କାହା ସହ ଯୁଦ୍ଧ ଲଢିବ ଭାରତ ?

ବନ୍ଧୁଗଣ ସାମରିକ ଶକ୍ତି ବୃଦ୍ଧି ପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛି ଭାରତ । ସାମରିକ ଖର୍ଚ୍ଚ ତାଲିକାରେ ସାରା ବିଶ୍ଵରେ ଭାରତ ତୃତୀୟ ସ୍ଥାନରେ ଅଛି । ଭାରତ ଆଗରେ ରହିଛନ୍ତି କେବଳ ଆମେରିକା ଓ ଚୀନ । ପୂର୍ବ ତୁଳନାରେ ଗତ ବର୍ଷ ବଢିଛି ଭାରତର ସାମରିକ ଖର୍ଚ୍ଚ । ସାମରିକ ଖର୍ଚ୍ଚକୁ ପ୍ରଭାବିତ କରିପାରି ନାହିଁ କରୋନା ମହାମାରୀ । ଭାରତ କାହା ସହ ଯୁଦ୍ଧ ଲଢିବ ଜଣା ନାହିଁ କିନ୍ତୁ କ୍ରମାଗତ ଭାବରେ ସାମରିକ ଶକ୍ତି ବୃଦ୍ଧି କରି ଚାଲିଛି ।

ଷ୍ଟକ ହୋମ ଇଣ୍ଟରନାସନାଲ ଇନ୍ସଟ୍ୟୁଟର ତଥ୍ୟ ଅନୁସାରେ ସାମରିକ ଶକ୍ତି ବୃଦ୍ଧି ପାଇଁ ଖର୍ଚ୍ଚ ତାଲିକାରେ ଭାରତ ସାରା ବିଶ୍ଵରେ ତୃତୀୟ ସ୍ଥାନରେ ରହିଛି । ଭାରତ ଆଗରେ କେବଳ ଦୁଇଟି ରାଷ୍ଟ୍ର ଆମେରିକା ଓ ଚୀନ ରହିଛନ୍ତି । ବଡ କଥା ହେଉଛି ଗତ ବର୍ଷ ସାମରିକ ଶକ୍ତି ବୃଦ୍ଧି ପାଇଁ ହୋଇଥିବା ମୋଟ ଖର୍ଚ୍ଚର 62 ପ୍ରତିଶତ କେବଳ ପାଞ୍ଚଟି ଦେଶ କରିଛନ୍ତି ।

ଆଉ ଏହି ପାଞ୍ଚଟି ଦେଶ ହେଉଛନ୍ତି ଆମେରିକା, ଚୀନ, ଭାରତ, ବ୍ରିଟେନ ଏବଂ ଋଷ । ଆମେରିକାର ଖର୍ଚ୍ଚ ପୂର୍ବ ତୁଳନାରେ ସାମାନ୍ୟ କମିଥିବା ବେଳେ ଭାରତ ଓ ଚୀନର ସାମରିକ ଖର୍ଚ୍ଚ ପୂର୍ବ ତୁଳନାରେ ବଢିଛି । କରୋନା ଭଳି ମହାମାରୀ ଯୋଗୁଁ ଅନେକ ଦେଶର ଅର୍ଥ ବ୍ୟବସ୍ଥା ଭୁସୁଡି ପଡିଥିବା ସମୟରେ ଭାରତ ଓ ଚୀନର ସାମରିକ ଖର୍ଚ୍ଚ ଉପରେ ଏହାର କୌଣସି ପ୍ରଭାବ ପଡି ନାହିଁ ।

ଗତ ବର୍ଷ ଭାରତର ସାମରିକ ଖର୍ଚ୍ଚ 76.6 ମିଲିୟନ ଡଲାର ଥିବା ବେଳେ ଆମେରିକାର 801 ମିଲିୟନ ଡଲାର ଏବଂ ଚୀନର 293 ବିଲିଅନ ଡଲାର ଥିଲା । ତେବେ ବନ୍ଧୁଗଣ ଭାରତ ଆଗରେ ରହିଛନ୍ତି ଏବେ ଆମେରିକା ଓ ଚୀନ । ବନ୍ଧୁଗଣ ଋଷ ଓ ଆମେରିକାର ଯୁଦ୍ଧକୁ ପ୍ରାୟ ଏକ ମାସରୁ ଅଧିକ ସମୟ ହୋଇଯାଇଛି । ଏହି ଯୁଦ୍ଧରେ ଉଭୟ ଦେଶର ଅନେକ କ୍ଷୟ କ୍ଷତି ଘଟି ସାରିଛି ।

ଭାରତ ଓ ଋଷର ଭଲ ସମ୍ପର୍କ ଥିବା ବେଳେ ଋଷ ଠାରୁ ଭାରତ କଞ୍ଚା ତେଲ କିଣୁଛି । ଭାରତ ନିଜ କୂଟନୀତି ଦେଖାଇ ସାରା ବିଶ୍ଵକୁ ଚକିତ କରାଇଛି । ଆଉ ଭାରତ ନିଜ ସାମରିକ ଶକ୍ତି ଉପରେ ମଧ୍ୟ ବେସ ଅଧିକ ଗୁରୁତ୍ଵ ଦେଉଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *