Russia-Ukraine War: ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରୀ କହିଲେ Ucraine ର ଛାତିଥରା କାହାଣୀ ! ଶୁଣିଲେ ଆପଣ ମଧ୍ୟ ଭୟରେ ଥରିବେ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଭୟଙ୍କର ଯୁଦ୍ଧ ଆଡେ ମୁହାଁଉଛି ବିଶ୍ୱ । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ଏପରିକି ଭ୍ଲାଦିମିର ପୁଟିନଙ୍କ ସେନା ୟୁକ୍ରେନର ମିସାଇଲ୍ ଡିଫେନ୍ସ ସିଷ୍ଟମକୁ କବଜା କରି ଧ୍ୱଂସ କରିଥିବା ଦାବି କରୁଛି । ଗୁରୁବାର ସକାଳେ ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା କରିଥିଲା ଋଷ । ମିସାଇଲ୍ ଆକ୍ରମଣ କରିଥିଲା କ୍ରେମଲିନ୍ । ଯେଉଁଥିରେ ୩୦୦ରୁ ଅଧିକ ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଆହୁରି ମଧ୍ୟ ଋଷ ଦାବି କରିଛି ଯେ, ନୌସେନାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରା ଯାଇଛି । ସମସ୍ତ ମିସାଇଲ୍ ସିଷ୍ଟମକୁ ଋଷ କବଜା କରିନେଇଛି । ଏପରିକି ବାୟୁସେନାକୁ ମଧ୍ୟ ଋଷ ଧ୍ୱଂସ କରି ଦେଇଛି । ତେବେ ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେବ ରୁଷ ପକ୍ଷରୁ ସୀମାରେ ଯୁଦ୍ଧାଭ୍ୟାସ କରାଯାଉଥିଲା । ଏଥିସହ ୟୁକ୍ରେନକୁ ରୁଷ  ପଟୁ ଘେରାବନ୍ଦୀ କରିଥିଲା । ଏସବୁ ଭିତରେ ପୁଟିନ ମିଲାଟାରୀ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ । କ୍ରିମିୟା ଓ ବେଲାଋଷ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିଥିଲେ ।

ତେବେ ତେବେ ଋଷ ଓ ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ମହା ସମହାରରେ ଯାହାକୁ ନେଇ ବିଶ୍ଵ ବାସୀ ଏବେ ଚର୍ଚ୍ଚାରେ । ଏହି ସମୟରେ ବିଭିନ୍ନ କ୍ଷେତ୍ରରେ ଅସୁବିଧା ଦେଖା ଦେଇଛି । ହେଲେ ଏଠାରେ ସବୁ ଦେଶର ଲୋକ ମାନେ ବସବାସ କରୁଥିଲେ ମଧ୍ୟ କିଛି ଭାରତୀୟ ରହୁଛନ୍ତି ଆଉ ଏଠି ମଧ୍ୟରୁ ଭାରତର ଅଧିକାଂଶ ପିଲା ପାଠ ପଢିବାକୁ ଆସିଥିବା ବେଳେ ଆଉ କେତେକ କାମ କରିବାକୁ ଆସି ଥାଆନ୍ତି ।

ତେବେ ବର୍ତ୍ତମାନ ଦୁଇଟି ଭିଡିଓ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳୁଛି ଯେଉଁ ଥିରେ ଭାରତର ଦୁଇ ଜଣ ଛାତ୍ରୀ ନିଜ ନିଜ ଅସୁବିଧା ସମ୍ପର୍କ ରେ ଆଲୋଚନା କରୁଛନ୍ତି । ତେବେ ତାହା ମଧ୍ୟରୁ ଜଣେ ହେଉଛନ୍ତି ସୋନିପଥ ର ରିୟା । ତେବେ ସେ ନିଜ ପରିବାର ଲୋକଙ୍କ ସହ ଭିଡିଓ କଲ ରେ କଥା ହୋଇ ନିଜର ସମସ୍ୟା ବିଷୟରେ କହିଥିଲେ । ତେବେ ସେଠାକାର ପରିସ୍ଥିତି ଖରାପ ଅଛି କେତେବେଳେ କଣ ହେବ କିଛି ଜଣା ନାହିଁ । ବିମାନ ଯାତାୟାତ ମଧ୍ୟ ବନ୍ଦ ରହିଛି ।

ଏହା ସହ ଏଟିଏମ ରୁ ପଇସା ଉଠେଇବା ପାଇଁ ଯିବା ପରେ ଜଣା ପଡୁଛି କି ଇଣ୍ଡିଆନ କର୍ଡ଼ ଏଠି କାମ କରୁ ନାହିଁ ଏବଂ ଏଠାରେ ପଇସା ର ଅଭାବ ମଧ୍ୟ ହୋଇଛି । ବାସ ଯେତିକି ଯାହା ଖାଦ୍ୟ ରହିଛି ସେତିକି ରେ ରହିଛୁ ତେବେ ଘରୁ ବାହାରିବା ପାଇଁ ମଧ୍ୟ ମନା ହୋଇଛି । ତେବେ ସେ ଭାରତ ସରକାର ଙ୍କୁ ଶୀଘ୍ର କିଛି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
ଏହା ସହ ଆଉ ଜଣେ ଛାତ୍ରୀ ଯିଏ କି ଗୁଜୁରାଟ ର ଭରୁଚ ର ବାସିନ୍ଦା ତେବେ ସେ ମଧ୍ୟ ଏକ ଭିଡିଓ କରି ନିଜର ସମସ୍ୟା ଜଣାଇଥିଲେ ତେବେ ସେ କହିଛନ୍ତି କି ଏଠାକାର ପରିସ୍ଥିତି ଖରାପ ହେବାରେ ଲାଗିଛି ଆଗକୁ କଣ ହେବ କିଛି ଜଣା ନାହିଁ ।

ଆଗକୁ ପରିସ୍ଥିତିରେ ସୁଧାର ଆସିବ କିମ୍ବା ଆହୁରି ଖରାପ ହୋଇଯିବ କିଛି ଜଣା ନାହିଁ । ଏଠାରେ ଅନେକ ଭାରତୀୟ ମାନେ ଅଛନ୍ତି କିନ୍ତୁ କିଏ କେଉଁଠି ରହୁଛନ୍ତି ତାହା ଜଣା ନାହିଁ । ତେବେ ଆମ ବାପା ମାଆ ମଧ୍ୟ ବହୁତ ଚିନ୍ତା ରେ ଅଛନ୍ତି ସମସ୍ତେ ଚିନ୍ତା ରେ ରହିଛନ୍ତି । ତେବେ ସେ ମଧ୍ୟ ଭାରତୀୟ ସରକାର ଙ୍କୁ ନିବେଦନ କରିଥିଲେ କି ଶୀଘ୍ର ତାଙ୍କୁ ଏଠାରୁ ସୁରକ୍ଷିତ ନିଜ ଦେଶ କୁ ନେଇ ଯିବା ପାଇଁ । ତେବେ ଭାରତ ସରକାର ମଧ୍ୟ ୟୁକ୍ରେନ ରୁ ନିଜ ଦେଶ ର ଲୋକ ମାନଂକୁ ଆଣିବା ପାଇଁ ନିଜର ଚେଷ୍ଟା ଜାରି ରଖିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *