ଭୀଷଣ ଗତିରେ ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା ୟାଶ, ଆଉ କିଛି ଘଣ୍ଟାରେ ଏହି ସବୁ ଜିଲ୍ଲାରେ ରଚିବ ତାଣ୍ଡବ

ବଂଗୋପ ସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଅତି ଭୀଷଣ ବା ଭେରି ସିଭିଅର ସାଇକ୍ଳୋନିକ ଷ୍ଟର୍ମ ର ରୂପ ନେବ । ୧୬୦ କିଲୋମିଟର ଟପିପାରେ ପବନର ବେଗ ।

ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଧରି ମାଡି ଆସିବା ବାତ୍ୟା ୟଶ । ପାଣିପାଗ ବିଭାଗର ଆକଳନ କହୁଛି ଉତ୍ତର ଓଡିଶା ପଶ୍ଚିମ ବଙ୍ଗ ଉପକୂଳରେ ଏହା ୨୬ ତାରିଖରେ ମାଡ ହୋଇପାରେ । ଆଇଏମବି ପୂର୍ବାନୁମାନ କହୁଛି ଶୁକ୍ରବାର ସନ୍ଧ୍ୟା ସୁଧା ଦକ୍ଷିଣ ପୂର୍ବ ଓ ସଲଗ୍ନ କେନ୍ଦ୍ରୀୟ ବଂଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।

ଶନିବାରକୁ ଏହା ପୂର୍ବ କେନ୍ଦ୍ରୀୟ ବଂଗୋପ ସାଗରରେ ସଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପରେ ପରିଣତ ହୋଇଛି । 24 ତାରିଖ ସୁଧା ଏହା ଘନୀଭୂତ ହୋଇ ବାତ୍ୟା ୟଶ ର ରୂପ ନେବ । ଏହା ସିଭିଅର ସାଇକ୍ଳୋନିକ ଷ୍ଟର୍ମ ର ରୂପ ନେଲେ ପବନର ବେଗ 118 ରୁ ୧୭୦ କିଲୋମିଟର ପର୍ଯ୍ୟନ୍ତ ରହିବ । ଏହି ସମୟରେ ଭୟଙ୍କର ରୂପ ନେବ ସମୁଦ୍ର ।

ବାତ୍ୟାର କେନ୍ଦ୍ରୀୟ ସ୍ଥଳରେ ୧୪ ମିଟର ଯାଏ ଉଠିପାରେ ଢେଉ । କୃଷି ପାଣିପାଗ ବିଶାରଦ ଡାକ୍ତର ସୁରେନ୍ଦ୍ର ନାଥ ପଶୁପାଳ କହିଛନ୍ତି ଭିନ୍ନ ଭିନ୍ନ ପୂର୍ବାନୁମାନ ବିଶ୍ଳେଷଣ ରୁ ଜଣା ପଡିଛି ସମ୍ଭାବ୍ୟ ବାତ୍ୟା ୟଶ ୨୬ ତାରିଖ ସକାଳେ ସ୍ଥଳଭାଗ ଛୁଇଁପାରେ । ସେତେବେଳେକୁ ତାହା ଅତି ଭୀଷଣ ବାତ୍ୟାର ରୂପ ନେଇଥିବ । ଭଦ୍ରକ ଆଉ ମେଦିନୀପୁର ମଝିରେ ମାଡ ହେବାର ସମ୍ଭାବନା ରହିଛି । ଏହାର ମଝିରେ ରହିଛି ବାଲେଶ୍ଵର । ସମ୍ଭାବ୍ୟ ବାତ୍ୟା କେନ୍ଦ୍ରାପଡା ଭଦ୍ରକ ରେ ଘଷି ହୋଇ ବାଲେଶ୍ଵର ରେ ପହଞ୍ଚିବ ।

ସେ କହିଛନ୍ତି ଯଦି ବି ଏହା ମେଦିନୀପୁର ଉପକୂଳ ଛୁଇଁବ । ତଥାପି ଉତ୍ତର ଉପକୂଳ ସଲଗ୍ନ ଜିଲ୍ଲା ତଥା ଜଗତସିଙ୍ଘପୁର, କେନ୍ଦ୍ରପଡା, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ବାଲେଶ୍ଵର ରେ ପବନର ବେଗ ଅଧିକ ରହିବ । ପୁରୀ, ଖୋର୍ଦ୍ଧା, କଟକ, କେନ୍ଦୁଝର ରେ ମଧ୍ୟ ପବନର ପ୍ରଭାବ ରହିବ । ଢେଙ୍କାନାଳ ଓ ସୁନ୍ଦରଗଡ ରେ ମଧ୍ୟ ସାଧାରଣ ବାତ୍ୟା ପ୍ରଭାବ ପଡିପାରେ । ଉପକୂଳ ଜିଲ୍ଲା ପାଖ ଜିଲାରେ ପ୍ରବଳ ବର୍ଷା ହେବ । ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହେଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *