Rahul ଙ୍କ କଥା ହେଲା ସତ: ଟେଲିପ୍ରମ୍ପଟର ବନ୍ଦ ହୋଇଯିବାରୁ ଭାଷଣ ଭୁଲି ଗଲେ Modi, ଭାଇରାଲ ହେଲା Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ଚର୍ଚ୍ଚା ରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆପଣ ମାନେ ତ ଜାଣିଥିବେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଭାଷଣ ଜରିଆରେ ଲୋକ ମାନଙ୍କ ହୃଦୟ କୁ ଜିଣି ପାରନ୍ତି । ତେବେ ନିଜ ଭାଷଣ ମାଧ୍ୟମରେ ଲୋକଙ୍କ ମନ କିଣି ନେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିପ୍ରମ୍ପଟର ବିନା ପଦେ ବି କହି ପାରିବେ ନାହିଁ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଗତକାଲି ଘଟିଥିବା ଘଟଣା ରୁ ଏହା ସ୍ପଷ୍ଟ ହୋଇଛି ବୋଲି ସେ ଟ୍ୱିଟ କରିଛନ୍ତି ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ବିଶ୍ୱ ଅର୍ଥନୀତି ଫୋରମ ର ଡାଭୋସ ସମ୍ମିଳନୀରେ ଉଦବୋଧନ ଦେଉଥିବା ବେଳେ ହଠାତ ଆଗରେ ଲାଗିଥିବା ଟେଲିପମ୍ପଟର ବନ୍ଦ ହୋଇ ଯିବାରୁ ପ୍ରଧାନମନ୍ତ୍ରୀ ଅଟକି ଯାଇଥିବା ଦେଖା ଯାଇଥିଲା । ଏହି ସମୟ ର ଭିଡିଓ କୁ ପ୍ରଥମେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆ ରେ ସେୟାର କରିଥିଲେ ।

ପରେ ଏହା ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିଲା । ଭାଇରାଲ ହୋଇଥିବା ଭିଡିଓ ରେ ଏହା ଦେଖିବାକୁ ମିଳୁଛି ଯେ, ଭାଷଣ ଆରମ୍ଭ ହେବା ପରେ ପରେ ଅଧାରୁ ଟେଲିପ୍ରମ୍ପଟର ବନ୍ଦ ହୋଇ ଯିବାରୁ ପ୍ରଧାନମନ୍ତ୍ରୀ ବାମ ପାର୍ଶ୍ଵ କୁ ଦେଖିବା ସହିତ ଅଟକି ଯାଉଛନ୍ତି । କାନ ରୁ ଇୟରଫୋନ ଖୋଲି ଫୋରମ ର ମିଟିଂ ପରିଚାଳକ ଙ୍କୁ ପଚାରୁଛନ୍ତି କି, ତାଙ୍କ କଥା ସ୍ପଷ୍ଟ ଶୁଣା ଯାଉଛି ଅଥବା ନାହିଁ ।

ଏହାପରେ ତାଙ୍କର ଇଣ୍ଟରପ୍ରିଟର କଥା ଶୁଭୁଛି କି ନାହିଁ ବୋଲି ପଚାରୁଛନ୍ତି । ଏହାପରେ ମିଟିଂ ସଂଯୋଜକ ହଁ ଶୁଣାଯାଉଛି ବୋଲି କହୁଛନ୍ତି । ଏହାର କିଛି ସକେଣ୍ଡ ପରେ ପୁଣି ସେ ନିଜର ଭାଷଣ ଆରମ୍ଭ କରୁଛନ୍ତି । ତେବେ ଏହି ସମୟ ର ଭିଡିଓ ଭାଇରାଲ ହେବା ପରେ ମୋଦି ଙ୍କୁ ସମାଲୋଚନା କରି ଟ୍ୱିଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ଏହା ଲେଖିଛନ୍ତି ଯେ, ଏତେ ମିଛ ଟେଲିପ୍ରମ୍ପଟର ବି ସହି ପାରିଲା ନାହିଁ ।

ଟ୍ୱିଟ ସହିତ ରାହୁଲ ଗାନ୍ଧୀ କିଛି ଦିନ ତଳେ ମୋଦୀ ଙ୍କୁ ନେଇ କହିଥିବା କଥାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓ ରେ ରାହୁଲ କହିଛନ୍ତି ଯେ, ନରେନ୍ଦ୍ର ମୋଦୀଜି ଙ୍କ ପାଖରେ ଏବେ କହିବାକୁ କିଛି ବି ନାହିଁ । ଟେଲିପ୍ରମ୍ପଟର ସାହାଯ୍ୟ ରେ ଭାଷଣ ଦେଉଛନ୍ତି । ଟେଲିପ୍ରମ୍ପଟର ବିନା ସେ ପଦେ ବି କହି ପାରିବେ ନାହିଁ ।
ତେବେ ଏହି ସମ୍ବନ୍ଧରେ ଆପଣ ମାନଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *