ଭଉଣୀ ବାହାଘରରେ ବର ହେଲା ଭାଇ ! କିନ୍ତୁ ହଠାତ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ, ଆଉ ତା’ପରେ କରିଦେଲେ ଏମିତି କାଣ୍ଡ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ସୋସିଆଲ ମିଡିଆରେ ଆପଣ ମାନେ ଅନେକ ଭିଡିଓ ଦେଖୁଥିବେ। ତେବେ ବର୍ତ୍ତମାନ ଆଉ ଏକ ଭିଡିଓ ଭାଇରାଲ ହେଉଛି ତେବେ ଏହି ଭିଡିଓ ରେ ଦେଖି ପାରିବେ କିପରି ଜଣେ ମହିଳା ଗ୍ରୀଲ ଭାଙ୍ଗି ଘରକୁ ଜୋର ଜବରଦସ୍ତି ଏଣ୍ଟ୍ରି କରୁଛନ୍ତି । ତେବେ ଘଟଣାଟି କିଛି ଏମିତି ରହିଛି କି ଭଉଣୀ ବାହାଘର ହେଉଥିବା କହି ବିବାହିତା ସ୍ଵାମୀର ଚାଲିଥିଲା ଦିତୀୟ ବିବାହ । ଆଉ ଖବର ପାଇ ସ୍ତ୍ରୀ ଓ ପୁଅ ପହଞ୍ଚିବା ପରେ ଘଟିଥିଲା ଏମିତି ଭୟାନକ କାଣ୍ଡ ।

ନନଡ ଆଲରେ ହେଉଥିଲା ସ୍ବାମୀର ଲୁଚା ଚାପା ବାହାଘର । ବାହାଘର ମଧ୍ୟ ଧୂମଧାମରେ ଚାଲିଥିଲା । ଆଉ ଏତିକି ବେଳେ ପହଞ୍ଚି ଯାଇଥିଲେ ସ୍ତ୍ରୀ ଓ ପୁଅ । ଏହି ଦୃଶ୍ୟ ହେଉଛି ଭ୍ରକ ଜିଲା ଭଣ୍ଡାରି ପୋଖରି ଶର୍ଶଦା ଅଂଚଳର। ତେବେ ଅଭିଯୋଗ ଅନୁଯାୟୀ ଏହି ଗାଁ ର ପିନା ସମାଲଙ୍କା ସହ ଜ୍ୟୋସ୍ନାଙ୍କ ମଧ୍ୟରେ ଗଢି ଉଠିଲା ପ୍ରେମ ସମ୍ପର୍କ । ଉଭୟଙ୍କ ମଧ୍ୟରେ ବିବାହ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ।

କିନ୍ତୁ ପିନା ଜ୍ୟୋସ୍ନାଙ୍କୁ ଅପହରଣ କରି ନେଇଥିଲେ । ଯାହା ଫଳରେ ସେ ଜେଲ ଯାଇଥିଲେ । କିନ୍ତୁ ପରେ ଜ୍ୟୋସ୍ନାଙ୍କୁ ବିବାହ କରିବା ପରେ ଜେଲରୁ ମୁକୁଳିଥିଲେ । କିନ୍ତୁ ଜ୍ୟୋସ୍ନାଙ୍କୁ ପିନାଙ୍କ ପରିବାର ଗ୍ରହଣ କରିନ ଥିଲେ । ଯାହା ଫଳରେ ସେମାନେ ଭଡା ଘରେ ରହୁଥିଲେ । କିନ୍ତୁ ପିନାଙ୍କ ଭଉଣୀ ବାହାଘର ଦିନ ପିନାଙ୍କର ଆଉ ଥରେ ବିବାହ ହେବାର ଖବର ପାଇ ଜ୍ୟୋସ୍ନା ନିଜ ପୁଅଙ୍କୁ ନେଇ ଶ୍ଵଶୁର ଘରେ ପହଞ୍ଚିଥିଲେ ।

ଆଉ ତା ପରେ ହୋଇଥିଲା ହାଇ ଡ୍ରାମା । ଶ୍ଵଶୁର ଘର ଲୋକେ ଜ୍ୟୋସ୍ନାଙ୍କୁ ଘରେ ନ ପୁରାଇବାରୁ ଦାଣ୍ଡ ଡୁଆରେ ବସି ରହିଥିଲେ ଜ୍ୟୋସ୍ନା । ତେବେ ରାତି ସାରା ଜ୍ୟୋସ୍ନା ଦାଣ୍ଡରେ ବସିଥିଲେ ମଧ୍ୟ ଶ୍ଵଶୁର ଘର ଲୋକ ତାଙ୍କୁ ଘରେ ନ ପୁରାଇବାରୁ ଗାଁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କେବେଳ ତାହା ନୁହେଁ ବରମ ଜ୍ୟୋସ୍ନାଙ୍କୁ ଘର ଭିତରକୁ ପସିବାକୁ ସାହାଜ୍ଯ କରିଥିଲେ ଗାଁ ଲୋକେ ।

ପରିସ୍ଥିତି ଉତେଜନା ହେବାରୁ ପୋଲିସ ପହଞ୍ଚି ଜ୍ୟୋସ୍ନାଙ୍କୁ ଥାନାକୁ ନେଇଥିଲା । ସେପଟେ ଜ୍ୟୋସ୍ନାଙ୍କୁ ଜାତିଆଣ ଭାବ ନେଇ ଶାଶୁଘର ଲୋକେ ଘରେ ନ ପୁରାଇବା କଥା ଜଣା ପଡିଛି ।ତେବେ ଏହା ବର୍ତ୍ତମାନ କୋର୍ଟରେ ବିଚାର ଚାଲିଛି । ଜ୍ୟୋସ୍ନାଙ୍କୁ ଶ୍ଵଶୁର ଘର ଲୋକେ ତାଙ୍କୁ ମାଡ ଧର ମଧ୍ୟ କରିଛନ୍ତି । ପିନାଙ୍କ ସହ ଜ୍ୟୋସ୍ନା ଭଡା ଘରେ ରହିବା ସହ ଜ୍ୟୋସ୍ନାଙ୍କ ବାପା ମାସିକ ଖର୍ଚ୍ଚା ଦେଉଥିଲେ । ଏ ସବୁ ପରେ ମଧ୍ୟ ଲୁଚିକି ପିନା ଦିତୀୟ ବିବାହ କରିଥିବାରୁ ଏମିତି ସ୍ଥିତି ଉପୂଜୁଛି ।

ଅନ୍ୟ ପକ୍ଷରେ ଜ୍ୟୋସ୍ନାଙ୍କ ଶ୍ଵଶୁର କହିଛନ୍ତି ଆମେ କମ୍ପ୍ରମାଇଜ କରି ନାହୁଁ ବରଂ ବୋହୁ ମୋ ପୁଅ ନାଁରେ ମିଛ କେସ କରିଛି ଆଉ ଝିଅ ବାହାଘରେ ଏମିତି ବାଧା ସୃଷ୍ଟି କରିଛି । ତେବେ ନଣନ୍ଦ ବାହାଘରେ ସ୍ବାମୀଙ୍କ ବାହାଘରକୁ ନେଇ ସ୍ଥାନୀୟ ଅଂଚଳ ରେ ବେଶ ଚର୍ଚ୍ଚା ଚାଲିଛି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published.