ଖଳନାୟକ Rai mohan Parida ଙ୍କ ନିଆରା ପ୍ରେମ କାହାଣୀ, ପତ୍ନୀଙ୍କ ସହ ଏମିତି ହୋଇଥିଲା ପ୍ରଥମ ଭେଟ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୁରୀ ର ସ୍ୱର୍ଗଦ୍ୱାରରେ ଶେଷ ହେଲା ବରିଷ୍ଠ ଅଭନେତା ରାଇମୋହନ ପରିଡାଙ୍କ ଶେଷକୃତ୍ୟ । ରାଇମୋହନଙ୍କୁ ମୁଖାଗ୍ନି ଦେଲେ ତାଙ୍କ ସାନ ଝିଅ । ପାଖରେ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ଆଜି ବରିଷ୍ଠ ଅଭିନେତା ରାଇମୋହନ ପରିଡା ଘରେ ଆତ୍ମହତୟଆ କରିଥିଲେ । ବେକରେ ରଶି ଲଗାଇଦେଇଥିଲେ । ତାଙ୍କର ଏଭଳି ଅକସ୍ମାକ ମୃତ୍ୟୁରେ ସାରା ଓଡିଶା ସ୍ତବ୍ଧ ହୋଇଯାଇଛି । ତେବେ ଆଜି ରାଇମୋହନ ପରିଡା ଆତ୍ମହତୟଆ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତୟଆ କରିଥିବା ସନ୍ଦେହ କରାଯାଉଛି । ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । କେଉଁ ପରିସ୍ଥିତିରେ ଓ କାହିଁକି ଆତ୍ମହତୟଆ କଲେ ସେ ନେଇ ତନାଘନା କରିଥିଲା ଟିମ ।

ତେବେ ଓଡିଶାର ଖଳନାୟକ ଭାବେ ପରିଚିତ ରାଇମୋହନ ପରିଡା । ତାଙ୍କର ଜନ୍ମ ୧୯୬୩ ମସିହାରେ । ତାଙ୍କର ଜନ୍ମ ସ୍ଥାନ ହେଉଛି କେନ୍ଦୁଝରରେ ଉଦୟପୁର ଗ୍ରାମରେ । ସେ ଚାରି ଝିଅରେ ଗୋଟିଏ ପୁଅ ଥିଲେ । ସେଥିପାଇଁ ପରିବାରରେ ସେ ବହୁତ ଗେଲ୍ହା ଥିଲେ । ତାଙ୍କ ବାପାଙ୍କ ନାମ ହେଉଛି ତ୍ରିଲୋକନାଥ ପରିଡା । ସେ ବିଏଲଡବ୍ଲ୍ୟୁ ଭାବେ କାର୍ୟ୍ୟ କରୁଥିଲେ । ମା’ ହେଉଛନ୍ତି ତିଳୋତ୍ତମା ପରିଡା । ରାଇମୋହନ ପରିଡାଙ୍କ ପତ୍ନୀଙ୍କ ନାମ ହେଉଛି ରଞ୍ଜିତା ପରିଡା ।


ତେବେ ରାଇ ଏବଂ ରଞ୍ଜିତା ଙ୍କର ଥିଲା ଏକ ସୁନ୍ଦର ପ୍ରେମ କାହାଣୀ । ତେବେ ଦୁହେଁ ସଙ୍ଗୀତ ବିଶ୍ୱ ବିଦ୍ୟାଳୟରେ ଦେଖା ହେଲେ ସେଠାରେ ସେ ରଞ୍ଜିତା ଙ୍କୁ ଦେଖିଥିଲେ ସେ ଥିଲେ ସିନିୟର ଏବଂ ରଞ୍ଜିତା ଥିଲେ ଜୁନିୟର । ତେବେ ଦୁହେଁ କଥା ବାର୍ତ୍ତା ରୁ ପ୍ରେମ ଆଡ଼କୁ ଗତି କରିଥିଲେ ଏବଂ ୨୦ ବର୍ଷ ରେ ରିଲେସନ ରେ ରହି ୨୯ ବର୍ଷ ରେ ସେ ବିବାହ କରିଥିଲେ ରଞ୍ଜିତା ଙ୍କୁ ।


ତେବେ ସେ ନିଜ ଜୀବନ ର ସଫଳତା ର ଚାବିକାଠି କିମ୍ବା ରହସ୍ୟ ନିଜ ପତ୍ନୀ ଙ୍କୁ ହିଁ ଭାବନ୍ତି । ତେବେ ତାଙ୍କ ପତ୍ନୀ ମଧ୍ୟ ସ୍ୱାମୀ ଙ୍କୁ ଖୁବ ପ୍ରେମ କରୁଥିଲେ ଏବଂ ତାଙ୍କର ମନକଥା ଜାଣି ସେ ନିଜ ଗାଁ ଉଦୟ ପୁର କୁ ଭଲ ପାଆନ୍ତି ବୋଲି ତାଙ୍କ ଘରର ନାମ ରଖିଥିଲେ ଉଦୟ ପୁର । ତେବେ ଆଜି ଏହି ପ୍ରେମ କାହାଣୀ ର ଅନ୍ତ ହୋଇ ଯାଇଛି ହାତ ଛାଡି ଚାଲି ଯାଇଛନ୍ତି ରାଇ ମୋହନ । ତେବେ ତାଙ୍କର ଆତ୍ମା ର ସଦ୍ଗତି ପାଇଁ ଆମେ ଈଶ୍ୱରଙ୍କ ନିକଟରେ ପାର୍ଥନା କରୁଛୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *