ପଦଖିଆ ୪ ମନ୍ତ୍ରୀ ! ୪ ଜଣଙ୍କୁ ଘଣ୍ଟ ଘୋଡାଇବା ପାଇଁ ବଳି ପଡ଼ିଲେ ସମସ୍ତେ…

ନମସ୍କାର ବନ୍ଧୁଗଣ ତେବେ ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ ଧରଣର ଅଦଳବଦଳ ହେବାକୁ ଯାଉଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ଦେଇଥିବାବେଳେ ଆସନ୍ତାକାଲି ଅର୍ଥାତ ରବିବାର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ଦିନ ୧୧ଟା ୪୫ରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ରାଜଭବନରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।

ଯେଉଁମାନଙ୍କ ଭିତରେ ସର୍ବାଗ୍ରେ ରହିଛି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାଁ । ଇତି ମଧ୍ୟରେ ବାଚସ୍ପତି ମଧ୍ୟ ନିଜ ଇସ୍ତଫା ଦେଇ ସାରିଲେଣି । ଏପରିକି ତାଙ୍କ ଇସ୍ତଫା ପତ୍ରକୁ ଉପ ବାଚସ୍ପତି ଗ୍ରହଣ ମଧ୍ୟ କରି ସାରିଛନ୍ତି । କେବଳ ସୂର୍ଯ୍ୟ ପାତ୍ର ନୁହଁନ୍ତି । ଜାଣନ୍ତୁ ସମସ୍ତ ୨୦ ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ନାମ ।

ତେବେ ସୁଦାମ ମାରାଣ୍ଡି, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଜେନା, ପ୍ରେମାନନ୍ଦ ନାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିକ୍ରମ କେଶରୀ ଆରୁଖ,  ଅଶୋକ ପଣ୍ଡା,ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ସମୀର ରଞ୍ଜନ ଦାସ, ନବ ଦାସ, ସୁଶାନ୍ତ ସିଂ, ତୁଷାରକାନ୍ତି ବେହେରା, ଟୁକୁନି ସାହୁ । ଏହି ମାନେ ବର୍ତ୍ତମାନ ଇସ୍ତଫା ଦେଲେ । ତେବେ ନବୀନ ପଟ୍ଟନାୟକ ବହୁତ ଭଲ ଖେଳ ଖେଳିଲେ ଯେଉଁଥିରେ କାମ ବି ହୋଇଗଲା ଆଉ ଇମେଜ ବି ଖରାପ ହେଲା ନାହିଁ ।

ତେବେ ଯୋଜନା ଥିଲା ୪ ଜଣ ମନ୍ତ୍ରୀ ଙ୍କୁ କାଢ଼ିବା ପାଇଁ କିନ୍ତୁ ଏହି ୪ ଜଣ ମନ୍ତ୍ରୀ ଙ୍କ ପାଇଁ ଆଉ ୧୫ ଜଣ ବଳି ପଡିଗଲେ । ତେବେ ମମିତା ମେହେର ହତୟଆ କାଣ୍ଡରେ ଦିବ୍ୟଶଙ୍କର ମିଶ୍ର ଙ୍କ ସମ୍ପୃକ୍ତି ରହିଥିବାର ପ୍ରମାଣ ମିଳିଥିଲା ଏହା ପରେ ବିବାଦ ହୋଇଥିଲା ଏବଂ ବହିଷ୍କାର ଦାବି ମଧ୍ୟ କରାଯାଇଥିଲା କିନ୍ତୁ କିଛି ହୋଇ ନଥିଲା ଏହା ପରେ ମାହଙ୍ଗରେ ଦୁଇ ବିଜେପି ନେତା ଙ୍କୁ ମର୍ଡର କରାଯାଇ ଥିଲା ଏବଂ ସେଥିରେ ପ୍ରତାଳ ଜେନା ଙ୍କ ନାଁ ଥିଲା ତେବେ ତଥାପି ସେ ମନ୍ତ୍ରିମଣ୍ଡଳରେ ରହିଥିଲେ ।

ତେବେ ଏହା ସହ ସୌମ୍ୟ ରଞ୍ଜନ ମର୍ଡର କେଶ ରେ ମଧ୍ୟ ଜଂଗଲ ମନ୍ତ୍ରୀ ବିକ୍ରମ କେଶରୀ ଙ୍କ ସମ୍ପୃକ୍ତ ରହିଥିଲା କିନ୍ତୁ ତଥାପି ସେ ବର୍ତ୍ତି ଯାଇଥିଲେ ଏହା ପରେ କୁନି ଝିଅ ପରୀ ହତୟଆ ମାମଲା ରେ ମନ୍ତ୍ରୀ ଅରୁଣ ସାହୁ ଙ୍କ ବାରମ୍ବାର ସମ୍ପୃକ୍ତି ରହିଥିବାର ଅଭିଯୋଗ ପରେ ମଧ୍ୟ କୌଣସି ଆକ୍ସନ ନିଆ ଯାଇନଥିଲା ।


ତେବେ ଯଦି ସେତେବେଳେ କିଛି ଆକ୍ସନ ନିଆ ଯାଇଥାନ୍ତା ତେବେ ହୁଏତ ଦଳ ର ଇମେଜ ଖରାପ ହୋଇ ଯାଇଥାନ୍ତା । ତେବେ ପୌର ନିର୍ବାଚନ ର ବିଜୟ ଆଦି ପରେ ଉଚିତ ସମୟରେ କମ୍ଫର୍ଟ ଯୋନ ରେ ଦଳ ରହିଲା ସେତେବେଳେ ହିଁ ଆକ୍ସନ ନିଆଗଲା । କିନ୍ତୁ ଏହି ୪ ଜଣ ମନ୍ତ୍ରୀ ଙ୍କ ଯୋଗୁଁ ଆଉ ମନ୍ତ୍ରୀ ମାନେ ମଧ୍ୟ ଶୁଖିଲାରେ ବଳି ପଡିଗଲେ । ତେବେ ବର୍ତ୍ତମାନ ନୂଆ ଦଳ ହେବ ଏବଂ ନୂଆ ମନ୍ତ୍ରୀ ମାନେ ଶପଥ ପାଠ କରିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *