Interesting Gk Questions- ଭାରତରେ ସୂର୍ଯ୍ୟଙ୍କର ପହିଲି କିରଣ ସର୍ବ ପ୍ରଥମେ କେଉଁ ରାଜ୍ୟରେ ପଡ଼ିଥାଏ ? କେବଳ ବୁଦ୍ଧିମାନ ହିଁ କହି ପାରିବେ…

ବନ୍ଧୁଗଣ ନମସ୍କାର, ତେବେ ପ୍ରତ୍ୟେକ ମନୁଷ୍ୟ ଜୀବନ ରେ ଜ୍ଞାନ ର ଅତ୍ୟନ୍ତ ଆବଶ୍ୟକତା ରହିଥାଏ। ଜ୍ଞାନ ବିନା ମନୁଷ୍ୟ ତୁଚ୍ଛ ସାବ୍ୟସ୍ତ ହୋଇଥାଏ।ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନୋତ୍ତର ସମ୍ବନ୍ଧରେ। ତେବେ ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବଂ ଏହାର ଉତ୍ତର ସମ୍ବନ୍ଧରେ।

୧. ଭାରତରେ ସ୍ୱାଧୀନତା ଦିବସ କେବେ ପାଳନ କରାଯାଏ?
ଉତ୍ତର- ଅଗଷ୍ଟ ୧୫।

୨. ଭାରତ କେବେ ବ୍ରିଟିଶ ଶାସନ କବଳ ରୁ ମୁକ୍ତ ହୋଇଥିଲା?
ଉତ୍ତର- ୧୫ ଅଗଷ୍ଟ ୧୯୪୭।

୩. ୨୦୨୧ ରେ ଆମେ ଭାରତର କେତେ ତମ ସ୍ୱାଧୀନତା ଦିବସ ପାଳନ କରିଛୁ?
ଉତ୍ତର- ୭୫ ତମ।

୪. ଭାରତର ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ ତାରିଖ ଦିନ କେଉଁଠାରେ ପତାକା ଉତ୍ତୋଳନ କରିଥାନ୍ତି?
ଉତ୍ତର- ଦିଲ୍ଲୀ ର ଲାଲକିଲା।

୫. ଇଂରେଜ ମାନେ ଭାରତ ରେ କେତେ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ?
ଉତ୍ତର- ୨୦୦ ବର୍ଷ।

୬. ୧୭ ଅଗଷ୍ଟ ୧୯୪୭ ରେ ଭାରତ ଏବଂ ପାକିସ୍ତାନ କୁ ବିଭାଜିତ କରିବା ପାଇଁ କେଉଁ ରେଖା ଟଣା ଯାଇଥିଲା?
ଉତ୍ତର- ରେଡ଼କ୍ଲିଫ ରେଖା।

୭. ୭ ଅଗଷ୍ଟ ୧୯୦୬ ମସିହାରେ ଭାରତର ଜାତୀୟ ପତାକା ସର୍ବ ପ୍ରଥମେ କେଉଁଠାରେ ଉତ୍ତୋଳନ କରାଯାଇଥିଲା?
ଉତ୍ତର- ଫାର୍ସି ବାଗାନ, କଲିକତା।

୮. ଭାରତର ଜାତୀୟ ସଙ୍ଗୀତ “ଜନ ଗଣ ମନ” ରେ ‘ଜୟ’ ଶବ୍ଦ କେତେ ଥର ରହିଅଛି?
ଉତ୍ତର- ୧୦ ଥର।

୯. ଆମ ଦେଶର ଜାତୀୟ ସଙ୍ଗୀତ ମୁଳତଃ କେଉଁ ଭାଷା ରେ ଲେଖା ଯାଇଥିଲା?
ଉତ୍ତର- ବଙ୍ଗଳା।

୧୦. ଆମ ଦେଶର ଜାତୀୟ ସଙ୍ଗୀତ ମୁଳତଃ ବଙ୍ଗଳା ଭାଷାରେ କେଉଁ ନାମରେ ଲେଖା ଯାଇଥିଲା?
ଉତ୍ତର- ଭାରୋତୋ ଭାଗ୍ୟୋ ବିଧାତା।

୧୧. “ଜନ ଗଣ ମନ” ର ହିନ୍ଦୀ ସଂସ୍କରଣ କୁ କେବେ ସମ୍ବିଧାନ କାରୀ ସଭା ଦ୍ୱାରା ଜାତୀୟ ସଙ୍ଗୀତ ରୂପେ ଘୋଷଣା କରାଯାଇଥିଲା?
ଉତ୍ତର- ୨୪ ଜାନୁଆରୀ ୧୯୫୦।

୧୨. ଆମ ଦେଶର ଜାତୀୟ ସଙ୍ଗୀତ କୁ ସମ୍ପୂର୍ଣ୍ଣ ଗାଇବା ନିମନ୍ତେ କେତେ ସେକଣ୍ଡ ଦିଆଯାଏ?
ଉତ୍ତର- ୫୨ ସେକେଣ୍ଡ।

୧୩. ବେଳେବେଳେ ଜାତୀୟ ସଙ୍ଗୀତ ର ପ୍ରଥମ ଓ ଶେଷ ଧାଡ଼ି କୁ ନେଇ ସଂକ୍ଷିପ୍ତ ରୂପରେ ଗାନ କରାଯାଏ।ଏଥିପାଇଁ କେତେ ସେକେଣ୍ଡ ନିଆଯାଏ?
ଉତ୍ତର- ୨୦ ସେକେଣ୍ଡ।

୧୪. ଭାରତର ଜାତୀୟ ସଙ୍ଗୀତ କେବେ ଓ କେଉଁଠାରେ ଗାନ କରାଯାଇଥିଲା?
ଉତ୍ତର- ୧୯୧୧, କଂଗ୍ରେସ ର କଲିକତା ଅଧିବେଶନ।

୧୫. ୨୮ ଫେବ୍ରୁଆରୀ ୧୯୧୯ ମସିହାରେ ରବୀନ୍ଦ୍ରନାଥ ଠାକୁର ବେସାନ୍ତ ଥିଓସୋଫିକାଲ କଲେଜ ରେ ଥିବା ସମୟ ରେ ‘ଜନ ଗଣ ମନ’ କୁ ଇଂରାଜୀ ରେ ଅନୁବାଦ କରିଥିଲେ।ଏହାର ଇଂରାଜୀ ନାମ କଣ?
ଉତ୍ତର- The Morning Song of India.

୧୬. ଭାରତରେ ସୂର୍ଯ୍ୟ ଙ୍କର ପହିଲି କିରଣ ସର୍ବ ପ୍ରଥମେ କେଉଁ ରାଜ୍ୟ ରେ ପଡ଼ିଥାଏ?
ଉତ୍ତର- ଅରୁଣାଚଳ ପ୍ରଦେଶ।

Leave a Reply

Your email address will not be published. Required fields are marked *