ସାଉଦି ରାଜା କେବେଳ ଏଥିପାଇଁ ଗୋଟେ ଘଣ୍ଟାରେ 3300 କୋଟି ଟଙ୍କା ଖର୍ଚ୍ଚ କରିଦେଲା, ସାଉଦି ରାଜାର ଖର୍ଚ୍ଚ ଦେଖି Mukesh Ambani ଛାନିଆ

ବନ୍ଧୁଗଣ ସାଉଦିରେ ଜଣେ ଏମିତି ରାଜା ଅଛନ୍ତି ଯାହା ପାଇଁ ଟଙ୍କା କେବଳ ଗଛର ପତ୍ର ଭଳି । ଏହି ସାଉଦି ରାଜାର ଟଙ୍କା ଖର୍ଚ୍ଚକୁ ଦେଖି ସାରା ଦୁନିଆରେ ଥିବା ଧନୀ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବନ୍ଧୁଗଣ ଏହି ରାଜା ମାସ ମାସ ଧରି ନିଜ ସ୍ତ୍ରୀ ସହ ହାନିମୁନ ଯାଇଥାଏ ଏବଂ ଯେଉଁ ଆଇଲ୍ୟାଣ୍ଡକୁ ସେ ଯାଏ ସେହି ଆଇଲ୍ୟାଣ୍ଡକୁ ସେ ସଂପୂର୍ଣ୍ଣ ରୂପେ ବୁକ୍ କରିଦିଏ ଯାହାଫଳରେ ସେହି ସ୍ଥାନରେ ଆଉ କେହି ବି ଯାଇ ପାରନ୍ତି ନାହିଁ ।

ବନ୍ଧୁଗଣ ସମସ୍ତଙ୍କ ହୋସ ସେତେବେଳେ ଉଡିଲା ଯେତେବେଳେ ଏହି ସାଉଦି ରାଜା ଗୋଟେ ପୁରୁଣା ପେଣ୍ଟିଙ୍ଗକୁ କିଣିବା ପାଇଁ ସାଢେ ଚାରି ଶହ ମିଲିୟନ ଡଲାର ଖର୍ଚ୍ଚ କରିଦେଲା ମାନେ ଆମ ଭାରତର ଟଙ୍କା ଅନୁସାରେ ସାଢେ ତିନି ହଜାର କୋଟି ଟଙ୍କା । ଏହି ରାଜା ଟଙ୍କାକୁ ଏମିତି ଉଡାଉଛି ଯେମିତି ବାହାଘରରେ ନକଲି ନୋଟ ଲୋକ ମାନେ ଉଡାନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସାଉଦି ରାଜାଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ରାଜାଙ୍କ ବିଷୟରେ । ବନ୍ଧୁଗଣ ଏହି ରାଜା ଜଣକ ଆଉ କେହି ଏ ହେଉଛନ୍ତି ସେଖ ମହମ୍ମଦ ବିନ ସଲମାନଙ୍କ ପୁତ୍ର ସଲମାନ ବିନ ମହମ୍ମଦ ଅଲ ସାଉଦ । ଏ ହେଉଛନ୍ତି ସାଉଦିର କ୍ରାଉନ କିଙ୍ଗ ହେଲେ ନା ଏ ରାଜାଙ୍କ ଏକ ମାତ୍ର ସନ୍ତାନ ନା ଏ ବଡ ପୁତ୍ର ।

ଏହି କ୍ରାଉନ୍ସ ପ୍ରିନ୍ସଙ୍କର ଆଉ ୭ଟି ବଡ ଭାଇ ମଧ୍ୟ ଅଛନ୍ତି । ଏହି ରାଜା ପରିବାର ବହୁତ ବର୍ଷ ହେବ ସାଉଦି ଉପରେ ରାଜୁତି କରୁଛନ୍ତି । ଏହି ରାଜପରିବାରରେ ସମୁଦାୟ ୧୫ ହଜାର ସଦସ୍ୟ ଅଛନ୍ତି । ହେଲେ ଏତେ ବଡ ପରିବାରରେ କେବଳ ୨୦୦୦ ଜଣ ଲୋକଙ୍କ କଥାକୁ ଗୁରୁତ୍ଵ ଦିଆଯାଏ । କିନ୍ତୁ ସେହି ୨୦୦୦ ସଦସ୍ୟ ମଧ୍ୟ କ୍ରାଉନ ପ୍ରିନ୍ସ ଆଗରେ କିଛି ବି ନୁହେଁ ।

ଏତେ ବଡ ପରିବାରରେ ସମସ୍ତେ କେବଳ ମହମ୍ମଦ ବିନ ସଲମାନଙ୍କ କଥା ମାନନ୍ତି । ହେଲେ କେମିତି ସଭା ସାନ ପୁଅ ହୋଇ ସେ ରାଜା ହେଲେ ତାହା ହେଉଛି ବଡ ପ୍ରଶ୍ନ । ବନ୍ଧୁଗଣ କୁହାଯାଏ ସଲମାନଙ୍କ ଦୁଇ ବଡ ଭାଇଙ୍କୁ କରପ୍ସନ ଅପରାଧ ପାଇଁ ଜେଲ ଦଣ୍ଡ ଦିଆଗଲା । ଏହା ସହିତ ଆଉ କିଛି ଭାଇ ମାନଙ୍କ ଅବସ୍ତା ବହୁତ ଖରାପ କରିଦିଆ ଯାଇଛି ହେଲେ ସତ କଣ କେହି ବି ଜାଣି ନାହାନ୍ତି ।


ବନ୍ଧୁଗଣ ଏହି ରାଜପରିବାର ବହୁତ ଧନୀ ଅଟନ୍ତି ଏମାନେ ଏତେ ଧନୀ ଯେ ନିଜ ଟଏଲେଟକୁ ସୁନାର କରିଛନ୍ତି । ଏମାନଙ୍କ ପାଖରେ ଅନେକ ମହଙ୍ଗା ଘର ସହ ଅନେକ ରାଜ ମହଲ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସାଉଦି କ୍ରାଉନ ପ୍ରିନ୍ସଙ୍କ କଥା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *