ତିନି କୁଳକୁ ଭସାଇ ଦେଲେ ଅଭିନେତା Raimohan Parida…ଦେଖନ୍ତୁ Video

ବନ୍ଧୁଗଣ, ଜଣେ ଚାଲିଗଲେ ହେଲେ ଭାସିଗଲା 3 କୂଳ । ଅନ୍ଧାର ହୋଇଗଲା ମଞ୍ଚ ଏବଂ ଯାତ୍ରା ଦୁନିଆ । ଓଲିଉଡ ଇଣ୍ଡଷ୍ଟ୍ରୀ ର ଏକ ବଡ ସ୍ତମ୍ଭ ଆଉ ନାହାଁନ୍ତି । ଅଭିନେତା ରାଇମୋହନ ପରିଡା ଙ୍କ ଦେହାନ୍ତ କେବଳ ଗୋଟିଏ ପରିବାରର ଖୁସି ଉଜାଡି ଦେଇନାହିଁ, ମାତ୍ର ତିନି ତିନିଟି କୂଳକୁ ଭସାଇ ଦେଇ ଗଲେ ଏହି ଅଭିନେତା । ବାପା ଥିଲେ ପରିବାରରେ କେତେ ଖୁସି ଥିଲା ମାତ୍ର ରାଇମୋହନ ଚାଲିଯିବା ପରେ ଏବେ ଗୋଟିଏ ପରିବାରର ହସଖୁସି ସବୁଦିନ ଲାଗି ଉଜୁଡି ଯାଇଅଛି ।

ରାଇମୋହନ ଙ୍କ ପରଲୋକ ରେ ତାଙ୍କ ପତ୍ନୀ ଏବଂ ଦୁଇଟି ଝିଅ ଉପରେ ଆଶୀର୍ବାଦ ର ହାତ ଉଠିଯାଇଅଛି । ରାଇମୋହନଙ୍କ ଗୋଟିଏ ଝିଅ ବିବାହ କରିସାରିଥିବା ବେଳେ ଆଉ ଏକ ଝିଅ ବିବାହ କରି ନାହାଁନ୍ତି । ତେବେ ଭୁବନେଶ୍ୱରର ପ୍ରାଚୀ ବିହାରର ଯେଉଁ ଘରେ ପତ୍ନୀ ଏବଂ ସନଝିଆ ସହିତ ରହୁଥିଲେ, ସେହି ଘର ବର୍ତ୍ତମାନ ଖାଁ ଖାଁ ଲାଗିବ । ନା ବାପା ବାପା ଡାକ ଶୁଭିବା ନା ଝିଅ ଟିକେ ଶୁଣିଲୁ ବୋଲି ଶୁଭିବ ।

କେବଳ ଗୋଟିଏ ପରିବାର ନୁହଁନ୍ତି ବରଂ ଚଳଚିତ୍ର ଜଗତରେ ଜଡିତ ହୋଇ ରହିଥିବା ହଜାର ହଜାର ପରିବାର ବର୍ତ୍ତମାନ ରାଇମୋହନଙ୍କ ବିୟୋଗରେ ମର୍ମାହତ । ରାଇମୋହନ ପରିଡା ୯୦ ରୁ ଅଧିକ ଓଡିଆ ଚଳଚିତ୍ର ଏବଂ ୧୫ ରୁ ଅଧିକ ବଙ୍ଗଳା ଚଳଚିତ୍ର ରେ ଅଭିନୟ କରିଥିଲେ । ଅର୍ଥାତ ଓଡିଆ ଚଳଚିତ୍ର କୁ ମଧ୍ୟ ଭସାଇ ଦେଇ ଚାଲିଗଲେ ଅଭିନେତା ରାଇମୋହନ ପରିଡା ।

ଯାତ୍ରା ଜଗତରେ ଅଭିନେତା ରାଇମୋହନ ୪୦ ରୁ ଅଧିକ ନାଟକ ରେ ଅଭିନୟ କରିଥିବା ବେଳେ, ଏକାଧିକ ଯାତ୍ରା ରେ ଅଭିନୟ କରିଥିଲେ । ବର୍ତ୍ତମାନ ରାଇମୋହନ ଚାଲିଯିବା ବେଳେ ମଞ୍ଚ ଏବଂ ଯାତ୍ରା ଦୁନିଆରେ ମଧ୍ୟ ଅନ୍ଧାରର କଳାବାଦଲ ଛାଇ ଯାଇଅଛି । ରାଇମୋହନ ଚାଲିଗଲେନି ଯେ ନିଜ ପରିବାର,  ଯାତ୍ରା, ତଥା ମଞ୍ଚ ପରିବାର ଏବଂ ସିନେମା ପରିବାରକୁ ଭସାଇ ଦେଇ ଚାଲିଯାଇଛନ୍ତି ।

ମାତ୍ର ଏହିଭଳି କେଉଁ କାରଣ ବଶତ ରାଇମୋହନ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷପ ନେଇ ସମସ୍ତଙ୍କୁ ଛାଡି ଚାଲିଗଲେ ତାହା ବର୍ତ୍ତମାନ ସନ୍ଦେହ ର ମୁଖପାତ୍ର ହୋଇଅଛି । ଏହି ଖବର କୁ ସାଧାରଣତଃ ତାଙ୍କ ପରିବାର ତଥା ତାଙ୍କ ପ୍ରିୟ ଫ୍ୟାନ୍ସ ମାନେ ଗ୍ରହଣ କରିପାରୁ ନାହାଁନ୍ତି ଯେ ଏହିଭଳି ଜଣେ ଦିଗଜ୍ଜ ଅଭିନେତା ସୁ-ଇ-ସା-ଇ-ଡ କରିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *