ଚମତ୍କାର ! ଅଦୃଶ୍ୟ ଭଗବାନ, ଭୋଗ ଖାଉଛନ୍ତି ଜୀବନ୍ତ ଶଙ୍ଖ, ବିଶ୍ଵାସ ହେଉନଥିଲେ ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ହୋସ ଉଡେଇ ଦେଲା ଭଳିଆ ଖବର ଭାଇରାଲ ହେଉଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସମସ୍ତ ସ୍ଥାନରେ ଏହି ଖବରର ଚର୍ଚା ଜୋର ସୋର ଧରିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଶଙ୍ଖ ନିଶ୍ଚୟ ଦେଖିଥିବେ । ଆମ ହିନ୍ଦୁ ଧର୍ମରେ ଶଙ୍ଖର ବହୁତ ପୌରାଣିକ ମାନ୍ୟତା ରହିଛି । ଭଗବାନଙ୍କୁ ପୂଜା କରିବା ସମୟରେ ଶଙ୍ଖ ବାଦନ କରାଯାଇଥାଏ । ହେଲେ ଆପଣ ମାନେ କଣ ଜୀବନ ଶଙ୍ଖ ଦେଖିଛନ୍ତି ଆଉ ଯଦି ଆମେ କହିବା ଜୀବନ୍ତ ଶଙ୍ଖ ଭୋଗ ଖାଉଛି ତା ହେଲେ ବୋଧେ ଆପଣ ଏହି କଥା ଉପରେ ବିଶ୍ଵାସ କରି ନପାରନ୍ତି ହେଲେ ବନ୍ଧୁଗଣ ଏହା ସତ ।

ବନ୍ଧୁଗଣ ପୂଜା ଓ ଘଣ୍ଟ ବାଦନ ସମୟରେ ଶଙ୍ଖ ଆପେ ଆପେ ଚାଲୁଛି ଏବଂ ଭୋଗ ଖାଉଛି ଏଭଳି ଏକ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମିଡିଆ ରିପୋର୍ଟସ ଅନୁସାରେ ପାରାଦୀପରେ ଏକ ରହସ୍ୟମୟ ଗଛ ଅଛି ଯେଉଁଠି ବାହାରନ୍ତି ଏକାଧିକ ଜୀବନ୍ତ ଶଙ୍ଖ । ସେହି ଶଙ୍ଖକୁ ଲୋକମାନେ ଅଦୃଶ୍ୟ ଭଗବାନ କହି ପୂଜା ବି କରନ୍ତି ।

ପାରାଦୀପ ନେହେରୁ ବଙ୍ଗଳା ହେଲିପେଡ ନିକଟରେ ଥିବା ଜଙ୍ଗଲରେ ରହିଛି ରତ୍ନବଟ । କୁହାଯାଏ ଓଡିଶାର ପାଞ୍ଚଟି ବଟ ବୃକ୍ଷ ମଧ୍ୟରୁ ପାରାଦୀପର ରତ୍ନବଟ ଅନ୍ଯତମ ଯେଉଁଠି ଜିଅନ୍ତା ଶଙ୍ଖ ଚାଲି ଚାଲି ଆସନ୍ତି ଓ ଭକ୍ତକୁ ଦର୍ଶନ ଦିଅନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ପୂଜା ସମୟରେ ଘଣ୍ଟ ବାଜିଲେ ବଟ ବୃକ୍ଷ ତଳୁ ଜିଅନ୍ତା ଶଙ୍ଖ ବାହାରନ୍ତି ଓ ଲୋକ ଦେଇଥିବା ନଡିଆ ଖଇ ଭୋଗ ଖାନ୍ତି ।

ଲୋକମାନେ ନିଜର ମନସ୍କାମନାକୁ ନେଇ ଏହି ଜାଗାକୁ ଆସନ୍ତି ଓ ବନ୍ଧୁଗଣ ଲୋକ ମାନଙ୍କ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଛି । ଜୀବନ୍ତ ଶଙ୍ଖ ସ୍ଥାନୀୟ ଲୋକ ମାନଙ୍କ ବିଶ୍ଵାସ ଓ ଆଶା ପଳାଟିଥିବା ବେଳେ ଏହି ରତ୍ନବଟ ମୂଳେ ଯାହା ମାନସିକ କଲେ ତାହା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି । ସୋସିଆଲ ମିଡିଆରେ ଏହି ଖବରଟି ବହୁତ ଚର୍ଚାରେ ଅଛି ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *