ମିଛ ବରଯାତ୍ରୀ ସତ ବାହାଘର ! ମହଙ୍ଗା ପଡିଗଲା ଚୋରା ପିରତି, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ମହଙ୍ଗା ପଡିଲା ଚୋରା ପିରତି । ଅକଳରେ ପଡିଲେ ପ୍ରେମୀ ଯୁଗଳ ।

ମିଛ ବରଯାତ୍ରୀ ହୋଇ ଆସିଥିଲେ, ପ୍ରେମିକା ସହ ପୂର୍ବ ଯୋଜନା ମୁତାବକ ଗୋଟିଏ ଘରେ ରାତିରେ ରହିଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡି କ୍ଲବ ଘରେ ବନ୍ଦୀ ହୋଇ  ରହିଲେ । ତେବେ ଜଣେ ପ୍ରେମିକ ବଡ ଭଉଣୀକୁ ବିବାହ କରିଥିବା ବେଳେ ସାନ ଭଉଣୀର ପ୍ରେମିକ ଜୋରିମାନା ଦେଇ ଗାଁରୁ ମୁକୁଳିଛନ୍ତି । ଏହି ଦୁଇ ଭଉଣୀଙ୍କ ଦୁଇ ପ୍ରେମିକାଙ୍କ ହଟହଟା ହେବା ଘଟଣା ଏବେ ସବୁଠି  ଚର୍ଚ୍ଚାର ବିଷୟ ପାଲଟିଛି ।

ଏମିତି ଏକ ରୋମାଞ୍ଚକର  ଘଟଣା ଘଟିଛି ଭଦ୍ରକ ବ୍ଲକ ଶିରାପୁର ଗ୍ରାମରେ । ବନ୍ଧୁଗଣ ଏହି ଘଟଣା ଘଟିବା ମାତ୍ରେ ଗାଁକୁ ପୋଲିସ ଓ ପ୍ରେମିକର ପରିବାର ବର୍ଗ ଆସିଥିଲେ । ଗାଁ ଲୋକ ମାନେ ପ୍ରେମିକ ପରିବାରକୁ ସ୍ଵାଗତ କରିଥିଲେ । ଗାଁ ଲୋକ ମାନେ ବାହାଘର କରେଇବା ପାଇଁ ଚାହୁଁ ଥିଲେ ଓ ବାହାଘର ହେଇଗଲା । ଏବେ ଗାଁ ଲୋକ ମାନେ ବି ବହୁତ ଖୁସି ଅଛନ୍ତି । ପ୍ରେମିକଙ୍କ ମତରେ, ସେ ଘରେ ସମସ୍ତଙ୍କୁ ନିଜ ପ୍ରେମ ବିଷୟରେ କହିଥିଲେ ।

ଆଉ ଘର ଲୋକଙ୍କର ବି ସହମତି ଥିଲା । ଆଉ ପ୍ରେମିକାଙ୍କ ମତରେ, ସେମାନେ ଏକ ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲେ । ଭଦ୍ରକ ହଷ୍ଟେଲରେ ଉଭୟ ଏକା ସହ ପଢୁ ଥିଲେ । ଉଭୟ ପରସ୍ପରଙ୍କ ଘର ଲୋକଙ୍କୁ ସବୁ କଥା କହିଥିଲେ । ଏହା ବିଷୟରେ ସମସ୍ତେ ଜାଣିଥିଲେ ହେଲେ ପ୍ରେମିକାଙ୍କ ବାପା କିଛି ଜାଣି ନଥିଲେ । ପ୍ରେମିକା ଜଣକ ନିଜ ପ୍ରେମକୁ ପାଇ ବହୁତ ଖୁସିରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *