ଭୁଲ ବଟନ ଦବାଇ ହେଲେ 37 ଲକ୍ଷ ଟଙ୍କାର ମାଲିକାଣୀ ! ଏହି ମହିଳାଙ୍କ ସହ ଯାହା ହେଲା ଶୁଣିଲେ ଆପଣ ବିଶ୍ଵାସ କରି ପାରିବେନି !

ବନ୍ଧୁଗଣ ଏହି ଦୁନିଆର ପ୍ରତ୍ୟକ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଦିନ ରାତି କଷ୍ଟ କରିଥାନ୍ତି । ଏମିତି ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କର ଭାଗ୍ୟ ବହୁତ ଭଲ ଥାଏ ନିଜ ଭାଗ୍ୟ ବଳରେ ସେମାନେ ରାତିଆ ରାତି ଲକ୍ଷପତି ହୋଇଯାନ୍ତି ଓ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ଦିନ ରାତି କଷ୍ଟ କରି ମଧ୍ୟ ସବୁବେଳେ ଅଭାବରେ ବଞ୍ଚି ଥାନ୍ତି । ବନ୍ଧୁଗଣ ମଣିଷ ନିଜ ଜୀବନରେ ଅନେକ ଭୁଲ କରିଥାଏ ।

ଅଜଣାତରେ ହୋଇଥିବା ଭୁଲ ବି ବେବେଳେ ବଡ ଖୁସି ଆଣିଥାଏ । ବନ୍ଧୁଗଣ ଗତ କିଛି ସମୟ ହେବ ଏପରି ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗମ ଆମେରିକାର ହଷ୍ଟନରେ ଜଣେ ମହିଳାଙ୍କ ଅଜାଣତରେ ଭୁଲ ହୋଇଯାଇଛି ଯାହା ତାଙ୍କ ଭାଗ୍ୟ ବଦଳି ଦେଇଛି ।  ମହିଳା ଜଣକୁ ଜଣେ ବନ୍ଧୁଙ୍କ ଅପେକ୍ଷାରେ ଭେଣ୍ଡିଂ ମ୍ୟାସିନ ପାଖରେ ଛିଡ଼ା ହୋଇଥିବା ବେଳେ ଭୁଲରେ ଏକ ବଟନ ଦବି ଯାଇଥିଲା । ଏହି ଭୁଲ ବଟନ ଦବିଯିବା ଫଳରେ ମହିଳାଙ୍କ ଭାଗ୍ୟ ବଦଳି ଯାଇଥିଲା । ଉକ୍ତ ମହିଳା ଜଣକ ୫୦,୦୦୦ ଡଲାର ଅର୍ଥାତ ୩୭ଲକ୍ଷ ଟଙ୍କାର ଲଟରି ଜିତି ଯାଇଛନ୍ତି ।

ମହିଳା ମ୍ୟାରିଲ୍ୟାଣ୍ଡ ଲଟ୍ରି ଅଧିକାରୀଙ୍କୁ କହିଥିଲେ, ସେ ହ୍ୟାଗରଷ୍ଟାଉନରେ ହାଫୱେ ଲିକର୍ସରେ ଏକ ଲଟରି ଭେଣ୍ଡିଂ ମେସିନ ସାମ୍ନାରେ ଛିଡ଼ା ହୋଇଥିଲେ । ଏହି ସମୟରେ ଭୁଲବଶତଃ ମ୍ୟାସିନର ଏକ ବଟନ ଦବି ଯାଇଥିଲା । ଏତଦ ଦ୍ଵାରା୨୦ ଡଲାର ସ୍କ୍ରାଚ-ଅଫ ଗେମ ବଦଳରେ ୫ଡଲାର ଡିଲକ୍ସ କ୍ରାସୱାର୍ଡ ଟିକେଟ ବାହାରି ଯାଇଥିଲା ।

ଏହା ଦେଖି ମହିଳା ଜଣକ ଦୁଃଖୀ ହୋଇଯାଇଥିଲେ । କାରଣ ତାଙ୍କୁ ଏଭଳି କ୍ରାସୱାର୍ଡ ଖେଳ ପସନ୍ଦ ନୁହେଁ । ତେବେ ଉକ୍ତ ଟିକେଟ ନେଇ ସେ ଘରୁ ଚାଲି ଯାଇଥିଲେ । ଘରେ ପହଞ୍ଚି ସେ ମ୍ୟାରିଲ୍ୟାଣ୍ଡ ଲଟରି ସ୍ମାର୍ଟଫୋନ ଆପରୁ ଏହାକୁ ସ୍କାନ କରିଥିଲେ ଓ ଯାହା ହେଲା ତାକୁ ଦେଖି ସେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ ।କାରଣ ସଙ୍ଗେସଙ୍ଗେ ମହିଳାଙ୍କ ମେସେଜ ଆସିଥିଲା କି ସେ ୫୦,୦୦୦ ଡଲାରର ବିଜେତା ହୋଇ ଯାଇଛନ୍ତି ।

ଅର୍ଥାତ ଭୁଲବଶତଃ ମହିଳା ଯେଉଁ ଟିକେଟ ନେଇଥିଲେ ସେଥିରେ ସେ ୩୭ଲକ୍ଷ ଟଙ୍କାର ଲଟରି ଜିତି ଯାଇଥିଲେ। ତେବେ ଏହାକୁ ମହିଳା ସୁନିଶ୍ଚିତ କରିବା ପାଇଁ ଲଟରି ଅଫିସ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ମହିଳା ୩୭ଲକ୍ଷ ଟଙ୍କା ଜିତି ଯାଇଥିବା ସୂଚନା ଦିଆଯାଇଥିଲା । ଗୋଟେ ଭୁଲ ପାଇଁ ମହିଳା ଆଜି ୩୭ ଲକ୍ଷ ଟଙ୍କାର ମାଲିକାଣୀ ହୋଇପାରି ଛନ୍ତି ।

ବନ୍ଧୁଗଣ ମହିଳାଙ୍କ ଭାଗ୍ୟ ବହୁତ ଭଲ ଥିଲା ସେଥିପାଇଁ ସେ ଏତେ ସହଜରେ ଲକ୍ଷପତି ହୋଇପାରିଛନ୍ତି । ସୋସିଆଲ ମିଡିଆରେ ଏହି ଖବରକୁ ନେଇ ଚର୍ଚା ଜୋର ସୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *