ଭାଇରାଲ ହେଉଥିବା ଏହି ଭିଡିଓ ଗୁଡିକର ସତ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ଏପରି ମଧ୍ୟ କିଛି ଭିଡିଓ ଭାଇରାଲ ହେଉଛି ଯାହା ସଂପୂର୍ଣ୍ଣ ଫେକ୍ ଅଟେ । ଏହି ସବୁ ଫେକ୍ ଭିଡିଓର ସତ୍ୟତା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଫେକ୍ ଭିଡିଓ ନେଇ ଆସିଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ସୋସିଆଲ ମିଡିଆରେ ଗତ କିଛି ଦିନ ତଳେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଜଣେ ବ୍ୟକ୍ତି ଗୋଟେ କଦଳୀ ଭିତରୁ ୱୋମ ପରିକା ପୋକ ବାହାର କରିଥିଲା । ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ କରି ଲେଖିଥିଲେ, ଏହିପରି ୫୦୦ ଟନ କଦଳୀ ସୋମାଲିଆରୁ ଭରତ ଆସିଛି । ପ୍ରଥମ କଥା ହେଉଛି ସୋମାଲିଆରୁ କଦଳୀ ଭାରତକୁ ଆସେ ନାହିଁ । ଆଉ ସେ ଯେଉଁ ପୋକ କଥା କହିଛି ସେମିତି କିଛି ପୋକ ହି ନାହିଁ ।

୨. ବନ୍ଧୁଗଣ ଆମର ଦ୍ଵିତୀୟ ଭିଡିଓରେ ଗୋଟେ ପ୍ଳେନର ଆଗ ଚକା ଜ୍ୟାମ ହୋଇଯିବାରୁ ପ୍ଳେନକୁ ଏକ ଗାଡି ଉଧାର କରୁଛି । ଗାଡିର ପଛ ଭାଗରେ ପ୍ଳେନର ଆଗ ଅଂଶକୁ ରଖାଯାଉଛି ଯାହାଫଳରେ ପ୍ଳେନଟି ଉଧାର ହୋଇପାରୁଛି । ହେଲେ ବନ୍ଧୁଗଣ ଏଇଟା ସେହି କାରର ଏକ ବିଜ୍ଞାପନ ଅଟେ ।

୩. ଆମ ଲିଷ୍ଟର ତୃତୀୟ ଭିଡିଓରେ ଜଣେ ଝିଅ ପେଟ୍ରୋଲରେ ନିଜ ଗାଡି ଧୋଉଥିବାର ନଜର ଆସୁଛି । ଭିଡିଓ ଭାଇରାଲ ହେବା ପରେ ଏହି ଝିଅର ବୁଦ୍ଧି ଉପରେ ସମସ୍ତ ଲୋକ ହସିବାକୁ ଲାଗିଲେ । ବନ୍ଧୁଗଣ ଯେଉଁ ପାଇପରେ ଝିଅଟି ନିଜ ଗାଡି ଧୋଉ ଥିଲା ସେହି ପାଇପଟି ପେଟ୍ରୋଲ ପମ୍ପ ସହ ମିଶି ନଥିଲା ଝିଅଟି ପାଣିରେ ନିଜ କାର ଧୋଉ ଥିଲା ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଜଣେ ପୋଲିସ ବାଲା ଗୋଟେ ନିରୀହ ପିଲାର ଚାଲାଣ କାଟୁଛି ସେହି ସମୟରେ ସେହି ପିଲାଟି ଜଣଙ୍କୁ ଫୋନ କରି ଦେଉଛି ଯାହାଫଳରେ ପୋଲିସ ବାଲାର ଅବସ୍ଥା ଖରାପ ହୋଇଯାଉଛି ଓ ସେ ସେହି ପିଲାକୁ ଭୁଲ ମାଗୁଛି । ଏହି ଭିଡିଓଟି ସଂପୂର୍ଣ୍ଣ ଫେକ୍ ଅଟେ । ଏହି କମେଡି ଭିଡିଓଟିକୁ ସେମାନେ ମନୋରଞ୍ଜନ ପାଇଁ ବନେଇ ଥିଲେ ହେଲେ ଲୋକମାନେ ଏହାକୁ ସତ ଭାବିଲେ ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଏକ ବିଶାଳକାୟ ଅଜଗର ସାପ ଗୋଟେ ଗାଡିରେ ମୋଡି ହୋଇ ରହିଥିବାର ନଜର ଆସୁଛି । ଏହି ଭିଡିଓଟିକୁ ଦେଖି ଲୋକମାନଙ୍କ ହୋସ ଉଡିଯାଇଛି । ହେଲେ ବନ୍ଧୁଗଣ ସାପଟି ସଂପୂର୍ଣ୍ଣ ରୂପେ କୃତ୍ରିମ ଅଟେ ଏହା ଏକ ସ୍ନେକ ପାର୍କର ଭିଡିଓ ।

Leave a Reply

Your email address will not be published. Required fields are marked *