ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ବାହାଘର ସିଜିନ ଚାଲିଛି । ତେବେ ଯେଉଁଠି ଦେଖିବ ସେଇଠାରେ ବିବାହ ଉତ୍ସବ ପାଳନ ହେଉଛି । ସେ ବଲିଉଡ ହେଉ କିମ୍ବା ଓଲିଉଡ କିମ୍ବା କୌଣସି ସାଧାରଣ ବ୍ୟକ୍ତି ସବୁଆଡେ କେବଳ ଏହି ବିବାହ ହିଁ ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ ଆମକୁ ଏକ ଅଭିନବ ବିବାହ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଉଛି । ତେବେ ସୋସିଆଲ ମିଡିଆରେ ସବୁବେଳେ ବ୍ୟୟବହୁଳ ବାହାଘର ଓ ଚତୁର୍ଥୀ ଭୋଜିକୁ ନେଇ ଚର୍ଚ୍ଚା ହୋଇଥାଏ ।
ହେଲେ ଜଣେ ବ୍ୟବସାୟୀ ନିଜ ବାହାଘର ଓ ଚତୁର୍ଥୀ ଖର୍ଚ୍ଚରୁ କାଟି ଗରିବଙ୍କୁ ଅର୍ଥଦାନ କରିବା ଭଳି ଖବର ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ବିଶାଳ ଜୈନ ଓ ସେଜଲ ଜୋଶୀ ନଭେମ୍ବର ୧୫ ତାରିଖରେ ଆବୁଧାବିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହାପରେ ସେମାନେ ଆଡମ୍ବରରେ ଚତୁର୍ଥୀ ଭୋଜି ଦେବାକୁ ୨୦ ଲକ୍ଷ ଟଙ୍କାର ବଜେଟ ତିଆରି କରିଥିଲେ ।
ହେଲେ ଏହାପରେ ସେମାନଙ୍କ ମନ ବଦଳି ଯାଇଥିଲା । ସେମାନେ ଏକ ବ୍ୟୟବହୁଳ ଚତୁର୍ଥୀ ଭୋଜି ଦେବା ପରିବେର୍ତ୍ତ ସେହି ଟଙ୍କାକୁ ଗରିବ ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସୂଚନା ମୁତାବକ ବିଶାଲ ଜୈନ ଓ ସେଜଲ ଯୋଶୀ ମଧ୍ୟପ୍ରଦେଶ ଇନ୍ଦୋରର ବାସିନ୍ଦା । ବିଶାଲ ୧୯ ବର୍ଷ ବୟସରେ କଲେଜ ଛାଡି ସନ ସେ ଗ୍ରୁପ ନାମରେ ଏକ କମ୍ପାନୀ ଆରମ୍ଭ କରିଥିଲେ ।
ସେଜଲ ବି ସଂପୃକ୍ତ କମ୍ପାନୀର ବ୍ୟବସାୟୀ ଭାଗିଦାରୀ ଥିଲେ । ଏବେ ଏବେ ଉଭୟ ୟୁଏଇରେ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି । ଏହାପରେ ସେମାନେ ଉଭୟ ଉଭୟଙ୍କୁ ବାହାହେବାର ନିଷ୍ପତ୍ତି ନେଇଥିଲେ । ନଭେମ୍ବର ୧୫ ତାରିଖରେ ଆବୁଧାବିର କସର ଅଲ୍ ସରାବ ଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ବାହାଘରକୁ ସେମାନେ ସୀମିତ ବନ୍ଧୁଙ୍କୁ ନିମନ୍ତ୍ରଣ କରିଥିଲେ ।
ଏହି ବ୍ୟବସାୟୀ ଯୋଡି ଖାଦ୍ୟ, ଶିକ୍ଷା ଓ ଟିକାକରଣ ପାଇଁ ୨୦ ଲକ୍ଷ ଟଙ୍କା ଦାନ କରିଦେଇଛନ୍ତି । ବିଶାଲ ଗରିବ ଲୋକଙ୍କୁ ଖାଦ୍ୟ ଓ ଟିକା ପାଇଁ କିଛି ଧାର୍ମିକ ଅନୁଷ୍ଠାନକୁ ୧୦ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ସେଜଲ ଗରିବ ପିଲାମାନଙ୍କ ପାଠପଢା ପାଇଁ ୫ ଲକ୍ଷ ଟଙ୍କା ଓ ଏହାସହ ଏକ ଚ୍ୟାରିଟିକୁ ୫ ଲକ୍ଷ ଟଙ୍କା ଦାନ କରିଦେଇଛନ୍ତି । ତେବେ ଏହି ଭଳି ଏକ ଅଭିନବ ବିବାହ ବିଷୟ ରେ ସମସ୍ତେ ଶୁଣି ଏବଂ ଦେଖି ଆଶ୍ଚର୍ଯ୍ୟ ଏବଂ ଖୁସି ମଧ୍ୟ ହେଉଛନ୍ତି । ତେବେ ଆପଣ ଙ୍କୁ ଏହି ଖବର ଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।