‘ମୋ କିନ୍ନର ଭାଇ ମରିନି ..ତାକୁ କିଏ ମାରିଦେଇଛି .. ବେଳେ ବେଳେ ନାଚପାର୍ଟି ଛାଡ଼ି…’ ଦେଖନ୍ତୁ କଣ କହୁଛନ୍ତି ମୃତ କିନ୍ନରଙ୍କ ଭାଇ, ଦେଖନ୍ତୁ Video

ବନ୍ଧୁଗଣ ନୟାଗଡ ରାମେଶ୍ଵର ସାହିରେ ଜଣେ କିନ୍ନରଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଏକ ବନ୍ଦ କୋଠରିରେ କିନ୍ନରଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । କିନ୍ନରଙ୍କ ନାମ ଥିଲା ବିଜୟ କୁମାର ମଲ୍ଲିକ । ତାଙ୍କ ଭାଇ ଅଜୟ କୁମାର ମଲ୍ଲିକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଗତ କାଲି ମୋତେ କଲ୍ କରିଥିଲା ଆଉ କହିଲା ଭଲ ଅଛି ବୋଲି ପହଡଦିନ ଯାଇ ମାଲିକ ତାକୁ ଘରୁ ନେଇ ଆସିଲା ।

ସେ ତାକୁ ଘରୁ ନେବା ପରେ ଆଉ ଫୋନ ଆସି ନାହିଁ ତାର ହତ୍ୟା କରାଯାଇଛି । ସେ ନାଚରେ ରୋଲ କରୁଥିଲା ସେ କହୁଥିଲା ମୁଁ ଆଉ ନାଚରେ ମିଶିବି ନା ନାହିଁ । ସେ ବ୍ୟାଗ ପତ୍ର ନେଇ ନିଜ ଘରେ ରଖିଦେଲା । ସେ ତାର ଧରମ ବୋଉ ପାଖରେ ଯାଇ ରହୁଛି କେନ୍ଦ୍ରାପଡାରେ । ସେ ବ୍ୟାଗ ପତ୍ର ନେଇ ପଳେଇ ଗଲା କହିଲା ମୁଁ ଆଉ ନାଚରେ ମିଶିବି ନାହିଁ ।

ତା ମାଲିକ କହିଲା ତୁ ଯଦି ନାଚରେ ମିଶିବୁ ନାହିଁ ତା ହେଲେ ମୁଁ ତୋତେ ଏ ଜାଗାରେ ରଖେଈ ଦେବି ନାହିଁ । ଆମେ ଏ କଥା ଶୁଣିଥିଲୁ ହେଲେ ଆମେ ଜାଣି ନଥିଲୁ । ତାର ହତ୍ୟା କରାଯାଇଛି । ତାର ଛୋଟ ରୁମଟି ରସି ଲଗେଇଲେ ବି ଗୋଡ ପାଇଯିବ । ଏଥିରେ ସେ ରସି ଲଗେଇ ମରିଯିବ’ । ବନ୍ଧୁଗଣ ମୃତ କିନ୍ନର ବିଜୟ କୁମାର ମଲ୍ଲିକ ଏକ ନାଚ ପାର୍ଟିରେ କାମ କରୁଥିଲେ ।

ବେଳେବେଳେ ସେ ନାଚ ଛାଡି ଘରକୁ ଚାଲି ଆସୁଥିଲେ । ସେଥିପାଇଁ ନାଚ ପାର୍ଟିର ମାଲିକଙ୍କ ସମ୍ପୃକ୍ତି ଏହି ହତ୍ୟାକାଣ୍ଡରେ ଅଛି ବୋଲି ଅଭିଯୋଗ କରିଛନ୍ତି କିନ୍ନରଙ୍କ ପରିବାର ଲୋକେ । ତେବେ ଘଟଣା ସ୍ଥଳରେ ନୟାଗଡ ପୋଲିସ ଆସି ତଦନ୍ତ ଜାରି ରଖିଥିବା ବେଳେ ଶବ ଜବତ କରି ବେବଛେଦ ପାଇଁ ପଠାଇଛି । ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

ସୋସିଆଲ ମିଡିଆରେ ଏହି ଖବରଟି ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଲୋକମାନେ ଏହି ଘଟଣା ବିଷୟାରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *