ବିବାହର ମାସେ ପରେ ସ୍ଵାମୀ ଅବସ୍ଥା ଗୁରୁତର, ବିକଳ ହେଇ ସ୍ତ୍ରୀ କରୁଛି ଏମିତି ଆକୁଳ ନିବେଦନ, Video ଦେଖିଲେ ଆପଣ ବି କାନ୍ଦି ପକେଇବେ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ମହାମାରୀ ଦ୍ଵାରା ଭାରତ ଓ ଅନ୍ୟାନ୍ୟ ଦେଶ ଗୁଡିକ ରେ ମଧ୍ୟ ମୃ-ତ୍ୟୁ ର ତା-ଣ୍ଡ-ବ ଦେଖିବାକୁ ମିଳିଛି । ଏହି ପରି ଏକ ସଙ୍କଟ ସମୟ ରେ ଏକ ହୃଦୟ ବିଦାରକ ଭିଡିଓ ସାମ୍ନା କୁ ଆସିଛି ।

ବାଲେଶ୍ବର ର ଜଣେ ମହିଳା ନିଜ ସ୍ୱାମୀ ଙ୍କୁ ବଞ୍ଚାଇବା ପାଇଁ ମିଡିଆ ଦ୍ଵାରା ସମସ୍ତ ଙ୍କୁ ଆକୁଳ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ବିବାହ କୁ ମାତ୍ର ଏକ ମାସ ହୋଇଛି । ଏହି ସମୟ ରେ ତାଙ୍କ ପତି କୌଣସି ଏକ ରୋଗ ରେ ପିଡୀତ ହୋଇ ଭୁବନେଶ୍ୱର ର କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସେ ବହୁତ ଆକୁଳ କଣ୍ଠ ରେ କହିଛନ୍ତି ଯେ ତାଙ୍କ ବିବାହ ଏକ ମାସ ତଳେ ଶେଷ ହୋଇଛି । ତାଙ୍କର ବହୁତ ଧୁମଧାମରେ ବିବାହ ହୋଇଥିଲା । ତାଙ୍କ ପତି ତାଙ୍କୁ ଅତି ଶ୍ରଦ୍ଧା ରେ କେକ ଖୁଆଇ ଦେଉଥିଲେ । ତାଙ୍କୁ ମୁଦି ପିନ୍ଧାଇ ଦେଇଥିଲେ ।

ତାଙ୍କ ମଥା ରେ ସିନ୍ଦୁର ଭରି ଦେଇଥିଲେ । ହୋମ ନିଆଁ କୁ ସାକ୍ଷୀ ରଖି ସେ ତାଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସେ ଆଇ ସି ୟୁ ବେଡ଼ ରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ମହିଳା ଜଣଙ୍କ ବାଲେଶ୍ବର ର ଅଟନ୍ତି ।

ତାଙ୍କ ନାମ ହେଉଛି ମୌସୁମୀ ନନ୍ଦି ଓ ତାଙ୍କ ପତି ଙ୍କ ନାମ ହେଉଛି ଅଭିଷେକ ମହାପାତ୍ର । ସେ ଭୁବନେଶ୍ୱର ର କଳିଙ୍ଗ ହସ୍ପିଟାଲରେ ପ୍ରାୟ ୨୨ଦିନ ହେବ ଚିକିତ୍ସିତ ହେଉଛନ୍ତି । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟଵସ୍ଥା ରେ କୌଣସି ଉନ୍ନତି ଆସୁନାହିଁ । ସେ ବର୍ତ୍ତମାନ ଆଇ ସି ୟୁ ରେ ଭର୍ତ୍ତି ହୋଇଛନ୍ତି ।

ଡାକ୍ତର ମାନେ କହୁଛନ୍ତି ଯେ ଏଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ରେ କିଛି ଉନ୍ନତି ଆସୁନାହିଁ । ତେଣୁ ତାଙ୍କୁ ଆକାଶ ମାର୍ଗ ରେ କଲିକତା କୁ ଚିକିତ୍ସା ନିମନ୍ତେ ପଠାଇବାକୁ ହେବ । ଏଥିପାଇଁ ପ୍ରାୟ ଏକ କୋଟି ଟଙ୍କା ଖର୍ଚ୍ଚ ହେବ । ଏତେ ଗୁଡିଏ ଟଙ୍କା ବର୍ତ୍ତମାନ ତାଙ୍କ ପାଖରେ ଉପଲବ୍ଧ ନାହିଁ । 

ତେଣୁ ସେ ସୋସିଆଲ ମିଡ଼ିଆ ଦ୍ଵାରା ନିଜ ପତି ଙ୍କୁ ବଞ୍ଚାଇବା ପାଇଁ ସହାୟତା କରିବାକୁ ନିବେଦନ କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ଶେୟାର କରନ୍ତୁ ଯାହା ଦ୍ଵାରା ତାଙ୍କୁ କିଛି ସାହାର୍ଯ୍ୟ ମିଳି ପାରିବ ଓ ସେ ନିଜ ସ୍ଵାମୀ ଙ୍କୁ ଫେରି ପାଇବେ । ଆଶା କରୁଛି ଆପଣ ମାନେ ନିଶ୍ଚୟ ଏଥିରେ ନିଜର ସହଯୋଗ ଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *