛି ଯବାନ ବ୍ୟକ୍ତିମାନେ ହିଁ ବାହାରେ ଥିଲେ । ସେ ଚିନ୍ତା କରିଥିଲେ କି ଯଦି ଭାରତୀୟ ସୈନିକମାନେ ତାଙ୍କ ଉପରେ ଆକ୍ରମଣ କରିବେ ତେବେ ସେମାନେ ପାକିସ୍ତାନ ଚାଲିଯିବେ ଓ ସେଠି ବସବାସ କରିବେ ।

କିନ୍ତୁ ସେମାନେ ଯେଉଁ ଭଳି ଭାବରେ ଚିନ୍ତା କରିଥିଲେ ସେହିଭଳି କିଛି ହେଲା ନାହିଁ । କହିବାକୁ ଗଲେ ଏକ ମୁସ୍ଲିମ ବ୍ୟକ୍ତିର କହିବା ଅନୁସାରେ ଭାରତୀୟ ଆର୍ମୀର ଯବାନ ଆମ ସହିତ ବହୁତ ଭଲ ବ୍ୟବହାର କରିଛନ୍ତି । ଏହା ଛଡା ସେମାନେ ଆମ ସହିତ ଅଜାନ ପଢିବା ପାଇଁ ଆମର ମସ୍ଜିଦ ବି ଆସିଲେ । ସେମାନେ ଏଠିକାର ଲୋକମାନଙ୍କ ବହୁତ ସାହାର୍ଯ୍ୟ କରିଛନ୍ତି ଓ ରାତାରାତି ସେମାନେ ଏହି ଅଞ୍ଚଳକୁ ମୁକ୍ତ କରିଦେଲେ ।

ଏହା ପରେ ତୁରତୁକ ଭାରତରେ ସାମିଲ ହୋଇଗଲା ଓ ସେହି ସମୟରୁ ଆଜି ପର୍ଯ୍ୟନ୍ତ ତୁରତୁକ ଭାରତର ଅଂସ ଅଟେ । ତୁରତୁକ ଗ୍ରାମର ଲୋକମାନେ ବହୁତ ହିଁ ସାଧାରଣ ଜୀବନ ବ୍ୟତୀତ କରନ୍ତି । ଏଠିକାର ବିଜୁଳି ବି ବହୁତ କମ ଆସିଥାଏ । ଏହି ଗ୍ରାମଟି ପାହାଡ ଓ ନଦୀ ଗୁଡିକ କାରଣରୁ ବହୁତ ସୁନ୍ଦର ଅଟେ । ତୁରତୁକର ଲୋକମାନେ ଛୋଟ ଛୋଟ କାରୋବାର କରି ନିଜ ଜୀବନ ବ୍ୟତୀତ କରିଥାନ୍ତି । ଆଶାକରୁଛୁ କୁ ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି।

Leave a Reply

Your email address will not be published. Required fields are marked *