ରଥଯାତ୍ରା ପୂର୍ବରୁ ଜଗନ୍ନାଥ ମନ୍ଦିରରେ ଭାଙ୍ଗିଲା ନୀଳଚକ୍ର, ଆସୁଛି କି କିଛି ବିପଦ ?

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ରଥଯାତ୍ରା ଆଗରୁ ଭାଙ୍ଗିଲା ନୀଳଚକ୍ର ଭୟରେ ଏବେ ଗ୍ରାମବାସୀ । ଆଗକୁ ଆସୁଛି ରଥଯାତ୍ରା ଆଉ ଏଭଳି ଭାବରେ ନୀଳଚକ୍ର ଭାଙ୍ଗିବା ନୁହେ ତ କିଛି ବିପଦର ସଙ୍କେତ ଯାହାକୁ ନେଇ ଲୋକଙ୍କ ମନରେ । ଆଗକୁ କଣ ହେବ ତାକୁ ନେଇ ବଢୁଛି ଆଶଙ୍କା ଯଦି କିଛି ପ୍ରକାର ବ୍ୟତିକ୍ରମ ଦେଖାଯାଏ ତେବେ ମନକୁ ଆନ୍ଦୋଳିତ କରିଦିଏ କାଳେ କିଛି ଅଘଟଣ ଘଟିବ କି ।  ବିଶେଷ କରି ଆଧ୍ୟାତ୍ମିକ ଉପରେ ଆଲୋଚନା କରାଯାଇଥାଏ ।

ବନ୍ଧୁଗଣ ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଗୁଣୁପୁର ଜଗନ୍ନାଥ ମନ୍ଦିରର ନାଟ ମଣ୍ଡପରେ ଥିବା ନୀଳଚକ୍ର ଭାଙ୍ଗି ଥିବା ଦୃଶ୍ୟରୁ । ପୂର୍ବରୁ ଜଗନ୍ନାଥ ମନ୍ଦିରର ନୀଳଚକ୍ର ବାନା ଉଡି ଯାଇଥିବାର ଦେଖିବାକୁ ମିଳିଥିଲା । ହେଲେ ଆଗକୁ ରଥଯାତ୍ରା ଥିବା ବେଳେ ଏବେ ନୀଳଚକ୍ର ଭାଙ୍ଗିବା କିଛି ଅଶୁଭ ସଙ୍କେତ ନୁହେ ତ । ବନ୍ଧୁଗଣ ନୀଳଚକ୍ର ଭାଙ୍ଗି ପଡିଥିଲେ ମଧ୍ୟ ନୀତିକାନ୍ତରେ କୌଣସି ପ୍ରଭାବ ଦେଖିବାକୁ ମିଳି ନାହିଁ ।

କାରଣ ଆନୟ ନୀଳଚକ୍ର ଥିବା ହେତୁ ନୀତି ଚାଲୁ ରହିଛି । ଅଷ୍ଟ ଧାତୁରେ ନିର୍ମିତ ନୀଳଚକ୍ର କେତେକ ବାତ୍ୟାର ସାମ୍ନା କରୁଥିବା ବେଳେ ସାମାନ୍ୟ ପବନରେ ନୀଳଚକ୍ର ଭାଙ୍ଗି ପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଗୁଣୁପୁର ଅଞ୍ଚଳରେ ଏଭଳି କିଛି ଘଟଣା ଘଟିଛି । ତେବେ ନୀଳଚକ୍ର ବା ପତିତ ପାବନ ବାନା ଯାହାକି ପତିତ ମାନଙ୍କ ପାଇଁ ରହିଛି ଆଗକୁ ରଥଯାତ୍ରା ଥିବା ବେଳେ ଏଭଳି ଘଟଣା ଶୁଭଂକର ନୁହେଁ ବୋଲି ଆଦିତ୍ୟ ବାହିନୀର ରାଜ୍ୟ ଉପସଭାପତି ତିରୁପତି ମହାନ୍ତି ପ୍ରକାଶ କରିଛନ୍ତି ।

ତେବେ 25 ବର୍ଷ ପୂର୍ବେ ମନ୍ଦିର ପତିଷ୍ଠା ସମୟରେ ନୀଳଚକ୍ର ସ୍ଥାପନ କରଯାଇଥିଲା । ଏ ଘଟଣାକୁ ନେଇ ଆଜି ସ୍ଥାନୀୟ ତହସିଲଦାର ଏବଂ ମନ୍ଦିର ଉନ୍ନୟନ କମିଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ଆସନ୍ତା ସ୍ନାନ ପୂର୍ଣ୍ଣିମା ଦିନ ଏହି ନୀଳଚକ୍ରକୁ ପୁନର୍ବାର ସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ଯାଇଛି ବୋଲି ସୂଚନା ମିଳିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *