ପ୍ରଥମେ Imran କଲେ ଭାରତର ପ୍ରଶଂସା, ଏବେ ଭାରତ ଦେଲା ଏମିତି ଧମାକେଦାର ଜବାବ…

ନମସ୍କାର ବନ୍ଧୁଗଣ ତେବେ ପାକିସ୍ତାନରେ ରାଜନୈତିକ ସଂକଟ ଭିତରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ବିଦେଶୀ ନିତୀକୁ ପ୍ରଶଂସା କରିଛନ୍ତି । ଖୈବର-ପଖତୁନଖାବରେ ଦଳୀୟ ସମାବେଶକୁ ସମ୍ବୋଧନ କରି ଭାରତକୁ ହୃଦୟ ଖୋଲା ପ୍ରଶଂସା କରିଛନ୍ତି । ଖାସ କରି ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଭାରତ ଆପଣେଇ ଥିବା ବିଦେଶ ନୀତିକୁ ସଲାମ କରିଛନ୍ତି ଇମ୍ରାନ ଖାନ । କହିଛନ୍ତି, ଆମେରିକା ଓ ୟୁରୋପ ରୁଷ ଉପରେ କଟକଣା ଲଗାଇଛନ୍ତି ।


କିନ୍ତୁ ଭାରତ ଚାପମୁକ୍ତ ହୋଇ ରୁଷରୁ ଅଶୋଧିତ ତେଲ ଆମଦାମୀ କରୁଛି । ତେବେ ଅନ୍ୟପଟେ ଭାରତ କ୍ୱାଡ୍ ଦେଶର ସଦସ୍ୟ ଥାଇ ମଧ୍ୟ ରୁଷ-ୟୁକ୍ରେନ ଯୁଦ୍ଧ ମାମଲାରେ ନିଜକୁ ନିରପେକ୍ଷ ଭୂମିକାରେ ରଖିପାରିଛି । କ୍ୱାଡର ଅନ୍ୟ ରାଷ୍ଟ୍ରଗୁଡିକ ରୁଷକୁ ବିରୋଧ କରୁଛନ୍ତି କିନ୍ତୁ ଭାରତ ଜାତିସଂଘରେ ରୁଷ ବିରୋଧୀ ପ୍ରସ୍ତାବ ମତଦାନରୁ ଦୂରେଇ ରହୁଛି ।

ରାଲିରେ ଏହାର କାରଣ କହିବାକୁ ଯାଇ ଇମ୍ରାନ କହିଛନ୍ତି, ଭାରତର ବିଦେଶ ନୀତି ଭାରତର ଲୋକଙ୍କ ପାଇଁ । ତେବେ ଇମ୍ରାନଙ୍କ ଏହି ଭାରତ ପ୍ରୀତି ପଛରେ ରହିଛି ପାକିସ୍ତାନରେ ଏବେ ଚାଲିଥିବା ରାଜନୈତିକ ସଂକଟ। ତେବେ ବିରୋଧୀ ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି, ଆଉ ଚର୍ଚ୍ଚା ହେଉଛି, ଶାସକ ଦଳର କିଛି ସାଂସଦ ସରକାର ବିରୋଧରେ ମତଦାନ କରିପାରନ୍ତି ।


ଆସନ୍ତା ୨୮ତାରିଖରେ ସଂସଦରେ ଇମ୍ରାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବାର ସମ୍ଭାବନା ରହିଛି । ତେଣୁ ଏହି ସଂକଟମୟ ପରିସ୍ଥିତିରେ ଭାରତର ବିଦେଶୀ ନୀତିକୁ ପ୍ରଶଂସା କରି ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଜନସମର୍ଥନ ଯୋଗାଡ ପାଇଁ ଇମ୍ରାନ ଏପରି କରୁଥିବା ଚର୍ଚ୍ଚା ହେଉଛି ।


ତେବେ ଇମ୍ରାନ ଙ୍କ ଏହି ବୟାନ ପରେ ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧିନ କହିଲେ କି ଗୋଟିଏ ଜଣେ ବ୍ୟକ୍ତି କହିଲେ ଏହା କିଛି ପ୍ରଭାବ ପଡେ ନାହିଁ। ଭାରତର ବିଦେଶୀ ନୀତି ର ପ୍ରଶଂସା ତ ପୁରା ଦୁନିଆ କରେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *