ନିଜ ଭିତରେ ଲଢିଲା ପାକିସ୍ତାନ, ଭାରତ ଦେଲା ବଡ ବୟାନ…

ବନ୍ଧୁଗଣ ପାକିସ୍ତାନରେ ଏବେ ବହୁତ ବଡ ଗଣ୍ଡୋଗଳ ଚାଲିଛି । ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନଙ୍କ ପଦ ଏବେ ବିପଦରେ ଅଛି । ଭାରତର ମିସାଇଲ ପାକିସ୍ତାନରେ ପଡିବା ପରେ ଇମ୍ରାନ ସଦମାରେ ଅଛନ୍ତି ଓ ଏହାରି ମଧ୍ୟରେ ଭାରତ ପାକିସ୍ତାନକୁ ଆଉ ଏକ ବଡ ଝଟକା ଦେଇଛି । ତେବେ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, କିଏ କଳ୍ପନା ବି କରି ନଥିବ ଯେ, ଆର୍ଟିକଲ ୩୧୭କୁ ହଟା ଯିବ ହେଲେ ମୋଦୀ ସରକାର ଏହାକୁ ସମ୍ଭବ କରିଛନ୍ତି । ଠିକ ସେହି ଭଳି ଭାବରେ ପାକିସ୍ତାନ କବଜାରେ ଥିବା କାଶ୍ମୀରକୁ ସ୍ଵାଧୀନ କରିବା ଆମର ସଂକଲ୍ପ ଅଟେ । ପାକିସ୍ତାନକୁ ଯଥା ଶୀଘ୍ର ନିଜ ଅବୈଧ କବଜା ହଟେଇବାକୁ ହେବ ।

ବନ୍ଧୁଗଣ ମୋଦୀ ସରକାରଙ୍କ ନେତୃତ୍ଵରେ ଭାରତ ଲଗାତାର ଅନ୍ତରାଷ୍ଟ୍ରୀୟ ମଞ୍ଚ ଉପରେ ପାକିସ୍ତାନକୁ ପିଓକେ ଖାଲି କରିବାର ଚେତାବନୀ ଦେଉଛି । ଭାରତ ସଫା ସଫା କହିଦେଇଛି ଯେ, ସଂପୂର୍ଣ୍ଣ ଜାମୁ-କାଶ୍ମୀର ଭାରତର ଅଂଶ ଅଟେ । ଆଉ ପାକିସ୍ତାନକୁ ଯଥା ଶୀଘ୍ର ପିଓକେରୁ ନିଜ ଅବୈଧ କବଜା ହଟେଇବା ଉଚିତ । ବର୍ତ୍ତମାନ ପିଓକେ ଲୋକ ପାକିସ୍ତାନ ବିରୋଧରେ ପଦର୍ଶନ କରୁଛନ୍ତି ।

ପିଓକେର ଜନତା ପାକିସ୍ତାନ ସୈନିକ ମାନଙ୍କ ଅତ୍ୟାଚାର ବିରୋଧରେ ଛିଡା ହୋଇଛନ୍ତି । ଗତ ମାସ ଇମ୍ରାନ ଖାନ ଯେତେବେଳେ ଚୀନ ଯାତ୍ରାକୁ ଯାଇଥିଲେ ସେତେବେଳେ ପିଓକେରେ କିଛି ଏଭଳି ଘଟଣା ଘଟିଥିଲା ଯାହାକୁ ଦେଖି ପାକିସ୍ତାନର ନିଦ ଉଡିଯାଇଥିଲା । ସେହି ସମୟରେ ମଧ୍ୟ ପିଓକେର ଲୋକମାନେ ପାକିସ୍ତାନ ବିରୋଧରେ ପଦର୍ଶନ କରିଥିଲେ ।

ପିଓକେର ଲୋକମାନେ ଭାରତର ପ୍ରଶଂସା କରି କହିଥିଲେ, ଯେଉଁ ଭଳି ବିକାଶ ଶ୍ରୀନଗରରେ ହେଉଛି ସେଭଳି ବିକାଶ ପାକିସ୍ତାନର ରାଜଧାନୀ ଇସ୍ଲାମାବାଦରେ ବି ହେଉ ନାହିଁ ।ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ସାହା ପିଓକେକୁ ଆଣିବା ପାଇଁ ବୟାନ ଦେଇ ସାରିଛନ୍ତି । ଏହା ସତ୍ବେ ମଧ୍ୟ ପାକିସ୍ତାନ ପିଓକେ ଖାଲି କରୁ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *