ଅଜଗର ପେଟରୁ ବାହାରିଲା ମୃତ ଦେହ, ବାହାର କଲେ ଗ୍ରାମବାସୀ….

ବନ୍ଧୁଗଣ, ଆପଣ ମାନେ ନନ୍ଦ ମଉସା ନିଖୋଜ ତଥା ଅଜଗର ଗିଳି ଦେଇଥିବା କଥା ନିଶ୍ଚିତ ଭାବରେ ଜାଣିଥିବେ । ଦିନେ ନନ୍ଦ ମଉସା ବେପାର କରିବା ନିମନ୍ତେ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ । ଏବଂ ସେଠାରେ ତାଙ୍କୁ ଅଜଗର ଗିଳିଦେଇଥିବା କଥା ସୂଚନା ମିଳିଥିଲା । କିନ୍ତୁ ବନବିଭାଗ କହିଥିଲା ଯେ ଏହି ପ୍ରଜାତିର ଅଜଗର ମଣିଷ କୁ  ଗିଳିପାରିବ ନାହିଁ । ଆଉ ଏହି ଖବର କୁ ନେଇ ବେସ ଚର୍ଚ୍ଚା ମଧ୍ୟ ହେଲା । 

ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ନନ୍ଦ ମଉସା କେଉଁଠାରେ ଅଛନ୍ତି ତାହା ସ୍ପଷ୍ଟ ହେଲାନାହିଁ । ଆଜି ଠିକ ସେହିଭଳି ଏକ ଷୋଳଫୁଟିଆ ଅଜଗରର ପେଟରୁ ଏକ ଶବ କୁ ଉଦ୍ଧାର କରାଯାଇଅଛି । ମାତ୍ର ଇଏ ନନ୍ଦ ମଉସା ନୁହନ୍ତି ଇଏ ଜଣେ ମହିଳା ଅଟନ୍ତି । ଏକ ଷୋଳ ଫୁଟିଆ ଅଜଗରର ପେଟ କୁ ଚିରି ଜଣେ ମହିଳା ଙ୍କୁ ସ୍ଥାନୀୟ ଲୋକେ ବାହାର କରିଦେଇଛନ୍ତି ।

ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଘଟଣା ଦେଖିବାକୁ ମିଳିଛି ଇଣ୍ଡୋନେଶିଆର ଜାମ୍ବିପ୍ରଦେଶ ରେ । ଘର ନିକଟରେ ଥିବା ରବର ବାଗାନରୁ ରବର ସଂଗ୍ରହ କରିବାକୁ ଯାଇଥିଲେ ମହିଳା ଜଣଙ୍କ । ମହିଳା ଙ୍କ ନାମ ହେଉଛି ହଜାର ନାମୀ । ତାଙ୍କ ବୟସ ୫୨ ବର୍ଷ ବୟସ । ହଠାତ ସେ ନିଖୋଜ ହୋଇଗଲେ । ଠିକ ଯେମିତି ନନ୍ଦ ମଉସା ନିଖୋଜ ହୋଇଥିଲେ । ଏହା ପରେ ଗୋଟିଏ ଅଜଗର ଶାପ ର ପେଟ ଫୁଲିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଲେ ।

ପରିବାର ଲୋକେ ଏହି ସମ୍ବନ୍ଧରେ ଜରୁରୀ ସେବା ବିଭାଗ କୁ ସୂଚନା ଦେବାପରେ ତଲାସ ଆରମ୍ଭ ହୋଇଥିଲା । ଆଉ ତଲାସକାରୀ ମାନେ ସାପର ପେଟ ଫୁଲିଥିବା ଗୋଟିଏ ଅଜଗରର ସନ୍ଧାନ ପାଇଥିଲେ ଆଉ ସେମାନେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ, ଏହାପରେ ସେହି ୧୬ ଫୁଟିଆ ଅଜଗର କୁ ମାରି ତା’ ପେଟ ଚିରି ତା’ ପେଟ ଭିତରୁ ନିଖୋଜ ହୋଇଥିବା ମହିଳାଙ୍କ ଶବକୁ ଉଦ୍ଧାର କରିଥିଲେ ।

ଆଉ ଏହି ଘଟଣା ସମ୍ପର୍କରେ ଗାଁ ମୁଖିଆ ଙ୍କ କହିବା କଥା ସନ୍ଧେହ ହେବାରୁ ଗ୍ରାମବାସୀ ମାନେ ସାପଟିକୁ ମାରି ତା’ ପେଟରେ କ’ଣ ଅଛି ଜାଣିବାକୁ କାଟି ପକାଇଥିଲେ । ଆଉ ସାପ ପେଟରୁ ହିଁ ବାହାରିଥିଲା ନିଖୋଜ ମହିଳା । ଏହାକୁ ଦେଖିବା ପରେ ନନ୍ଦ ମାଉସ ଙ୍କ ଘଟଣା ପୁଣିଥରେ ତାଜା ହୋଇ ଉଠିଛି । ଆଉ ନନ୍ଦ ମଉସା କୁଆଡେ ଗଲେ ବୋଲି ବର୍ତ୍ତମାନ ସମସ୍ତେ ପ୍ରଶ୍ନ ପଚାରୁଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ । 

Leave a Reply

Your email address will not be published. Required fields are marked *