ଭାରତର 5 ଟି ସବୁଠୁ ବିଚିତ୍ର ଗାଁ, 2 ନଂ ଗାଁ ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ !

ବନ୍ଧୁଗଣ କୁହାଯାଏ ଭାରତର ସଂସ୍କୃତି ଓ ପରମ୍ପରାକୁ ପାଖରୁ ଦେଖିବାକୁ ହେଲେ ଆପଣଙ୍କୁ ଭାରତର ଗାଁରେ କିଛି ସମୟ ବୁଲିବାକୁ ପଡିବ । ଭାରତର ପ୍ରତ୍ୟକ ଗାଁରେ ଅଲଗା ଅଲଗା କାହାଣୀ ରହିଛି । ଆଜି ଆମେ ଭାରତର କିଛି ଅଜବ ଓ ବିଚିତ୍ର ଗାଁ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବିହାରର ବରବାନ କଳା ଗାଁରେ କୁହାଯାଇଥାଏ ୫୦ ବର୍ଷରୁ ଅଧିକ ସମୟରୁ ଏଠାରେ ରହୁଥିବା ଲୋକମାନେ କୌଣସି ବାହାଘର ଦେଖି ନାହାନ୍ତି । ଏଠାରେ ଅବିବାହିତ ଲୋକ ମାନଙ୍କ ସଂଖ୍ୟା ୧୩୦ରୁ ଅଧିକ । ଏହାର ମୁଖ୍ୟ କାରଣ ହେଉଛି ଗରିବ ଓ ବିକାଶର ଅଭାବ । ଏଠାରେ ନା ପକା ଘର ଅଛି ନା ରାସ୍ତା, ଏଠାରେ ବିଜୁଳି ନାହିଁ ଓ ମୋବାଇଲ ନେଟୱାର୍କ ବି ନାହିଁ । ଏହି ଗାଁଟି ସବୁ କ୍ଷେତ୍ରରେ ପଛୁଆ ।

୨. ବନ୍ଧୁଗଣ କେରଳର କୋଡିଣି ଗାଁକୁ ଯାଁଳା ଗାଁ ମଧ୍ୟ କୁହାଯାଏ । ଯଦି ଆପଣ ମାନେ କେବେ ଏହି ଗାଁକୁ ଯିବେ ତା ହେଲେ ପିଲା ହେଉ ବା ବୁଢା ସମସ୍ତଙ୍କର ଯାଁଳା ଦେଖିବାକୁ ମିଳିଯିବ । ବର୍ତ୍ତମାନର ସମୟରେ ଏଠାରେ ୪୦୦ ରୁ ଅଧିକ ଯାଁଳା ଯୋଡି ରହୁଛନ୍ତି ।

୩. ବନ୍ଧୁଗଣ ରାଜସ୍ଥାନର ଜୟ ସାଲାମଦ ଜିଲ୍ଲାର କୁଲଧରା ଗାଁ ବହୁତ ଦିନରୁ ଶୂନ୍ୟ ପଡିଛି । ଏହି ଗାଁ ବିଷୟରେ କୁହାଯାଏ ଯେ, ଏହି ଗାଁ ରୋହିଣୀ ଶକ୍ତି କବଜାରେ ଅଛି । କେବେ ହସଖୁସିରେ ଚାଲୁଥିବା ଏହି ଗାଁ ଏବେ ଖଣ୍ଡରରେ ପରିଣତ ହୋଇଛି । କୁହାଯାଏ ଏହି ଗାଁରେ ଥିବା ସମସ୍ତ ଲୋକ ଗୋଟିଏ ରାତିରେ ଗାଁ ଛାଡି ଚାଲିଯାଇଥିଲେ । ଏଠାରେ ବୁଲିବାକୁ ଯାଉଥିବା ଲୋକ ମାନଙ୍କ ଅନୁସାରେ ଏଠାରେ ଅଜବ ପ୍ରକାରର ଚିତ୍କାର ଶୁଣା ଯାଇଥାଏ ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି ମହାରାଷ୍ଟ୍ରର କୋରଲାଇ ଗାଁ । ଭାଷା ଲୋକ ମାନଙ୍କ ମଧ୍ୟରେ ଭାବନା ସଞ୍ଚରଣର ମାଧ୍ୟମ ହୋଇଥାଏ । ବନ୍ଧୁଗଣ ଭାରତର ଏହି ଗାଁରେ ପର୍ତ୍ତୁଗାଲ ଭାଷାରେ କଥା କୁହାଯାଏ । କରଲାଇ ଗାଁରେ ପର୍ତ୍ତୁଗାଲ ରକ୍ତର କେତେକ ପିଢୀ ଶହ ଶହ ବର୍ଷରୁ ରହୁଛନ୍ତି । ଏଠାରେ ସେମାନଙ୍କର ୨୫୦ ରୁ ଅଧିକ ପରିବାର ରହୁଛନ୍ତି । ତେଣୁ ସେମାନେ ପର୍ତ୍ତୁଗାଲ ଭାଷାରେ କଥା ବାର୍ତ୍ତା କରନ୍ତି ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ଗୁଜୁରାଟର ପୁନସାରୀ ଗାଁ । ଭାରତର ଏହି ଗାଁକୁ ସବୁଠାରୁ ଆଦର୍ଶ ଗାଁ ବୋଲି କୁହାଯାଏ । ପାଖାପାଖି ୬୦୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ସବୁ ସ୍ଥାନରେ ପକା ସଡକ ସୁରକ୍ଷା ପାଇଁ ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଓ ଇଣ୍ଟର୍ନେଟ ପାଇଁ ମାଗଣା ୱାଇଫାଇ ଅଛି । ଏହି ଗାଁର ସବୁ ସ୍ଥାନରେ ସରପଞ୍ଚଙ୍କ ବାର୍ତ୍ତା ଶୁଣିବା ପାଇଁ ସ୍ପିକର ଲାଗିଛି ।

Leave a Reply

Your email address will not be published. Required fields are marked *