ମହାଯୁଦ୍ଧ ବେଳେ ବଙ୍କର ଭିତରେ ଲୁଚିଲେ ପୁଟିନ୍ ଓ ତାଙ୍କ ପରିବାର, ନିଜେ ପରମାଣୁ ଯୁଦ୍ଧକୁ ଡରିଗଲେ ନା କରୁଛନ୍ତି ଆଉ କିଛି ମାଷ୍ଟର ପ୍ଳାନ ?

ବନ୍ଧୁଗଣ ବର୍ତ୍ତମାନ ସାରା ବିଶ୍ଵରେ ଋଷ ଓ ୟୁକ୍ରେନ ଯୁଦ୍ଧ ଏକ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ଗତ ୭ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ ।

ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।ତେବେ ବନ୍ଧୁଗଣ ୟୁକ୍ରେନ ସହ ଆମେରିକା ଓ କେତେକ ପାଶ୍ଚାତ୍ୟ ଦେଶ ଗୁଡିକ ଥିବା ବେଳେ ଋଷ ଏହି ଯୁଦ୍ଧ ଏକା ଲଢୁଛି । ଏହାରି ମଧ୍ୟରେ ଏକ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ୟୁକ୍ରେନ ଓ ଋଷ ଯୁଦ୍ଧରେ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି ପୁଟିନ ଓ ତାଙ୍କ ପରିବାର । ମସ୍କୋରେ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି ପୁଟିନ ଓ ତାଙ୍କ ପୁରା ପରିବାର । ୟୁକ୍ରେନକୁ ଆକ୍ରମଣ କରିବା ପରେ ଏବେ ଋଷିଆ ଉପରେ ସାରା ବିଶ୍ଵର ନଜର । ବର୍ତ୍ତମାନ ଅନେକ ଦେଶ ଋଷିଆ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । କାରଣ ପୂର୍ବରୁ ଫ୍ରାନ୍ସ ଋଷ ଉପରେ ପରମାଣୁ ବୋମା ପକେଇବ ବୋଲି ଖୋଲା ଖୋଲି ଭାବରେ ଧମକ ଦେଇଛି ।

ଏହା ସହ ଆମେରିକା, ବ୍ରିଟେନ ଓ ଅନେକ ରାଷ୍ଟ୍ର ଋଷ ଉପରେ ଆକ୍ରମଣ କରିବା ହେତୁ ପ୍ରସ୍ତୁତ ହେଉଥିବା କଥା ଋଷ ଗୋଇନ୍ଦା ବିଭାଗ ସୂଚନା ଦେଇଛି । ବନ୍ଧୁଗଣ ରାଷ୍ଟ୍ରର କ୍ରୋଧକୁ ଦେଖି ଏବେ ଚିନ୍ତାରେ ପୁଟିନ । ସେ ମସ୍କୋର ଅନ୍ତର୍ଦ୍ଧାନ ହୋଇ ନିଜ ପରିବାର ସହ ଏକ ବଙ୍କର ଭିତରେ ପଶି ଛନ୍ତି । ବଙ୍କର ଭିତରେ ରହି ଯୁଦ୍ଧର ସମସ୍ତ ସୂଚନା ନେବା ସହ ଶତ୍ରୁ ରାଷ୍ଟ୍ରର ସ୍ଥିତି ଉପରେ ନଜର ରଖିଛନ୍ତି ପୁଟିନ ।

କୁହାଯାଉଛି ଏହି ବଙ୍କର ଏତେ ସୁରକ୍ଷିତ ଯେ, ଏହା ଉପରେ ପରମାଣୁ ବୋମା ପଡିଲେ ବି କୌଣସି କ୍ଷତି ହେବ ନାହିଁ । ତେଣୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଏହି ବଙ୍କର ଭିତରେ ଲୁଚି ଛନ୍ତି ପୁଟିନ । ଏହି ଖବର ଆସିବା ପରେ ଅନ୍ତଃ ରାଷ୍ଟ୍ରୀୟ ସ୍ତରରେ ଏହି ଖବରକୁ ନେଇ ଆଲୋଚନା ବି ଜୋରସୋର ଚାଲିଛି ।

କୁହାଯାଉଛି, ପୁଟିନ ଜାଣି ସାରିଛନ୍ତି ଯେ ୟୁକ୍ରେନ ସହ ଯୁଦ୍ଧ ଋଷ ଉପରେ ମହଙ୍ଗା ପଡିଛି । ଏହା ସହ କେତେବେଳେ କିଏ ଋଷ ଉପରେ ଆକ୍ରମଣ କରିଦେବ ତାହା ମଧ୍ୟ ଜଣା ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *