ଭାରତର ସବୁଠୁ ଧନୀ (Top 10 Richest) ବ୍ୟକ୍ତି ? ଦେଖନ୍ତୁ କିଏ ଅଟେ ନଂ 1 ?

ବନ୍ଧୁଗଣ ଆମ ଭାରତରେ ଥିବା ବହୁତ କମ ଧନୀ ଲୋକ ମାନଙ୍କ ବିଷୟରେ ଆପଣ ମାନେ ଜାଣିଥିବେ । ହେଲେ ୨୦୨୧ ନୂଆ ଲିଷ୍ଟ ଅନୁସାରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମାନଙ୍କ ନାମ ସାମିଲ ହୋଇଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଧନୀ ବ୍ୟକ୍ତି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଧନୀ ବ୍ୟକ୍ତି ମାନଙ୍କ ବିଷୟରେ ।

୧୦. ଆମ ଲିଷ୍ଟର ଦଶମ ସ୍ଥାନରେ ଅଛନ୍ତି ସୁନୀଲ ମିତଲ । ସେ ଏୟାରଟେଲ କମ୍ପାନୀର ଫାଉଣ୍ଡର ଓ ଚେୟାରମ୍ୟାନ ଅଟନ୍ତି ତାଙ୍କର ମୋଟ ସମ୍ପତ୍ତି ହେଉଛି ୮୨,୨୩୦ କୋଟି ଟଙ୍କା ।

୯. ଆମ ଲିଷ୍ଟର ନବମ ସ୍ଥାନରେ ଅଛନ୍ତି ଦିଲୀପ ସଂଘବି । ସେ SUN ଫାର୍ମାର ଫାଉଣ୍ଡର ଓ ଏମଡି ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୮୯,୭୦୬ କୋଟି ଟଙ୍କା ।

8. ବନ୍ଧୁଗଣ ଆମ ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ସାଇରସ ପୁନାୱାଲା । ସେ ସାଇରସ ଇନଷ୍ଟିଟ୍ଯୁଟର ଫାଉଣ୍ଡର ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୯୭,୯୨୯ କୋଟି ଟଙ୍କା ।

7. ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି କୁମାର ମଙ୍ଗଳମ ବିର୍ଲା । ସେ ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ ଅଟନ୍ତି । ଏହା ସହିତ ପିଟର ଇଂଲଣ୍ଡ, ଭିଆଇ ଓ ଅଲ୍ଟ୍ରାଟେକ ସିମେଣ୍ଟ କମ୍ପାନୀର ମାଲିକ ମଧ୍ୟ ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧,୦୨,୪୧୪ କୋଟି ଟଙ୍କା ।

6. ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଉଦୟ କୋଟାକ । ସେ କୋଟାକ ବ୍ୟାଙ୍କର ଫାଉଣ୍ଡର, ଏମଡି ଓ ସିଇଓ ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧,୧୦, ୬୩୭ କୋଟି ଟଙ୍କା ।

5. ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ରାଧାକିଶାନ ଦମନୀ । ସେ ଡି ମାର୍ଟ କମ୍ପାନୀର ଫାଉଣ୍ଡର ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧,୩୧,୫୬୮ କୋଟି ଟଙ୍କା ।

4. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଲକ୍ଷ୍ମୀ ମିତଲ । ସେ ଆର୍କେଲୋର ମିତଲ କମ୍ପାନୀର ଚେୟାରମ୍ୟାନ ଓ ସିଇଓ ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧,୩୫,୩୦୬ କୋଟି ଟଙ୍କା ।

3. ଆମ ଲିଷ୍ଟର ତ୍ରିତୀୟ ସ୍ଥାନରେ ଅଛନ୍ତି ଶିବ ନଦର । ବନ୍ଧୁଗଣ ସେ ଏଚସିଏଲ କମ୍ପାନୀର ଫାଉଣ୍ଡର ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧,୮୯,୧୩୦ କୋଟି ଟଙ୍କା ।

2. ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଗୌତମ ଅଦାନି । ସେ ଅଦାନି କମ୍ପାନୀର ଚେୟାରମ୍ୟାନ ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୪,୭୦,୯୫୬ କୋଟି ଟଙ୍କା ।

1. ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ମୁକେଶ ଅମବାନୀ । ସେ ରିଲିଆନ୍ସର ଚେୟାରମ୍ୟାନ ଓ ଏମଡି ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୬,୦୨,୫୨୫ କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *