ବିବାହର 13 ବର୍ଷ ପରେ ବି ସ୍ଵାମୀକୁ ଧୋକା ଦେଇ ଫେରାର ହେଇ ପ୍ରେମିକକୁ ବିବାହ କଲା ସ୍ତ୍ରୀ, ଆଉ ତା’ ପରେ ଯାହା ହେଲା ଶୁଣିଲେ ଆପଣଙ୍କ ମୁଣ୍ଡ ଖରାପ ହେଇଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୁଇ ପିଲାର ମା’ ହୋଇ ପ୍ରେମିକ ଘରକୁ ଦୌଡି ଚାଲିଲେ ସ୍ତ୍ରୀ ଏବଂ ଏପଟେ ବର୍ବାଦ ହୋଇଗଲା ଘର ସଂସାର । କାରଣ ଘରେ ରହିଥିଲେ ୨ ପିଲା ଏବଂ ସ୍ଵାମୀ । ତେବେ ସରଳିଆ ସ୍ଵାମୀ ଙ୍କୁ ସ୍ତ୍ରୀ ଜଣଙ୍କର ସାଂଘାତିକ ଧୋକା । ସ୍ତ୍ରୀ ଙ୍କ ନାମରେ ସର୍ବସ୍ଵ କରିଦେଇଛନ୍ତି ସ୍ଵାମୀ ଏବଂ ବର୍ତ୍ତମାନ ୨ ପିଲାଙ୍କୁ ଧରି ଦାଣ୍ଡର ଭିକାରି ପାଲଟି ଯାଇଛନ୍ତି ସ୍ଵାମୀ ଜଣକ । ବର୍ତ୍ତମାନ ଛୁଆ ଙ୍କ ଭବିଷ୍ୟତ ପାଇଁ ତାଙ୍କ ଅର୍ଜ୍ଜିତ ସମ୍ପତ୍ତି ଫେରାଇ ଆଣିବା ପାଇଁ ସ୍ଵାମୀ ଜଣଙ୍କ ଥାନା ରେ ଏତଲା ଦେଇଛନ୍ତି ।

ତେବେ ବିବାହର ୧୩ ବର୍ଷ ପରେ ସ୍ତ୍ରୀ ଦେଇଛି ଏହିଭଳି ଧୋକା । ସ୍ତ୍ରୀ ବିବାହ ର ଏତେ ବର୍ଷ ପରେ ପ୍ରେମ କଲା ଏବଂ ପ୍ରେମିକ ସାଙ୍ଗରେ ଫେରାର ହୋଇଗଲା ଏବଂ ଅପର ପାର୍ଶ୍ଵରେ ଭାସିଗଲା ସ୍ଵାମୀ ଏବଂ ପିଲା ୨ ଙ୍କ ଜୀବନ । ବେଦୀ ଉପରେ ଦେଇଥିବା ପ୍ରତିଶ୍ରୁତି କୁ ଭୁଲିଗଲା ସ୍ତ୍ରୀ । ବ୍ରାହ୍ମଣ କେତେ ଜନ୍ମ ର  ସନ୍ତକ ଦେଇ ଗଣ୍ଠି ପକାଇଥିଲେ ମାତ୍ର ବର୍ତ୍ତମାନ ତ ସ୍ତ୍ରୀ ଗୋଟେ ଜନ୍ମ ର ଅଧା ରେ ଦେଇଛି ଏହିଭଳି ଧୋକା ।

ତେବେ ଏହି ଘଟଣା ଯେ କେତେ ଆଶ୍ଚର୍ଯ୍ୟ ର ବିଷୟ ପାଲଟି ଯାଇଅଛି କହିବା ଅସମ୍ଭବ । କାରଣ ବର୍ଷେ ଦୁଇ ବର୍ଷ ର କଥା ନୁହେଁ ଏହା ସଂପୂର୍ଣ୍ଣ ୧୩ ବର୍ଷ ର ସମ୍ପର୍କ ଏବଂ ସ୍ଵାମୀ ପିଲା ଙ୍କୁ ଛାଡି କିଭଳି ଜଣେ ନାରୀ ଏଭଳି କାଣ୍ଡ ରଚିପରେ ? ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାବ୍ଲକ ଅନ୍ତର୍ଗତ ପୁରୁଣା ପାଣି ଗ୍ରାମ ର ସୁଧୀର ପାତ୍ର ପ୍ରାୟ ୧୩ ବର୍ଷ ତଳେ ଅର୍ଚ୍ଚନା ବେହେରା ଙ୍କୁ ବିବାହ କରିଥିଲେ ।

ଏହାପରେ ଏହିଭଳି କିଛି ହୋଇଥିଲା ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ବିବାହ ର ୧୨ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ ଚାଲିଥିଲା । ଉଭୟ ସ୍ଵାମୀ ସ୍ତ୍ରୀ ବହୁତ ଭଲରେ ନିଜର ଘର ସଂସାର ତୋଳିଥିଲେ । ମାତ୍ର ଅଚାନକ ଭାବରେ ଜଣେ ମହିଳା ଙ୍କ ଚାଲି ଚଳନ ସଂପୂର୍ଣ୍ଣ ଭାବରେ ବଦଳିଯାଇଥିଲା । ସୁଧୀର କହିଛନ୍ତି ସେହି ବ୍ଲକ ର ମାନସ ବେହେରା ଙ୍କ ସହିତ ତାଙ୍କ ସ୍ତ୍ରୀ ଫେରାର ହୋଇଛନ୍ତି ।

ମାତ୍ର ୧୨ ବର୍ଷ ର ଝିଅ ମା କୁ ଦେଖା କରିବାକୁ ଗଲା ସମୟରେ ମା’ ଜଣଙ୍କ କହୁଛି ଯେ ତୁ, ତୋ ବାପା, ତୋ ଭାଇ ମୋ ପାଇଁ ମରିଗଲେ । ମୋ ପାଖକୁ କେହି ଆସନାହିଁ । ଥାନା ରେ ନ୍ୟାୟ ନିମନ୍ତେ ସ୍ଵାମୀ ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *