ପୂର୍ବ ଭାରିଆଣ୍ଟ ଠାରୁ ଭିନ୍ନ ଲକ୍ଷଣ ଦେଖାଉଛି କରୋନା ର ନୂଆ ଭ୍ୟାରିଆଣ୍ଟ Omicron, ଏହି ସବୁ ଲକ୍ଷଣ ଦେଖା ଗଲେ ହୋଇଯାନ୍ତୁ ସତର୍କ !

ବନ୍ଧୁଗଣ କରୋନା ମହାମାରୀ ଗତ ଦେଢ ବର୍ଷ ହେବ ଦେଶରେ ନିଜ କୋପ ବର୍ଷାଇଛି । କରୋନା ମହାମାରୀରେ ସଂକ୍ରମିତ ହୋଇ ହଜାର ହଜାର ଲୋକ ପ୍ରା-ଣ ହରାରାଇଛନ୍ତି । ଏହା ସହିତ କରୋନା ମହାମାରୀ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଲକଡାଉନ କାରଣରୁ ଅନେକ ଲୋକ ନିଜ ଜୀବିକା ମଧ୍ୟ ହରାଇ ଛନ୍ତି । ବର୍ତ୍ତମାନ କରୋନା ମହାମାରୀ ର ପ୍ରଭାବ କମିଛି ଓ ଦେଶର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି ।

ତେବେ କରୋନା ମହାମାରୀ ପରେ ଏବେ ଆଉ ଏକ ଭାଇରସ ସାମ୍ନାକୁ ଆସିଛି । ବନ୍ଧୁଗଣ ଏହି ଭାଇରସର ନାମ ହେଉଛି ଓମିକ୍ରନ୍ । ତେବେ ଏହି ଭାଇରସଟି ଏବେ ସମସ୍ତଙ୍କର ଚିନ୍ତା ବଢାଇଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରସ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଇରସ ବିଷୟରେ ।

ତେବେ ବିଶେଷଜ୍ଞ ମାନଙ୍କ ମତରେ ପୂର୍ବ ଭାରିଆଣ୍ଟଠାରୁ ଭିନ୍ନ ଲକ୍ଷଣ ଦେଖାଉଛି ଓମିକ୍ରନ୍ । ଅଧିକ ଥର ରୂପ  ବଦଳାଇଥିବା ଓମିକ୍ରନ୍ ପୂର୍ବ ସବୁ ଭାରିଆଣ୍ଟଠାରୁ ମାରାତ୍ମକ ହୋଇଥିବା ବେଳେ ଏହାର ଲକ୍ଷଣ ମଧ୍ୟ ଭିନ୍ନ ବୋଲି ଜଣା ପଡିଛି । ଓମିକ୍ରନକୁ ଦକ୍ଷିଣ ଆଫ୍ରିକାର ଡାକ୍ତର ଆଞ୍ଜେଲିକ କୋଏତଜୀ ପ୍ରଥମେ ଚିହ୍ନଟ କରିଥିଲେ ।  ସେ ଏହି ଭାଇରସକୁ ନେଇ ବିଶ୍ବବାସୀଙ୍କୁ ସତର୍କ କରାଇଥିଲେ ।


ବନ୍ଧୁଗଣ ଦକ୍ଷିଣ ଆଫ୍ରିକାର ଡାକ୍ତର ଆଞ୍ଜେଲିକ କୋଏତଜୀ ଏହି ଭାଇରସ ବିଷୟରେ ଏକ ବଡ କଥା କହିଥିଲେ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ସେ କହିଛନ୍ତି-‘ଏହି ମାସ ଆରମ୍ଭରେ, ମୁଁ ପ୍ରଥମ ଥର ପାଇଁ ଦେଖିଲି ଯେ କୋଭିଡ ରୋଗୀଙ୍କଠାରେ ଅନେକ ଭିନ୍ନ ଲକ୍ଷଣ ଦେଖାଯାଉଛି’ ।

ଆଗକୁ ସେ କହିଛନ୍ତି-‘ପୂର୍ବରୁ କରୋନା ଆକ୍ରାନ୍ତ ହେଲେ ସ୍ୱାଦ ଓ ବାସ୍ନା ସଂପୂର୍ଣ୍ଣ ଚାଲି ଯାଉଥିବା ବେଳେ ନୂତନ ଭାରିଆଣ୍ଟ ଦ୍ଵାରା ସଂକ୍ରମିତ ହେଉଥିବା ରୋଗୀଙ୍କ ପାଖରେ ସେ ଲକ୍ଷଣ ଦେଖାଯାଉନାହିଁ । ଓମିକ୍ରନ ଦ୍ଵାରା ସଂକ୍ରମିତ ରୋଗୀମାନେ ବହୁତ କ୍ଳାନ୍ତ ଅନୁଭବ କରୁଛନ୍ତି । ଲକ୍ଷଣ ମଧ୍ୟମ ରହୁଥିଲେ ବି ପୂର୍ବ ଅପେକ୍ଷା ଭିନ୍ନ ରହୁଛି’ । ତେଣୁ ବନ୍ଧୁଗଣ ଏହି ଭାଇରସ ବର୍ତ୍ତମାନ ସମସ୍ତଙ୍କ ଚିନ୍ତା ବଢାଇଛି । ଆପଣ ମାନେ ଏହି ଭାଇରସ ପାଇଁ ସତର୍କ ରୁହନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *