ଧରା ପଡିଗଲା ମା’ର ସବୁ ଷଡଯନ୍ତ୍ର, ମା ସାଜିଲା ରାକ୍ଷସୀ, ନେଇଗଲା ପୁଅ ରାହୁଲର ଜୀବନ, ପୁରା ଘଟଣା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାହାକୁ ଆପଣ ଶୁଣିଲେ ମର୍ମାହତ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ଟି । ବାପା ଏବଂ ସାବତ ମା’ ଦୁହେଁ ମିଶି ରାହୁଲ କୁ ମାରି ଦେଇଛନ୍ତି । ଏଭଳି ଘଟଣା ଜଗସିଂହପୁର ତ୍ରିଲୋଚନପୁର ଗ୍ରାମରେ ଘଟିଛି । ବାପା ଏବଂ ସାବତ ମା’ ର ମାଡ ରେ ପୁଅ ରାହୁଲ ର ଜୀବନ ଯାଇଛି ବୋଲି ଅଭିଯୋଗ ହୋଇଛି । ଏହି ଅଭିଯୋଗ ଟି ଆଣିଛନ୍ତି ରାହୁଲ ଙ୍କ ପିଉସୀ ।

ଏହାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଅଛି । ଆଉ ସମସ୍ତେ ଏହା କହୁଛନ୍ତି ଯେ କାଲିର ରାହୁଲ କୁ ତ ପଥର ଚଟଣା ମଧ୍ୟରୁ ଭଗବାନ ବଞ୍ଚାଇ ଦେଇଥିଲେ କିନ୍ତୁ ଆଜିର ରାହୁଲ କ’ଣ ଥିଲା ତାହାର ଦୋଷ ? କେଉଁ ଭୁଲ ପାଇଁ ତାକୁ ଏହିଭଳି ଶାସ୍ତି ମିଳିଲା ? ଏହି କାଣ୍ଡଟିକୁ ଭିଆଇଛନ୍ତି ବାପା ମକର ବେହେରା ଏବଂ ସାବତ ମା’ କୁନି ବେହେରା ।

ରାହୁଲ ଙ୍କ ପିଉସୀ ଙ୍କ କହିବା ନୂଆଯାୟୀ ତାଙ୍କୁ ଖବର ମିଳିଥିଲା ଯେ ପୁତୁରା ରାହୁଲ ଙ୍କୁ ମାରିଦେଇଛନ୍ତି ବୋଲି । ତାଙ୍କ ବାପା ପାଖକୁ ଫୋନ କରିବାରୁ ସେ ଫୋନ ଉଠାଇଲେ ନାହିଁ । ଏହାପରେ ଉଠାଇକି କହିଲେ ଯେ ମୁଁ ଜାଣିନାହିଁ । ଏହାପରେ ଆଉଥରେ ତାଙ୍କ ପିଉସୀ ଫୋନ କରିବାରୁ ରାହୁଲ ଙ୍କ ବାପା କହିଲେ ଯେ ମୁଁ ପଛରେ କହୁଛି ।

ଏହାପରେ ରାହୁଲ ଙ୍କ ପିଉସୀ ଗାଁ ରେ ଆସି ପହଞ୍ଚିଲା ବେଳକୁ ଗାଁ ଲୋକେ କହୁଛନ୍ତି ଯେ ରାହୁଲ କୁ ମାରି ଟଙ୍ଗେଇ ଦେଇଛନ୍ତି । ମାତ୍ର ରାହୁଲ ଙ୍କ ବାପା କହିଛନ୍ତି ଯେ ମୁଁ ତାକୁ ମାରିନାହିଁ । ତାକୁ ମୁଁ କାଲି ରାତିରେ ପାଟି କରିଥିଲି ଏହାପରେ ସେ ନିଜେ ନିଜେ ଯାଇ ବେଲ ଗଛରେ ଦଉଡି ଦେଇଛି । କିନ୍ତୁ ବେଲଗଛ ଛୋଟିଆଟି ଅର୍ଥାତ ଗୋଡ ତଳକୁ ପାଇଯାଉଅଛି । ତେବେ ବେଲ ଗଛରେ ଜଣେ ଯଦି ଦଉଡି ଦେବ ତେବେ ଗୋଡ ତଳକୁ କିଭଳି ଲାଗିଯିବ ?

ରାହୁଲ ଙ୍କ ସାବତ ମା’ ଙ୍କୁ ପଚାରିବାରୁ ସେ କହିଥିଲେ ଯେ ମୁଁ କିଛି ଜାଣିନାହିଁ ସେ ତାହାର ମଲା କ’ଣ ପାଇଁ ମୁଁ ଜାଣିନାହିଁ । ତେବେ ପୁଅ ନୂଆ ଡ୍ରେସ କିଣିଲା କ’ଣ ପାଇଁ ବୋଲି ପୁଅର ଜୀବନ ନେଲା ବାପା । କେବଳ ଏତିକି ନୁହେଁ ଆଜିକୁ ୧୦ ବର୍ଷ ପୂର୍ବେ ମଧ୍ୟ ଏହିଭଳି ଭାବରେ ପିଟି ପିଟି ସମାନ ଭାବରେ ରାହୁଲ ଙ୍କ ମା’ ଙ୍କ ଜୀବନ ନେଇଥିଲା ବାପା ମକର ।

ତେବେ ଜେଲ ରୁ ମୁକୁଳି ଆସି ପୁନର୍ବାର ନିଜ ପୁଅ ର ମଧ୍ୟ ଜୀବନ ନେଇଗଲା । ସାବତ ମା’ କୁନି କହିଛନ୍ତି ଯେ ଆମ୍ଭେ ଖୋଜାଖୋଜି କରି ପାଇନଥିଲୁ । ସେ ରାଗିକି ଆ-ତ୍ମ-ହ-ତ୍ୟା କରିଛି । ତେବେ  ଆଇନ ଏ ନେଇ କି ପଦକ୍ଷପା ଗ୍ରହଣ କରୁଛି ତାହା ଦେଖିବା ଅପେକ୍ଷାରେ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *