ଗୋବିନ୍ଦଙ୍କ ପେନ୍ ଡ୍ରାଇଭ୍ ଶର୍ମିଷ୍ଠାଙ୍କ ଚିପ୍ ! ଦେଖନ୍ତୁ କଣ ରହିଛି ଲିଙ୍କ…

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ପ୍ରମାଣ ନଷ୍ଟ ପାଇଁ ନିଜେ ସୁଯୋଗ ଦେଉଛି ଓଡିଶା ପୋଲିସ । ଗୋବିନ୍ଦ ସାହୁ ଏବଂ ଶର୍ମିଷ୍ଠା ରାଉତଙ୍କ ମଧ୍ୟରେ କଣ ରହିଛି ସମାନତା । ଉଭୟ କେସରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ ଚର୍ଚ୍ଚା । ଗୋବିନ୍ଦଙ୍କ କାର୍ଣ୍ଣମାରେ ଯେଉଁ ମନ୍ତ୍ରୀ ଶର୍ମିଷ୍ଠାଙ୍କ ବେଳକୁ ମଧ୍ୟ ସେହି ମନ୍ତ୍ରୀ । କାହିଁକି ଏଭଳି ଉତ୍ପାତ ହେଉଛନ୍ତି ବିଜେଡି ମନ୍ତ୍ରୀ ଓ ବିଧାୟକ ।

କଳାହାଣ୍ଡି ଗୋବିନ୍ଦ ସାହୁ ଓ ଭୁବନେଶ୍ବର ଶର୍ମିଷ୍ଠା ରାଉତ ଏହି ଉଭୟ ଘଟଣାରେ ବିବାଦକୁ ଆସିଛନ୍ତି ଜଣେ ମନ୍ତ୍ରୀ । ଗୋବିନ୍ଦ ସାହୁଙ୍କ କଲେଜକୁ ଯାଇ ଯୁବ ଉଦମତା ଫେରି ପାଇଥିବା କହିଥିଲେ ମନ୍ତ୍ରୀ । ଏବେ ଶର୍ମିଷ୍ଠାଙ୍କ ସହ ବିଭିନ୍ନ ପୋଜରେ ଫଟୋ ଉଠାଇ ପୁଣି ନୂଆ ବିବାଦକୁ ଡାକି ଆଣିଛନ୍ତି ମନ୍ତ୍ରୀ । କ୍ୟାମେରା ମ୍ୟାନ ମାନସ ହ-ତ୍ୟା-କାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଶର୍ମିଷ୍ଠା ରାଉତ ।

ଏହି ଅଭିଯୋଗ ଆସିବା ପରେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଥାନାକୁ ଦୁଇ ଥର ଡାକି ଚାନ୍ଦବାଲି ପୋଲିସ ଜେରା କରିଛି । ସେତେବେଳେ ଶର୍ମିଷ୍ଠାଙ୍କୁ ଅଟକ ରଖିଲା ନାହିଁ ପୋଲିସ ଠିକ ଏଭଳି କିଛି ଘଟିଥିଲା ଗୋବିନ୍ଦ ସାହୁଙ୍କ ମାମଲାରେ । 4 ଦିନ ପର୍ଯ୍ୟନ୍ତ ଜ୍ଵାଇଁ ପୁଅ ଭଳି ଗୋବିନ୍ଦ ତିତ୍ଳାଗଡରେ ରହିବା ପରେ ସେଠାରୁ ଫେରାର ହୋଇଯାଇଥିଲେ ।

ଏହା ପରଠାରୁ ତାଙ୍କ ପେନ୍ ଡ୍ରାଇଭ ନିଖୋଜ ହୋଇଗଲା । ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଠାରୁ ଆରମ୍ଭ କରି ପ୍ରତାପ ଜେନାଙ୍କ ପର୍ଯ୍ୟନ୍ତ ଅନେକ ବଡ ବଡିଆ ଗୋବିନ୍ଦଙ୍କ କଲେଜ ହୋଇଥିବା ଯଔନ କେଳାଙ୍କାରିରୁ ବର୍ତ୍ତୀ ଗଲେ । ଏବେ ଶର୍ମିଷ୍ଠା ପରିଚାଳନା କରୁଥିବା ଏକ ବୃଦ୍ଧା ଆଶ୍ରମ ନିକଟରୁ ପୋଲିସ ଏକ ହାର୍ଡ ଡ୍ରାଇଭ ଜବତ କରିଥିବା କୁହାଯାଉଛି । ଏହାକୁ ଡିଲେଟ କରିବା ପାଇଁ ଶର୍ମିଷ୍ଠା କୁଆଡେ ଚାପ ପକାଉଥିଲେ । ବୃଦ୍ଧା ଆଶ୍ରମର ଉପର ମହଲାରେ କୁଆଡେ ବ୍ଲୁ ଫିଲ୍ମ ସୁଟ କରାଯାଉଥିଲା ।

ଅନେକ ମନ୍ତ୍ରୀ, ନେତା ଓ ବିଧାୟକ ଏଠାକୁ ଆସୁଥିଲେ । ଆଉ ଏହି ଚିପ୍ ମାନସ ରଖିଥିଲେ ସେହି କାରଣରୁ ତାଙ୍କୁ ହତୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ କହିଛି । ଏବେ ପ୍ରଶ୍ନ ଉଠୁଛି ଯେଉଁ ବଡ ବଡିଆ ଏହି କେଳାଙ୍କାରିରେ ସାମିଲ ଥିଲେ ପୋଲିସ ତାକୁ ପ୍ରଘଟ କରୁ ନାହିଁ କାହିଁକି । ଏତେ ଦିନ ପରେ ବି ଶର୍ମିଷ୍ଠାଙ୍କୁ ଗିରଫ ନକରିବା ସନ୍ଦେହକୁ ବଢାଇ ଦେଇଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *