କାହିଁକି ଏମିତି ଭୋ-ଭୋ ହୋଇ କାନ୍ଦିଲେ ସାଂସଦ Anubhav Mohanty, ଭାଇରାଲ ହେଲା Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଜବରଦସ୍ତ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅନୁଭବ ମହାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନୁଭବଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଅନୁଭବ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ଅନୁଭବ ଜଣେ ଅଭିନେତା ହେବା ସହ ବିଜେଡି ଦଳର ସାଂସଦ ଅଟନ୍ତି ।

ଅନୁଭବ ଏମିତିରେ ତ କିଛି ନା କିଛି ବିବାଦ ପାଇଁ ଚର୍ଚ୍ଚାରେ ରୁହନ୍ତି ହେଲେ ଗତ କିଛି ସମୟ ହେବ ଅନୁଭବ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ଅନୁଭବଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡିଓରେ ଏକ ଶୋଭାଯାତ୍ରା ଚାଲିଛି ଆଉ ଏହି ଶୋଭାଯାତ୍ରାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବି ଅଛନ୍ତି ।

ଅନୁଭବ ସେହି ଶୋଭାଯାତ୍ରାରେ କଇଁ କଇଁ ହୋଇ ଛୋଟ ପିଲାଙ୍କ ଭଳି କାନ୍ଦୁ ଛନ୍ତି । ବନ୍ଧୁଗଣ ଅନୁଭବଙ୍କ ପରିବାରରେ ପୁଣି ଦୁଃଖ ଦେଖା ଦେଇଛି । ସାଂସଦ ଅନୁଭବ ମହାନ୍ତିଙ୍କ ବଡ ବାପା ଅକ୍ଷୟ ମହାନ୍ତିଙ୍କ ଦେହାନ୍ତ ହୋଇଛି । ଆଉ ଆପଣ ଦେଖୁଥିବା ଏହି ଶେଷ ଯାତ୍ରା ହେଉଛି ଅନୁଭବଙ୍କ ବଡ ବାପାଙ୍କର । ପୁରୀ ସ୍ଵର୍ଗଦ୍ଵାର ଅଭିମୁଖେ ତାଙ୍କର ଶେଷ ଯାତ୍ରା ବାହାରିଛି । ଆଉ ଶେଷରେ ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ହୋଇଛି ।

ଏହି ଶୋଭାଯାତ୍ରାରେ ନିଜେ ସାଂସଦ ଅନୁଭବ ମହାନ୍ତି ଉପସ୍ଥିତ ରହିଛନ୍ତି ଆଉ ଭୋ ଭୋ ହୋଇ କାନ୍ଦି ଛନ୍ତି । ଅତୀତରେ ବଡ ବାପାଙ୍କ ସହ ଘଟି ଥିବା ସମସ୍ତ ମୂହୁର୍ତ୍ତ ବିଷୟରେ ଭାବି ଅନୁଭବ ଭୋ ଭୋ ହୋଇ କାନ୍ଦୁ ଛନ୍ତି । ଅନୁଭବ ଆଉ ବର୍ଷାଙ୍କ ବିବାଦ ଥମି ନଥିବା ବେଳେ ଅନୁଭବଙ୍କ ପରିବାରରେ ଏବେ ପୁଣି ଏକ ଦୁଃଖ ଆସିଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *