Bhubaneswar ନବବଧୂ ଆତ୍ମହତ୍ୟା ମାମଲାରେ ନୂଆ ମୋଡ ! ଧରା ପଡିଗଲା ଶାଶୁଙ୍କ ସକସକ ପଛର ସତ…

ନମସ୍କାର ବନ୍ଧୁଗଣ ତେବେ ରାଜଧାନୀରେ ନବବଧୂ ସୁଶ୍ରୀ ସଙ୍ଗୀତା ବସ୍ତିଆ ଆତ୍ମହତ୍ୟା ଘଟଣାରେ ଶାଶୁ ଗିରଫ । ତମାଣ୍ଡୋ ଥାନା ପୋଲିସ ଶାଶୁ ସାବିତ୍ରୀ ନାୟକଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଦଫା ୪୯୮A, ୩୦୪B, ୩୪୧PC ଲାଗିଛି । ଘଟମାରେ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ସ୍ୱାମୀ, ଶଶୁର ଓ ନଣନ୍ଦ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।

ତେବେ ଅଧିକ ଯୌତୁକ ପାଇଁ ନିର୍ଯାତନା ଦେଉଥିବା ଅଭିଯୋଗରେ ଅଟକ ରଖାଯାଇଛି । ସୁଶ୍ରୀଙ୍କ ମୋବାଇଲର ସିଡିଆର ଯାଞ୍ଚ କରୁଛି ପୋଲିସ । ଭୁବନେଶ୍ୱର କଳିଙ୍ଗ ବିହାରରେ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ସୁଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଯୌତୁକ ପାଇଁ ତାଙ୍କୁ ଶ୍ୱଶୁର ଘର ଲୋକ ମାରିଦେଇଥିବା ବାପଘର ଲୋକ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପଟେ ପୋଲିସ ସୁଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ।

୨୦୨୦ ମସିହାରେ ବୈଦିକ ରୀତିରେ ଗୋବିନ୍ଦପୁରର ପ୍ରବୀଣ ଚନ୍ଦ୍ର ନାୟକଙ୍କୁ ବିବାହ କରିଥିଲେ ସୁଶ୍ରୀ ସଙ୍ଗୀତା ବସ୍ତିଆ । ତେବେ ସୁଶ୍ରୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ଦେଢ ବର୍ଷ ତଳେ କଟକର ପ୍ରବୀଣ କୁମାରଙ୍କୁ ବିବାହ କରିଥିଲେ ନିଆଳି ଅଂଚଳର ସୁଶ୍ରୀ ସଙ୍ଗୀତା । ସ୍ୱାମୀଙ୍କ ସହ ଭୁବନେଶ୍ବର କଳିଙ୍ଗ ନଗର ଅଞ୍ଚଳରେ ଭଡାରେ ରହୁଥିଲେ ସୁଶ୍ରୀ । ଗତକାଲି ଦୀପାବଳି ରାତି ୧୦ଟାରେ ଝିଅ ଘରକୁ ଫୋନ ଯୋଗେ ଖବର ଯାଇଥିଲା ତୁମ ଝିଅ ଦେହ ଖରାପ୍ ।

ମୃତକଙ୍କ ବାପ ଘର ଲୋକେ କହିଛନ୍ତି, ଗତକାଲି ଝିଅର ଦେହ ଭଲ ନାହିଁ ବୋଲି ପରିବାର ଲୋକେ ଫୋନ୍ କରିଥିଲେ । ଆଉ ଝିଅକୁ ତାର ଶାଶୂ ଘର ଲୋକେ ଭୁବନେଶ୍ବର ଏମ୍ସକୁ ଆଣିଥିଲେ । ହେଲେ ନିଆଳିରୁ ଯାଇ ହସ୍ପିଟାଲରେ ପହଞ୍ଚିଲା ବେଳକୁ ଝିଅର ମୃତ ଶରୀର । ଝିଅ ପାଖରେ କେବଳ ତାର ଶାଶୂ ଥିଲେ । ଆଉ ଜ୍ବାଇଁ ଏବଂ ଶ୍ବଶୂର ନଥିଲେ । ଏବେ ତାଙ୍କୁ ଯୋଗାଯୋଗ କରିବା ସମ୍ଭବ ହୋଇପାରୁନି ।

ଝିଅ ଚାକିରି କରିଥିବାର ପଇସା ଦେବାକୁ ଚାପ ରହିଥିଲା ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଉ ଚାପ ସହିନପାରି ଝିଅ ଏପରି ଏକ ବାଟ ଆପଣାଇଛି ବୋଲି ଅଭିଯୋଗ କରିଛନ୍ତି । ଆଉ ମୃତ୍ୟୁର ପ୍ରମାଣ ନଷ୍ଟ କରିବାକୁ ଝିଅର ଶାଶୂ ଘର ଲୋକେ ଭରପୁର ପ୍ରୟାସ କରିଥିବା ଦାବି କରିଛନ୍ତି । ତମାଣ୍ଡୋ ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ମିଳିଥିବା ସୂଚନା ଅନୁସାରେ, ୨୦୨୧ ମସିହା ଜାନୁଆରୀ ୨୦ ତାରିଖରେ ନିଆଳି ବାଆରାଣାର ସୁଶ୍ରୀ ସଙ୍ଗୀତା ବସ୍ତିଆ ନୂଆ ଗାଁ ଗୋବିନ୍ଦ ପୁର ଠାରେ ବାହା ହୋଇଥିଲେ । ପ୍ରବୀଣ ପ୍ରଥମେ ମାଇନ୍ସରେ କାମ କରୁଥିଲେ । ଏବେ ସେ ପାଣି ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଝିଅ ସୁଶ୍ରୀ ସଙ୍ଗୀତା ଭୁବନେଶ୍ୱରର ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାମ କରୁଥିଲେ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *