Bhubaneswar ର ରବି ଭାଇଙ୍କ ଫେମସ ପଖାଳ ହୋଟେଲ ! ମାତ୍ର 20 ଟଙ୍କାରେ ଆତ୍ମା ଶାନ୍ତି, ପେଟ ଫୁଲ୍

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୦ ମାର୍ଚ ଆଜି ହେଉଛି ପଖାଳ ଦିବସ ! ତେବେ ପଖାଳ ଖାଇବାକୁ କିଏ ଅବା ଭଲ ପାଇନଥାଏ । କାରଣ ପ୍ରତ୍ଯେକଟି ଓଡିଆଙ୍କ ଘରେ ପଖାଳ ଭାତ ତ ପ୍ରାୟ ସମୟରେ ଉପଲବ୍ଧ ହୋଇ ରହିଥାଏ । ତେବେ ମାର୍କେଟରେ ଅନେକ ପ୍ରକାର ଖାଦ୍ୟ ଆଇଟମ ମିଳିଥାଏ । ଯାହାକୁ ଲୋକେ ଖାଇ ନିଜ ପେଟ ଭର୍ତ୍ତି କରିଥାନ୍ତି । ତେବେ ମାର୍କେଟରେ ପାଖାଳ ଭାତ ମଧ୍ୟ ଉପଲବ୍ଧ ହେଉଛି ।

ଯେଉଁ ମାନେ ପଖାଳ ପ୍ରେମୀ ସେମାନେ ଏହି ରବି ଭାଇ ପଖାଳ ଦୋକାନକୁ ଆସି ପଖାଳ ସହିତ ଆଳୁ ଭର୍ତ୍ତା, ଓ ଭଜାର ମଧ୍ୟ ମଜା ଉଠାଇ ପାରିବେ । ତେବେ ଆଜିର ସମୟରେ ମାର୍କେଟରେ ବିଭିନ୍ନ ପ୍ରକାର ଭଳିକି ଭଳି ଖାଦ୍ୟ ଆଇଟମ ବିଶେଷ କରି ସକଳର ବ୍ରେକଫାଷ୍ଟ ସମୟରେ ମିଳିଯାଉଛି । ହେଲେ ଭୁବନେଶ୍ବରର କଳ୍ପନା ଛକରେ ଏକ ପଖାଳ ଦୋକାନ ମଧ୍ୟ ରହିଛି । ଯେଉଁଠାକୁ ଲୋକେ ଆସି ପଖାଳ, ଆଳୁ ଭଜା ଓ ଭରତା ଖାଇ ନିଜର ଭୋକ ମେଣ୍ଟାଇ ଯାଇଥାନ୍ତି ।

ତେବେ ବିଶେଷ କରି ମୁଲିଆ, ମଜୁରିଆ ଶ୍ରମିକ ଶ୍ରେଣୀର ଲୋକେ ଏଠାକୁ ଆସି ପଖାଳ ଖାଇ ଯାଇଥାନ୍ତି । ତେବେ ପଖାଳଦୋକାନ ଯାହାର ସେହି ଦୋକାନ ମାଲିକଙ୍କ କହିବା ଅନୁଯାଇ ମୋର ବିଗତ ୨୦ ବର୍ଷ ହେଲାଣି ମାର୍କେଟରେ ଦୋକାନ ରହିଛି । ତେବେ ଯେଉଁ ଲୋକ ସକଳ ସମୟରେ ନିଜ ଘରେ ବ୍ରେକଫାଷ୍ଟ କରିନନଥାନ୍ତି । ସେମାନେ ମାର୍କେଟରେ ଯେଉଁ ସବୁ ଖାଦ୍ୟ ଉପଲବ୍ଧ ହୋଇଥାଏ । ତାହାକୁ ଖାଇଥାନ୍ତି ।

ହେଲେ ଯେଉଁ ମାନଙ୍କର ସକଳ ସମୟ ପଖାଳ କଂସାରେ ହିଁ ପେଟ ପୁରିଥାଏ । ସେମାନେ ମୋ ଦୋକାନକୁ ଆସି ପଖାଳ ଖାଇ ପେଣ୍ଟ ଥଣ୍ଡା କରି ଯାଇଥାନ୍ତି । ସକାଳ ଭୋର ୫ ରୁ ଦୋକାନ ଲାଗିଯାଇଥାଏ । ଲୋକ ମାନେ ସକାଳ ସମୟରେ ଆସି ଏଠାରେ ଖାଇ ଯାଇଥାନ୍ତି । ତେବେ ପଖାଳ କଂସା ଓ ତା’ ସହିତ ରହିଥିବା ଭଜା ଓ ଭରତା ପାଇଁ ୨୦ ଟଙ୍କା ପଡିଥାଏ ।

ତେବେ ଲୋକେ ୨୦ ଟଙ୍କାରେ ପେଟ ପୁରାଇ ଏଠାରେ ଖାଇକି ଯାଇଥାନ୍ତି । ଯଦି ତେବେ ଆଜି ପଖାଳ ଦିବସରେ ମଧ୍ୟ ବହୁ ପଖାଳ ଖାଉନଥିବା ଲୋକ ପଖାଳ ଭାତ ଖାଇ ତାହାର ମଜା ଉଠାଇଛନ୍ତି । ଏହି ପୋଷ୍ଟଟି ଭଲ ଲାଗିଥାଏ । ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଆପଣଙ୍କୁ ପଖାଳ ଖାଇବାକୁ କେମିତି ଲାଗିଥାଏ, କମେଣ୍ଟ କରିକି ନିଜର ମତାମତ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *