ଭିଟାମିନ ‘ଡି’ ଅଭାବରୁ ଯାଇପାରେ ଆପଣଙ୍କ ଜୀବନ, ଜାଣନ୍ତୁ କେମିତି ପୁରା କରିବେ ଭିଟାମିନ ‘ଡି’ ର ଅଭାବକୁ

କରୋନା ଭାଇରସରୁ ବଞ୍ଚିବା ପାଇଁ ଭିଟାମିନ ଡି ରୁ ବି ଭଲ ହବାର ସମ୍ଭାବନା ଅଛି । ଏହାର ପର୍ଯ୍ୟାପ୍ତ ପରିମାଣ ଶରୀରରେ ରହିଲେ ପାକସ୍ଥଳୀ ସଂକ୍ରମଣ ରୁ ବଞ୍ଚିପାରିବ । ଯଦି ଲୋକମାନେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ ଡି ନିଅନ୍ତି, ତାହେଲେ କରୋନା ଭାଇରସ ରୁ ବଞ୍ଚିବାର ସମ୍ଭାବନା ଅଛି । ଆମେରିକା ରେ ଏହାର ବ୍ୟବହାର ହୋଇସାରିଛି । କାନପୁର ର ଜିଏସିବିଏମ୍ ମେଡିକାଲ କଲେଜରେ ଆରମ୍ଭ ହେଉଛି ।

ବ୍ୟଜ୍ଞାନିକଙ୍କ କହିବା ଅନୁସାରେ ଏହି ଭାଇରସ ଯାଇ ପାକସ୍ଥଳୀରେ ଏଜିଓଟିସନ୍ – 2 ଓ ଏଜିଓଟିସନ୍- 1 – 7 ଏହି ନାମର କେମିକାଲ ସନ୍ତୁଳନ ବିଗାଡି ଦିଅନ୍ତି । ଏହାଦ୍ବାରା ପାକସ୍ଥଳୀ ଫୁଲିବା ଆରମ୍ଭ ହୁଏ । ନିଶ୍ବାସ ନେବାକୁ ଅସୁବିଧା ହୁଏ । ଏବଂ କଫ ବନିଯାଏ । ତାପରେ ପାକସ୍ଥଳୀ କାମ କରିବା ବନ୍ଦ କରିଦିଏ । ଭିଟାମିନ ଡି ଅଧିକ ଦେଲେ ଏହାଦ୍ବାରା ଆରାମ ମିଳିଥାଏ ।

ଇମ୍ୟୁନିଟି ମଧ୍ୟ ବଢ଼ିଥାଏ

ଭିଟାମିନ-ଡି କେବଳ ହାଡ଼ ର ମଜବୁତ୍ ପାଇଁ ଭଲ ତାହା ନୁହେଁ ଏହା ରୋଗ ପ୍ରତିଷେଧକ କ୍ଷମତା ବଢ଼ାଇ ଥାଏ । କୋଲେଷ୍ଟଲ୍ ର ମାତ୍ରା କମାଏ ଓ ଗର୍ଭ ରେ ରହିଥିବା ଶିଶୁ ର ଜନ୍ମ ଜାତ ରୋଗରୁ ବଞ୍ଚାଇବା ସହିତ ଅନ୍ୟ ରୋଗରୁ ମଧ୍ୟ ରକ୍ଷା କରେ । ଏହା ଦ୍ବାରା ମାଂସପେଶୀ ର ଦରଜ ରୁ ମଧ୍ୟ ରକ୍ଷା ପାଇଥାଏ ।

ଏହିଥିରେ ଅଛି ଭିଟାମିନ ଡି

କ୍ଷୀରରେ ତିଆରି ପର୍ଦାଥକୁ ଅଧିକ ବ୍ୟବହାର କରନ୍ତୁ । ପ୍ରତିଦିନ ଗୋଟେ ଗ୍ଳାସ କ୍ଷୀର ବା ଗୋଟେ କି ଦିଟା ଗିନା ଦହି ଖାଆନ୍ତୁ । ଗାଈ ର ଗୋଟେ ଗ୍ଳାସ କ୍ଷୀର ରେ ୨୦ ପ୍ରତିଶତ ଆବଶ୍ୟକତା ପୂରଣ କରିଥାଏ । ଷ୍ଟୋରରୁ ଦହି ନିଅନ୍ତୁ ନାହିଁ କାରଣଏହା ପ୍ରୋସେସ ହୋଇ ଆସିଥାଏ । ଯେଉଁଥିରେ ଭିଟାମିନ ଡି ର ମାତ୍ରା କମି ଯାଇଥାଏ । ସକାଳ ଖରାରେ ୨୦ ମିନିଟ୍ ନିଶ୍ଚିନ୍ତ ବସନ୍ତୁ । ଦିଟା ଅଣ୍ଡା ପ୍ରତିଦିନ ଆବଶ୍ୟକତା ୨୫ପ୍ରତିଶତ ଭିଟାମିନ ମିଳେ ।

କମଳା, ସାଗୁଦନା, ଡାଲି ରୁ ବି ଭିଟାମିନ ଡି ର ଭଲ ଧାରା ମିଳେ । ଛତୁ ରୁ ବି ଭିଟାମିନ ଡି ବହୁତ ମାତ୍ରାରେ ମିଳେ । ୟା ସାଙ୍ଗରେ ଏଥିରେ ଭିଟାମିନ ବି, ବି-୧, ବି-୨, ବି- ୫ ରୁ ବି ଅଧିକ ରହିଥାଏ । ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଏବଂ ଏମିତି କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *