ବନ୍ଧୁଗଣ, ସୂଚନା ଅନୁଯାୟୀ ଦୁଇ ପିଲାର ମା’ ହୋଇ ପ୍ରେମିକ ଘରକୁ ଦୌଡି ଚାଲିଲେ ସ୍ତ୍ରୀ ଏବଂ ଏପଟେ ବର୍ବାଦ ହୋଇଗଲା ଘର ସଂସାର । କାରଣ ଘରେ ରହିଥିଲେ ୨ ପିଲା ଏବଂ ସ୍ଵାମୀ । ତେବେ ସରଳିଆ ସ୍ଵାମୀ ଙ୍କୁ ସ୍ତ୍ରୀ ଜଣଙ୍କର ସାଂଘାତିକ ଧୋକା । ସ୍ତ୍ରୀ ଙ୍କ ନାମରେ ସର୍ବସ୍ଵ କରିଦେଇଛନ୍ତି ସ୍ଵାମୀ ଏବଂ ବର୍ତ୍ତମାନ ୨ ପିଲାଙ୍କୁ ଧରି ଦାଣ୍ଡର ଭିକାରି ପାଲଟି ଯାଇଛନ୍ତି ସ୍ଵାମୀ ଜଣକ । ବର୍ତ୍ତମାନ ଛୁଆ ଙ୍କ ଭବିଷ୍ୟତ ପାଇଁ ତାଙ୍କ ଅର୍ଜ୍ଜିତ ସମ୍ପତ୍ତି ଫେରାଇ ଆଣିବା ପାଇଁ ସ୍ଵାମୀ ଜଣଙ୍କ ଥାନା ରେ ଏତଲା ଦେଇଛନ୍ତି ।
ତେବେ ବିବାହର ୧୩ ବର୍ଷ ପରେ ସ୍ତ୍ରୀ ଦେଇଛି ଏହିଭଳି ଧୋକା । ସ୍ତ୍ରୀ ବିବାହ ର ଏତେ ବର୍ଷ ପରେ ପ୍ରେମ କଲା ଏବଂ ପ୍ରେମିକ ସାଙ୍ଗରେ ଫେରାର ହୋଇଗଲା ଏବଂ ଅପର ପାର୍ଶ୍ଵରେ ଭାସିଗଲା ସ୍ଵାମୀ ଏବଂ ପିଲା ୨ ଙ୍କ ଜୀବନ । ବେଦୀ ଉପରେ ଦେଇଥିବା ପ୍ରତିଶ୍ରୁତି କୁ ଭୁଲିଗଲା ସ୍ତ୍ରୀ । ବ୍ରାହ୍ମଣ କେତେ ଜନ୍ମ ର ସନ୍ତକ ଦେଇ ଗଣ୍ଠି ପକାଇଥିଲେ ମାତ୍ର ବର୍ତ୍ତମାନ ତ ସ୍ତ୍ରୀ ଗୋଟେ ଜନ୍ମ ର ଅଧା ରେ ଦେଇଛି ଏହିଭଳି ଧୋକା ।
ତେବେ ଏହି ଘଟଣା ଯେ କେତେ ଆଶ୍ଚର୍ଯ୍ୟ ର ବିଷୟ ପାଲଟି ଯାଇଅଛି କହିବା ଅସମ୍ଭବ । କାରଣ ବର୍ଷେ ଦୁଇ ବର୍ଷ ର କଥା ନୁହେଁ ଏହା ସଂପୂର୍ଣ୍ଣ ୧୩ ବର୍ଷ ର ସମ୍ପର୍କ ଏବଂ ସ୍ଵାମୀ ପିଲା ଙ୍କୁ ଛାଡି କିଭଳି ଜଣେ ନାରୀ ଏଭଳି କାଣ୍ଡ ରଚିପରେ ? ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାବ୍ଲକ ଅନ୍ତର୍ଗତ ପୁରୁଣା ପାଣି ଗ୍ରାମ ର ସୁଧୀର ପାତ୍ର ପ୍ରାୟ ୧୩ ବର୍ଷ ତଳେ ଅର୍ଚ୍ଚନା ବେହେରା ଙ୍କୁ ବିବାହ କରିଥିଲେ ।
ଏହାପରେ ଏହିଭଳି କିଛି ହୋଇଥିଲା ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ବିବାହ ର ୧୨ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ ଚାଲିଥିଲା । ଉଭୟ ସ୍ଵାମୀ ସ୍ତ୍ରୀ ବହୁତ ଭଲରେ ନିଜର ଘର ସଂସାର ତୋଳିଥିଲେ । ମାତ୍ର ଅଚାନକ ଭାବରେ ଜଣେ ମହିଳା ଙ୍କ ଚାଲି ଚଳନ ସଂପୂର୍ଣ୍ଣ ଭାବରେ ବଦଳିଯାଇଥିଲା । ସୁଧୀର କହିଛନ୍ତି ସେହି ବ୍ଲକ ର ମାନସ ବେହେରା ଙ୍କ ସହିତ ତାଙ୍କ ସ୍ତ୍ରୀ ଫେରାର ହୋଇଛନ୍ତି ।
ମାତ୍ର ୧୨ ବର୍ଷ ର ଝିଅ ମା କୁ ଦେଖା କରିବାକୁ ଗଲା ସମୟରେ ମା’ ଜଣଙ୍କ କହୁଛି ଯେ ତୁ, ତୋ ବାପା, ତୋ ଭାଇ ମୋ ପାଇଁ ମରିଗଲେ । ମୋ ପାଖକୁ କେହି ଆସନାହିଁ । ଥାନା ରେ ନ୍ୟାୟ ନିମନ୍ତେ ସ୍ଵାମୀ ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।