ସାଇ (Suman) ଙ୍କ ପ୍ରେମିକା ଥିଲେ ଏହି ସିରିଏଲ୍ ରେ ହିରୋଇନ…

ବନ୍ଧୁଗଣ ଏବେ ଓଡିଆ ସିରିଏଲ ଅଭିନେତା ଏସ. ସୁମନ କୁମାର ବହୁତ ଚର୍ଚ୍ଚାରେ ଅଛନ୍ତି । ସାଧାରଣତଃ ଓଡିଆ ଅଭିନେତା ମାନେ ନିଜ ଲାଇଫ ଷ୍ଟାଇଲ ଓ ନିଜ ପର୍ଶନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ହେଲେ ସୁମନ ଯେଉଁ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ । ଆପଣ ମାନେ ସମସ୍ତେ Z ସାର୍ଥକରେ ପ୍ରସାରିତ ହେଉଥିବା ସର୍ବଜିତା ଅନୁ ସିରିଏଲଟି ନିଶ୍ଚୟ ଦେଖିଥିବେ ।

ଏହି ସିରିଏଲରେ ସୁମନ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସୁଛନ୍ତି । ବନ୍ଧୁଗଣ ସୁମନ ଲଭ, ସେକ୍ସ ଆଉ ଧୋକା କରି ଏବେ ଚର୍ଚ୍ଚାରେ । ସୁମନଙ୍କ ଗାର୍ଲଫ୍ରେଣ୍ଡ ତାଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସୁମନଙ୍କ ଗାର୍ଲଫ୍ରେଣ୍ଡଙ୍କ ନାମ ହେଉଛି ସାରା । ସାରା ମଧ୍ୟ ଜଣେ ଓଡିଆ ଅଭିନେତ୍ରୀ ଅଟନ୍ତି । ତେବେ ସାରା କେଉଁ କେଉଁ ସିରିଏଲ ଓ ଆଲବମରେ କାମ କରିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସାରା ତରଙ୍ଗ ଟିଭିର ‘ସାବିତ୍ରୀ’ ସିରିଏଲ ଓ Z ସାର୍ଥକର ‘ତୋ ପାଇଁ ମୁଁ’ରେ ନଜର ଆସିଛନ୍ତି । ସେ ଏହି ଦୁଇ ସିରିଏଲରେ ବହୁତ ଜବରଦସ୍ତ ଅଭିନୟ ପଦର୍ଶନ କରିଛନ୍ତି । ତାଙ୍କ ଅଭିନୟ ଓ ସୁନ୍ଦରତାକୁ ମଧ୍ୟ ଓଡିଶା ବାସୀ ବେସ ପସନ୍ଦ କରିଛନ୍ତି । ତେବେ ବନ୍ଧୁଗଣ ସାରା ଓ ସୁମନ ଦୀର୍ଘ ଦୁଇ ବର୍ଷ ହେବ ଲଭ ରିଲେସନରେ ଥିଲେ ।

ବିବାହର ପ୍ରତିଶ୍ରୁତି ଦେଇ ସୁମନ ନିଜ ଗାର୍ଲଫ୍ରେଣ୍ଡ ସାରାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ । ଉଭୟ ଭୁବନେଶ୍ବରର ହଂସପାଳରେ ଏକ ଭଡା ଘରରେ ଲିଭ-ଇନ ରିଲେସନରେ ରହୁଥିଲେ । ଗତ 23 ତାରିଖରୁ ସୁମନ ସାରାଙ୍କର କଲ୍ ଉଠାଇ ନଥିଲେ କି ଭଡା ଘରକୁ ଆସି ନଥିଲେ । ଏମିତି କି ବିବାହ କରିବାକୁ ରୋକ ଠୋକ ମନା କରିଦେଇଥିଲେ ।

ଏହା ପରେ ସାରା ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଥିଲେ ଓ ସୁମନଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ଏବେ ସୁମନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *