କାଲିଠୁ ବଦଳିବାକୁ ଯାଉଛି ଲକଡାଉନର ନିୟମ, ଏହି କ୍ଷେତ୍ରରେ ହେବ କୋହଳ କିନ୍ତୁ ରହିବ କିଛି ସର୍ତ୍ତ, କଣ କରିବେ ଓ କଣ କରିବେ ନାହିଁ… ଦେଖନ୍ତୁ ପୁରା ଲିଷ୍ଟ

କରୋନା ଭାଇରସ କାରଣରୁ ବର୍ତ୍ତମାନ ଦେଶ ଲକଡାଉନ ଅଛି । କିନ୍ତୁ ଏହା ମଧ୍ୟରେ ଆସନ୍ତା କାଲି ସୋମବାର ଠାରୁ କିଛି ସୁବିଧା ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪ ଏପ୍ରିଲ ଦିନ ଦେଶବ୍ୟାପୀ ଦେଇଥିବା ନିଜର ସମ୍ବୋଧନରେ ପ୍ରଥମେ ସେ ୩ ମେ ପର୍ଯ୍ୟନ୍ତ ଲକଡାଉନର ଅବଧିକୁ ବଢାଇବା ବିଷୟରେ କହିଲେ ଓ ଏହା ପରେ ଲକଡାଉନରେ କିଛି ସୁବିଧା ମିଳିବା ବିଷୟରେ ବି କହିଲେ । ପିଏମ ମୋଦୀ କହିଥିଲେ କି ଲକଡାଉନ ଭିତରେ ଦିଆଯାଉଥିବା ସୁବିଧା ଗୁଡିକ ଶର୍ତ ଅନୁଯାୟୀ ଲାଗୁ କରାଯିବ ଓ ଦେଶବାସୀଙ୍କୁ ଏହା ସୁନିଶ୍ଚିତ କରାଯିବ କି ତାଙ୍କର ଗତିବିଧି ଦ୍ଵାରା କରୋନା ଭାଇରସର ରୋଗ ନ ବ୍ୟାପୁ ।

ଜାଣନ୍ତୁ ମିଳୁଥିବା ସୁବିଧା ବିଷୟରେ

·    ପିଏମ ମୋଦୀଙ୍କ ସମ୍ବୋଧନ ପରେ ଗୃହ ମନ୍ତ୍ରାଳୟର ନିର୍ଦେଶ ଜାରି କରିଥିଲେ କି ପ୍ରାଇଭେଟ ଗାଡିକୁ ବାହାରକୁ ଯିବା ପାଇଁ ଅନୁମତି ଅଛି, କିନ୍ତୁ ଅତି ଦରକାରୀ ପଡିବା ପରେ ହିଁ ଗାଡିକୁ ବାହାର କରିବେ । ତାହା ବି ପୁଣି ଗୋଟିଏ ଚାରି ଚକିଆ ଗାଡିରେ ଦୁଇ ଜଣ ହିଁ ଯାଇ ପାରିବେ । ଜଣେ ଡ୍ରାଇଭର ସିଟରେ ଓ ଜଣେ ପଛରେ । ଏହା ଛଡା ଦୁଇ ଚକିଆ ଗାଡିରେ ଜଣେ ବ୍ୟକ୍ତିକୁ ହିଁ ଅନୁମତି ଅଛି । ଟ୍ୟାକ୍ସି, ଅଟୋରିକ୍ସା ସେବା ଗୁଡିକ ୩ ମେ ପର୍ଯ୍ୟନ୍ତ ବନ୍ଦ ରହିବ । କିନ୍ତୁ ଗାଡି ଖରାପ ହେଲେ ମେକାନିକ ଉପଲବ୍ଧ ରହିବେ ।

·    ସରକାର କାର୍ଯ୍ୟଳୟକୁ ସ୍ଟୈଗର ଶିଫ୍ଟ ଓ ଲଞ୍ଚ ବ୍ରେକ ପାଇଁ ନିର୍ଦେଶ ଦେଇଛନ୍ତି । ସ୍ଟୈଗର ଶିଫ୍ଟ ମାନେ କାର୍ଯ୍ୟଳୟରେ କର୍ମଚାରୀମାନଙ୍କ ପ୍ରବେଶ ଓ ବାହାରିବାର ସମୟ ଅଲଗା ଅଲଗା ହେବ । ଏହା ସହିତ କାର୍ଯ୍ୟଳୟରେ କାମ କରୁଥିବା କର୍ମଚାରୀ ୧୦ ଫୁଟ ଦୂରତାରେ ବସି କାମ କରିବେ ଓ ଚେହେରାରେ ମାସ୍କ ଲଗାଇବା ବାଧ୍ୟତା ଅଟେ । ଯେତେବେଳେ କି ଆଇଟି କମ୍ପାନୀମାନଙ୍କୁ ୫୦ ପ୍ରତିଶତ କର୍ମଚାରୀମାନଙ୍କୁ କାର୍ଯ୍ୟଲୟରେ ଡାକିବାର ଅନୁମତି ଦିଆ ଯାଇଛି । ଅନ୍ୟ କ୍ଷେତ୍ର ଗୁଡିକରେ ୩୩ % କର୍ମଚାରୀଙ୍କୁ ଅନୁମତି ଦିଆ ଯାଇଛି ।

·    ୬୫ କିମ୍ବା ତାହା ଠାରୁ ଅଧିକ ବୟସର ଲୋକମାନେ ଓ ପାଞ୍ଚ ବର୍ଷ କିମ୍ବା ତାହା ଠାରୁ କମ ପିଲାମାନଙ୍କ ସହିତ ରହୁଥିବା ଲୋକମାନେ ନିଜ ଘରେ ହିଁ କାମ କରିବେ । ସମସ୍ତ କାର୍ଯ୍ୟଲୟରେ ଥର୍ମଲ ସ୍କ୍ରୀନିଂଗ ଓ ହ୍ୟାଣ୍ଡ ସ୍ୟାନିଟାଇଜର ଲଗାଇବା ବାଧ୍ୟତାପୂର୍ଣ ଅଟେ ।

·    ରବିବାର ଦିନ ଜାରି ହୋଇଥିବା ଏକ ଅଧିସୂଚନା ଅନୁସାରେ ଗୃହ ମନ୍ତ୍ରାଳୟ ଏହା ସ୍ପଷ୍ଟ କରିଦେଇଛନ୍ତି କି ଆମାଜନ, ଫ୍ଲିପକାର୍ଟ ଇତ୍ୟାଦି କମ୍ପାନୀମାନଙ୍କୁ ଲୋକମାନଙ୍କ ଘରେ କେବଳ ଦରକାରୀ ଜିନିଷ ଦେବା ପାଇଁ ଅନୁମତି ଦିଆ ଯାଇଛି । ଖାଦ୍ୟ ସାମଗ୍ରୀ ଦୋକାନକୁ ବି ଅନୁମତି ଦିଆଯାଇଛି । କିନ୍ତୁ ସାମାଜିକ ଦୂରତାର ନିୟମକୁ ପାଳନ କରିବାକୁ ହେବ ।

·    ସରକାର ସୋମବାର ଠାରୁ ନିର୍ମାଣ ଗତିବିଧିକୁ ବି ଅନୁମତି ଦେଇଛନ୍ତି । କିନ୍ତୁ ରିୟଲ ଇସ୍ଟେଟ କମ୍ପାନୀ ରାଜ୍ୟ ବାହାରୁ ଶ୍ରମିକ ଆଣି ପାରିବେ ନାହିଁ । ଖାଦ୍ୟ ସାମଗ୍ରୀର ପ୍ୟାକିଙ୍ଗ କରୁଥିବା କମ୍ପାନୀ ଓ ଇଟା ଭାଟିକୁ ସଞ୍ଚାଳିତ କରିବା ପାଇଁ ଅନୁମତି ଦିଆ ଯାଇଛି ।

·    ଇଲେକ୍ଟ୍ରୀଶିୟନ, ପ୍ଲମ୍ବର, ମୋଟର ମେକାନିକ, ବଢେଇ, କୋରିୟର ସେବା ଗୁଡିକ କାଲି ଠାରୁ ହିଁ ଆରମ୍ଭ ହୋଇଯିବ । କେବୁଲ ଓ ଡ଼ିଟିଏଚ ସହ ଜଡିତ କର୍ମୀମାନଙ୍କୁ ବି ଅନୁମତି ଦିଆ ଯାଇଛି । ଏହା ସହିତ ସୋମବାର ଠାରୁ ସମସ୍ତ ଜିନିଷର ପରିବହନକୁ ଅନୁମତି ଦିଆଯାଇଛି । କିନ୍ତୁ ସମସ୍ତଙ୍କୁ ସାମାଜିକ ଦୂରତାର ନିୟମକୁ ପାଳନ କରିବାକୁ ହେବ । ହେଲେ ଏହି କୋହଳ କୋବିଡ-୧୯ ହଟସ୍ପଟ କ୍ଷେତ୍ରରେ ଲାଗୁ ହବ ନାହିଁ । ସବୁ ଖବର ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *