Baripada ରେ ଅଭାବନୀୟ ଘଟଣା ! ଯୁବକଙ୍କ ପେଟରେ ମଣିଷାକୃତିର ମସ୍ତିଷ୍କ, ଅପରେସନ ସମୟରେ ଡାକ୍ତରମାନେ ଯାହା ଦେଖିଲେ ନା…

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଆମେ ମାନେ କଳ୍ପନା କରିବା କଷ୍ଟକର । ଏହି ଖବରଟି ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି ଓ ସୋସିଆଲ ମିଡିଆରେ ଏହି ଖବରଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଜଣେ ଯୁବକଙ୍କ ପେଟରୁ ବାହାରିଛି ମଣିଷାକୃତି ମସ୍ତିଷ୍କ । ୬ଟି ଦାନ୍ତ ଓ ଚୁଟି ଥିବା ମାଂସ ପିଣ୍ଡୁଳା । ପୁରୁଷଙ୍କ ଦେହରେ ଭୃଣ ନେଇ ଚର୍ଚା ଚାଲିଛି । ଡାକ୍ତର କହିଲେ ଏହା ଏକ ବିରଳ ରୋଗ । ବନ୍ଧୁଗଣ ଏହି ଘଟଣାଟି ବାରିପଦାର ଏକ ଘରୋଇ ହସ୍ପିଟାଲରେ ଘଟିଛି । ଏହି ହସ୍ପିଟାଲରେ ଜଣେ ଯୁବକଙ୍କ ବିରଳ ଅସ୍ତ୍ରପ୍ରଚାର ସମ୍ପନ୍ନ ହୋଇଛି । ଯୁବକ ଜଣକ ସଦର ବ୍ଲକ ବଡଜୋଳ ପଞ୍ଚାୟତର ତସରୋଡା ଗ୍ରାମର ଅଟନ୍ତି ।

ଦୀର୍ଘ ୨୩ ବର୍ଷ ଧରି ତାଙ୍କ ପେଟରେ ବୃଦ୍ଧି ପାଉଥିବା ଏକ ବିରଳ ମାଂସ ପିଣ୍ଡୁଳାକୁ ଡାକ୍ତର ଅସ୍ତ୍ର ପ୍ରଚାର କରିଛନ୍ତି । ତେବେ ଏହି ମାଂସ ପିଣ୍ଡୁଳାଟି ମଣିଷ ଆକୃତିର ଓ ଏଥିରେ ୬ଟି ଦାନ୍ତ ଏବଂ ଲମ୍ବା ଚୁଟି ରହିଥିବାରୁ ତାହା ଏବେ ଚର୍ଚାର କାରଣ ପାଲଟିଛି । ମିଳିଥିବା ସୂଚନା ଅନୁଯାଇ ଜନ୍ମ ହେବାର ୧ ବର୍ଷ ପରେ ତାଙ୍କ ପେଟରେ ଏକ ମାଂସ ପିଣ୍ଡୁଳା ବୃଦ୍ଧି ପାଇଥିଲା ।

୨୩ ବର୍ଷ ଧରି ମାଂସ ପିଣ୍ଡୁଳା ବୃଦ୍ଧି ପାଇବାରୁ ଯୁବକର ପେଟଟି ମଧ୍ୟ ବୃଦ୍ଧି ପାଇଥିଲା ଯାହାକୁ ନେଇ ବାପା ମା ସରକାରୀ ଓ ବେସରକାରୀ ଡାକ୍ତର ଖାନା ଯାଇ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଏମତିକି ସେମାନେ କଟକ ବଡ ମେଡିକାଲ ଯାଇ ଚିକିତ୍ସା କରେଇବା ପରେ ମଧ୍ୟ କୌଣସି ସଫଳତା ମିଳି ନଥିଲା । ପରବର୍ତ୍ତୀ ସମୟରେ ବାରିପଦାର ଘରୋଇ ନର୍ସିଙ୍ଗ ହୋମ ରୋଗର କାରଣ ଅନୁଧ୍ୟାନ କରିବା ପରେ ଅସ୍ତ୍ର ପ୍ରଚାର ମାଧ୍ୟମରେ ଯୁବକଙ୍କୁ ନୂଆ ଜୀବନ ଦେବେ ବୋଲି କହିଥିଲେ ।

ଅତ୍ୟାଧୁନିକ ଯନ୍ତ୍ରପାତି ସାହାର୍ଯ୍ୟରେ ଏହି ଅସ୍ତ୍ର ପ୍ରଚାରଟି କରଯାଇଥିଲା । ଦୀର୍ଘ ୪ ଘଣ୍ଟା ଧରି ଅସ୍ତ୍ର ପ୍ରଚାର କରିବା ପରେ ଯୁବକଙ୍କ ପେଟରୁ ଏକ ମନିଷ୍କୃତି ମାଂସ ପିଣ୍ଡୁଳା ବାହାର କରିଥିଲେ । ସେହି ମାଂସ ପିଣ୍ଡୁଳାଟି ଦେଖିବାକୁ ଠିକ ମଣିଷର ଭୃଣ ପରି ଥିଲା । ବନ୍ଧୁଗଣ ବର୍ତ୍ତମାନ ଏହି ଖବରକୁ ନେଇ ସବୁ ଆଡେ ଚର୍ଚା ଓ ଲୋକମାନେ ଏହି ଘଟଣା ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *